ବ୍ରହ୍ମପୁର, (କେପିଏନ୍ନଏସ୍) : ନିକଟରେ କେନ୍ଦ୍ର ସରକାର ଭାରତର ଅର୍ଥନୈତିକ ନିର୍ଭରଶୀଳତାକୁ ଆମେରିକା ସାମ୍ରାଜ୍ୟବାଦୀ ଶକ୍ତିଙ୍କ ହାତରେ ସମର୍ପଣ କରିଦେଇଥିବାରୁ ଏବଂ ପୂର୍ବରୁ ଥିବା ମନରେଗା ଆଇନକୁ ପୁନଃପ୍ରଚଳନ କରିବା ଓ ୪ ଶ୍ରମ ଆଇନକୁ ରଦ୍ଦ କରିବା ଦାବିରେ ଭାରତବର୍ଷର କେନ୍ଦ୍ରୀୟ ଶ୍ରମିକ ସଂଗଠନ, ଚାଷୀ, ସର୍ବୋପରି ସାଧାରଣ ଜନତା ବିପୁଳ ଭାବରେ ସମର୍ଥନ ଦେଇ ଭାରତ ବନ୍ଦକୁ ସଫଳ କରିଥିବାରୁ ହିନ୍ଦ୍ ମଜଦୂର ସଭାର ରାଜ୍ୟ ଉପସଭାପତି ରବି ରଥ ସମସ୍ତ ଶ୍ରମିକ, ଚାଷୀ ଓ ସର୍ବୋପରି ସାଧାରଣ ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।