csstore

ନର୍ଲା କଂଗ୍ରେସର ୬ଘଣ୍ଟା ବନ୍ଦ ପାଳନ

ନର୍ଲା : ପେଟ୍ରୋଲ, ଡିଜେଲ ସହ ଏଲପିଜି ଗ୍ୟାସ ଦର ଅହେତୁକ ଭାବରେ ବଢ଼ି ଚାଲିଛି । ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ ହୋଇଛି। ପ୍ରଦେଶ କମିଟିର ଆହ୍ୱାନ କ୍ରମେ ନର୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ଳକ ସଭାପତି ସମୀର ଚାନ୍ଦ( ବିଟୁ)ଙ୍କ ନେତୃତ୍ବରେ ନର୍ଲା ଠାରେ ବନ୍ଦ ପାଳନ ହୋଇଛି । ନର୍ଲା କଲେଜ ଛକଠାରେ ଦଳ ପକ୍ଷରୁ ସେବା ଦଳ ସଭାପତି ସୁଦାମ ଚରଣ ପ୍ରଧାନ, ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, କ୍ଷେତ୍ର ମୋହନ ସାହାଣୀ, ପିଣ୍ଟୁ ନାଗ, ନିରୋଜ ଶର୍ମା, ଲାଲ ମୋହନ ଦାସ, ତନୁ ମାଝୀ, ହିମାଂଶୁ ବେହେରା, ସନ୍ତୋଷ ମାଝୀ, ଗୈ।ର ଭୋଇ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ବନ୍ଦ ପାଳନକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.