ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

  • ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର

ମୁରିବାହାଲ, (ଦୁର୍ଗା ନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, ମୁଖ୍ୟବକ୍ତା ଭାବେ ଭୋଇପଡା ସିଆର୍‌ସିସି ସଞ୍ଜୟ ନାଏକ, ପୂର୍ବତନ ସଭାପତି ରୋହିତ ଭୋଇ, କମିଟି ସଦସ୍ୟ ଅମିତ ରଣା, ପୋଷ୍ଟମାଷ୍ଟର ଭକ୍ତବନ୍ଧୁ ସାହୁ, କମିଟି ସଦସ୍ୟ ହେମବତୀ ବାଗ, ଆଶା କର୍ମୀ ଟିବଲି ମୁଗ୍ରି, ଉମେଶ ଚନ୍ଦ୍ର ସାହୁ, ରମାକାନ୍ତ ସାହୁ ଯୋଗଦେଇଥିଲ । ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ । ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର । ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମୂଳଦୁଆ । ପ୍ରାଥମିକ ଶିକ୍ଷା ସୁଦୃଢ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଵଳ ହୋଇଥାଏ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ବାର୍ଷିକ କ୍ରୀଡା ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପ୍ରମାଣପତ୍ର  ସହ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ଟିକେରାମ ଭୋଇ, ପ୍ରଶାନ୍ତ ମହାନ୍ତି, ଶିକ୍ଷୟିତ୍ରୀ ଝରଣା ଦାସ, ସ୍ୱେଚ୍ଛାସେବୀ ବେଳାରସେନ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟ କମିଟି ସଭାପତି ଅଶୋକ ନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ୱାର୍ଡ ସଭ୍ୟ ଗୋରେଖ ଭୋଇ, ମିନିକେତନ ସାହୁ, କମିଟି ସଦସ୍ୟ ଧନମତି ଭୋଇ, ସଂଜୁଲା ସାହୁ, ପ୍ରମୁଖ ଯୋଗଦେଇଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ କମିଟି ସଦସ୍ୟ, ଅଭିଭାବକ, ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.