ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ଵ ବୈଜ୍ଞାନିକ ଶିବେଶ କୁମାର ଜସ୍ ପେସିଫ ଦୀପ ପ୍ରଜ୍ୱଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ ବିଶ୍ଵ ବ୍ରହ୍ମାଣ୍ଡ ଗଠନ ବିଷୟରେ ମାର୍ଗଦର୍ଶନ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଗରା ପଞ୍ଚାୟତ ସଦର ନିବାସୀ ଅଟନ୍ତି । ସେ ଏକାଧାରରେ ବିଶିଷ୍ଟ କସ୍ମୋଲଜିଷ୍ଟ, ଗଣିତଜ୍ଞ ଓ ବୈଜ୍ଞାନିକ ପ୍ରଚାରକ ଭାବେ ଦେଶ ପାଇଁ ଗୌରବ ଆଣିଛନ୍ତି । ପ୍ରଫେସର ଶିବେଶ ଜଜ୍ ପେସିଫ ଇନଷ୍ଟିଟ୍ୟୁଟ ଅଫ୍ କସ୍ମୋଲଜି (ଫିକ୍ସ)ର ସଂସ୍ଥାପକ ଓ ନିର୍ଦ୍ଦେଶକ ଅଟନ୍ତି । ତାଙ୍କ ଶାସ୍ତ୍ରୀୟ ଉତ୍କର୍ଷତାକୁ ସ୍ଵୀକାର କରି ୨୦୨୫ ବର୍ଷ ପାଇଁ ବିଶ୍ଵର ଶୀର୍ଷ ୨% ବୈଜ୍ଞାନିକ ମାନଙ୍କ ତାଲିକାରେ ସାମିଲ କରାଯାଇଛି । ଉକ୍ତ ସଭାରେ ସଭାପତି ପୃଥ୍ୱୀରାଜ ସାହୁ, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକଲାଲ ମେହେର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି, ନିମନ୍ତ୍ରିତ ସଦସ୍ୟ ଡ. ବାଞ୍ଛାନିଧି ପଣ୍ଡା, ରୁଦ୍ର ନାରାୟଣ ଭୋଇ, ଚିତ୍ତରଞ୍ଜନ ଦାସ ଅତିଥି ଭାବରେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ସମସ୍ତ ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ, ସେବକ, ସେବିକା ଉପସ୍ଥିତ ଥିଲେ ।