oom

ହରିଶଙ୍କରଠାରେ ରେଡକ୍ରସ କର୍ମୀଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମ, ସ୍ୱଚ୍ଛତା ହିଁ ସେବା ଭାବଧାରାକୁ ନେଇ ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ ଓ ଜୁନିୟର ରେଡକ୍ରସ ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରସିଦ୍ଧ ଶୈବ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡଃ ଦୈତାରୀ ପୂଜାରୀଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ରକ୍ଷକ କାର୍ଯ୍ୟକ୍ରମର ଜାତୀୟସ୍ତରର ପ୍ରଶିକ୍ଷକ ଅଙ୍କୁଶ ଶର୍ମା, ତାଲିମଦାତା ଡଃ ରତିକାନ୍ତ ରଥ ଓ ଇଭେଣ୍ଟ ମ୍ୟାନେଜର କୁମାର ସୌଭାଗ୍ୟ ପ୍ରମୁଖ ଯୋଗଦାନ କରିଥିଲେ । ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ହରିଶଙ୍କର ମନ୍ଦିର ପରିସର ଓ ଝରଣା ଉଭୟ ପାଶ୍ୱର୍ରେ ପଡିଥିବା ଆବର୍ଜନାକୁ ସଫା କରାଯାଇଥିଲା । ପର୍ଯ୍ୟଟନ ସ୍ଥଳୀକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ସ୍ୱଚ୍ଛତା ରଖିବା ପାଇଁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜେନ୍ଦ୍ର କଲେଜର ଯୁବ ରେଡକ୍ରସ ସଂପାଦକ ମଦନ ମୋହନ ପଧାନ, ଘୁନା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନସିଲର ପ୍ରଭାକର ଛନ୍ଦ, ମାଝିପଡା ପ୍ରାଥମିକ ବିଦ୍ୟାଳୟ ଜୁନିୟର ରେଡକ୍ରସ କାଉନସିଲର ବିରଂଚି ନାରାୟଣ ଦାଶ, ସମାଜସେବୀ ଆଶିଷ ଜୈନ, ସୁରଜ ବେହେରା, ସୁମନ୍ତ ମହାନ୍ତି, ଦିଲିପ କୁମାର ମହାନ୍ତି, ସୁଜ୍ଞାନ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଡେଙ୍ଗ ହାଇସ୍କୁଲର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ପରିଚାଳନା କରିଥିବା ବେଳେ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନସିଲର ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.