ନବୀନ ସମ୍ବାଦପତ୍ରର ଇତିହାସ ଖୁବ୍‌ ପ୍ରେରଣାଦାୟକ : ପ୍ରଫେସର ଡ଼ା. ପି.ସି. ସାହୁ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାପ୍ତାହିକ ସମ୍ବାଦପତ୍ର “ନବୀନ’ର ଇତିହାସ ଖୁବ୍‌ ପ୍ରେରଣାଦାୟକ । ଓଡ଼ିଆ ଭାଷା-ସାହିତ୍ୟର ପ୍ରଚାର ପ୍ରସାର ଦିଗରେ “ନବୀନ’ର ଭୂମିକା ଅବିସ୍ମରଣୀୟ ବୋଲି ବିଶିଷ୍ଟ ସମାଜସେବୀ ତଥା ଭେଷଜବିତ ଡ଼ା. ପି.ସି. ସାହୁ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନବୀନ ଭବନ ପରିସରରେ ଆୟୋଜିତ ନବୀନର ୨୪ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଡ଼ା. ସାହୁ କହିଲେ ଯେ ଦକ୍ଷିଣ ଓଡ଼ିଶାରେ ନବୀନର ବିଷୁବ ମିଳନ ପରମ୍ପରା ଖୁବ୍‌ ନିଆରା ଏବଂ ୧୯୯୯ ମସିହାରୁ ଏହି କାର୍ଯ୍ୟକ୍ରମ ଧାରାବାହିକ ଭାବେ ଆୟୋଜନ କରାଯାଇ ଆସୁଥିବାରୁ ସାହିତ୍ୟିକମାନଙ୍କୁ ଏହା ଉତ୍ସାହିତ କରିପାରୁଛି । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. କୁଳମଣି ଓଝା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ କାବ୍ୟ ପରମ୍ପରା ସମ୍ପର୍କରେ ଅ ।ଲେ ।ଚନା କରିବା ସହ ନବୀନ ବହୁ କବି ଲେଖକଙ୍କୁ ସୃଷ୍ଟି କରିପାରିଛି ବେ ।ଲି କହିଥିଲେ । ନବୀନର ସଭାପତି ଶ୍ରୀ ରଥ କହିଥିଲେ ଯେ ନୂତନ କବି, ସାହିତ୍ୟିକମାନଙ୍କୁ ନବୀନ ସବୁ ସମୟରେ ଉତ୍ସାହିତ କରିବାର ପ୍ରୟାସ ଜାରି ରଖିଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାମ୍ୟବାଦୀ କବି ଶୋଭାଚନ୍ଦ୍ର ଷଡ଼ଙ୍ଗୀ, ମଞ୍ଚ ଉପସ୍ଥାପିକା ବନ୍ଦନା ମିଶ୍ର ଓ ଯୁବକବି କ୍ଷୀରୋଦ କୁମାର ସେଠୀଙ୍କୁ ମୁଖ୍ୟଅତିଥି ପ୍ରଫେସର ସାହୁ ନବୀନ ବିଷୁବ ସମ୍ମାନ-୨୦୨୨ରେ ସମ୍ମାନିତ କରିଥିଲେ । ସ୍ୱାଗତ ସମିତି ଅଧ୍ୟକ୍ଷ ପ୍ରଫେସର ଡ଼ମ୍ବରୁଧର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଥମ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ବରିଷ୍ଠ ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ପ୍ରମୋଦ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଚିନ୍ମୟ ରଞ୍ଜନ ମିଶ୍ରଙ୍କ ସଂଯୋଜନାରେ ବହୁ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ବନ୍ଦନା ମହାପାତ୍ର, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବି. ସତ୍ୟମ୍‌ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ କବି ଓ କବୟିତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.