ମନରେଗା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତକୁ ନେଇ ଗ୍ରାମବାସୀ ଅସନ୍ତୋଷ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ରାସ୍ତା ପାର୍ଶ୍ବରେ ଥିବା ଖରଡିଆମୁଣ୍ଡା ମାଟି ଉନ୍ନତି ଓ ପାହାଚ ନିର୍ମାଣ ଫେଜ-୧ ଓ ଫେଜ-୨ କାମର ଦୁର୍ନୀତି ସମ୍ବନ୍ଧରେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଅନୁଯାୟୀ ତା ୯/୧୨/୨୧ରିଖ ୧୧ଘଣ୍ଟା ୩୦ ମିନିଟ ସମୟରେ ନଅଗାଁ(ଖ) ପଂଚାୟତ ଅଫିସରେ ଏକ ବିଚାର ବିଭାଗୀୟ ତଦନ୍ତ ହୋଇଯାଇଛି । ଉକ୍ତ ତଦନ୍ତରେ ପିଡି ଡିଆରଡିଏ ବଲାଙ୍ଗିର ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଜଣେ ଅଫିସର ମାଜିଷ୍ଟ୍ରେଟ୍ ହିସାବରେ ସାମାଜିକ ସମିକ୍ଷକ ବର୍ଷା ହରପାଲ, ଆଗଲପୁର ବିଡିଓ ଓ କିଛି କର୍ମଚାରୀ ସହ ଆସି ତଦନ୍ତ କରିଥିଲେ । କିଛି ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ, ୨୦ ଜଣଙ୍କୁ ବ୍ଲକ ତରଫରୁ ନୋଟିସ ଜରିଆରେ ନଅଗାଁ (ଖ) ପଂଚାୟତ ଅଫିସରେ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା । ସେହି ୨୦ ଜଣଙ୍କୁ ତଦନ୍ତ ପରିସରକୁ ଅଣାଯାଇ ଯାହା ମାଜିଷ୍ଟ୍ରେଟ୍ ପଚାରିଲେ ଜଣାପଡୁଥିଲା ସେହି ବ୍ୟକ୍ତି ମାନଙ୍କୁ ଆଗରୁ ଯାହା ଶିଖାଯାଇଥିଲା ତାହା ହିଁ କହୁଥିଲେ । ତୋ’ ନାମରେ ଜବକାର୍ଡ ଅଛି, ତୁ ମାଟି କାମ କରିଛୁ, ବୟସ କେତେ, ସବୁ ଟଂକା ପାଇଛୁ, ଟଂକା କାହାକୁ ଦେଲୁ….. ? ସେମାନେ ଯାହା ତଥ୍ୟ ରଖିଲେ ତାହା ସଂପୂର୍ଣ୍ଣ ଭୁଲ ଏବଂ ମାଜିଷ୍ଟ୍ରେଟ୍ ଯେଉଁ ଭଳି ଭାବରେ ସେମାନଙ୍କ ତଥ୍ୟକୁ ଗ୍ରହଣ କରି ରେକର୍ଡ କରିବା ପାଇଁ କହୁଥାନ୍ତି ଅଭିଯୋଗକାରୀ ଏହା ସଠିକ ତଦନ୍ତ ନୁହେଁ, ତଦନ୍ତ ବାଟବଣା ହେଉଛି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି । କିନ୍ତୁ ମାଜିଷ୍ଟ୍ରେଟ୍ ଅଭିଯୋଗକାରୀଙ୍କ ଅଭିଯୋଗ କର୍ଣ୍ଣପାତ କରୁନାହାନ୍ତି, ଏହା କୋଟ ମୁଁ କାହାରି କଥା ଶୁଣିବି ନାହିଁ । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରନ୍ତି ଖରଡିଆମୁଣ୍ଡା ମାଟି କାମରେ ମହା ଦୁର୍ନୀତି ହୋଇଛି । ପାହାଚ ନିର୍ମାଣର ମାସେ ନପୁରୁଣୁ ଫାଟ ସ୍ରୁଷ୍ଟି ହେଇଛି । ମୃତ ଶର୍ୟ୍ୟାଶାୟୀ, ବିକଳାଙ୍ଗ ବ୍ୟକ୍ତି କାମ କରିଥିବା ଜବକାର୍ଡରେ ଦର୍ଶାଇ ଟଙ୍କା ହରିଲୁଟ ହୋଇଛି । ସେହି ବିଷୟ ମାନ ତଥା ସେହି ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚୁରା କରାଯାଇ ନାହି । । ଯେଉଁ ମାନଙ୍କୁ ତଦନ୍ତ କରାଯାଇଛି ସେହି ବ୍ୟକ୍ତିମାନେ ଗାଁ ସାଥୀର ପରିବାର ତଥା ସଂପର୍କୀୟ ଅଟନ୍ତି ବୋଳି ଅଭିଯୋଗ ହୋଇଛି । ଯଦି ଉପଯୁକ୍ତ ତଦନ୍ତ ନହୁଏ, ତାହା ହେଲେ ଆଗାମୀ ଦିନରେ ପଂଚାୟତ ଅଫିସରେ ତାଲା ଦେବା ସହ ଜାତୀୟ ରାଜପଥ ୨୬କୁ ଅବରୋଧ କରି ଆନ୍ଦୋଳନ ତୀବ୍ର କରାଯିବ ଓ ଯଦି କିଛି ଅଘଟଣ ଘଟେ ତାହାହେଲେ ପ୍ରଶାସନ ଉତ୍ତର ଦାୟୀ ହେବେ ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରଛନ୍ତି ।

Leave A Reply

Your email address will not be published.