ଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ : ରଥ ଯାତ୍ରା ପରେ ଦର୍ଶନ ନିଷ୍ପତ୍ତି

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟ ସରକାର ଜୁଲାଇ ୧ ତାରିଖ ଯାଏଁ ଲକ୍‌ଡାଉନ୍‌ କଟକଣାରେ କୋହଳ କରିଛନ୍ତି । ହେଲେ ମନ୍ଦିର ପୂର୍ବବତ ବନ୍ଦ ରହିବ । ଚଳିତ ବର୍ଷ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ହେଲେ ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଏଥିସହ ଜୁଲାଇ ୨୫ ପର୍ୟ୍ରନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ହେବ ପରବର୍ତ୍ତୀ ନିଷ୍ପତ୍ତି । ଏହି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି । ଗତ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଘୋଷଣା ହୋଇ ସାରିଛି ।

Leave A Reply

Your email address will not be published.