ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନର ୧୦ମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନ (ଓଡ଼ିଶା)ର ୧୦ମ ବାର୍ଷିକ ଉତ୍ସବ ରମ୍ଭା ସ୍ଥିତ ମିଞ୍ଚିନିପାଟଣା କଲ୍ୟାଣ ମଣ୍ଡପ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବେଦମନ୍ତ୍ର, ଗୁରୁ ବନ୍ଦନା ପରେ ଶିବାଙ୍ଗୀ ମହାରଣା ଓ ଆଶାରାଣୀ ବିଶ୍ଵାଳଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣରୁ ଆରମ୍ଭ ହୋଇଥିବା ଏହି ଆନୁଷ୍ଠାନିକ କର୍ଯ୍ୟକ୍ରମରେ ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରତାପ ନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ପ୍ରାକ୍ତନ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଉଦ୍‌ଘୋଷକ ହୃଷୀକେଶ ପାଣିଗ୍ରାହୀ ଏବଂ ତାଙ୍କ ସହଧର୍ମିଣୀ ସୁଦୀପ୍ତା ପାଣିଗ୍ରାହୀ, ଅନୁଷ୍ଠାନର ସହକାରୀ ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ଦାସ, ସଭାପତି ପ୍ରକାଶ ନାହାକ, ସମ୍ପାଦକ ଦେବେନ୍ଦ୍ର ନାହାକ ଯୋଗଦେଇ ଗ୍ରୀନ ପିସ୍‌ର ସମାଜ ପ୍ରତିଥିବା ସେବା, ନିଷ୍ଠା,ତ୍ୟାଗ ଓ ମହନୀୟତା ଉପରେ ଆଲୋକପାତ କରିଥିଲେ । ବାସ୍ତବିକ ପ୍ରକୃତି, ପରିବେଶ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଆଦି ଦିଗରେ ଗ୍ରୀନ ପିସ୍ ଭିଳେଜ୍ ଫାଉଣ୍ଡେସନର କାର୍ଯ୍ୟକୁ ସଭିିଁଏ ଭୂୟସୀ ପ୍ରଶଂସା କରିଥିଲେ । ବୈଶ୍ଵିକ ମହାମାରୀ କରୋନା ଠାରୁ ଆରମ୍ଭକରି ପ୍ରକୃତିର କରାଳ ରୂପ ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ଆଦି ଆପଦକୁ ଆମ୍ଭେ ସାମ୍ନା କରୁଥିଲେ ମଧ୍ୟ ତାର ନିରାକରଣ ପାଇଁ ମୋଟେ ଚିନ୍ତା କରୁନାହୁଁ, ତେଣୁ ବ୍ୟକ୍ତିଗତ ଭାବେ ଏହାର ନିରାକରଣ ପାଇଁ ବୃକ୍ଷଟିଏ ଲଗାଇବା ଉଚିତ୍ । ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ସହ ଅନୁଷ୍ଠାନର ଉପଦେଷ୍ଟା ପଞ୍ଚାନନ ଖଟୁଆ, ବିଜୟ କୁମାର ବିଶ୍ୱାଳ ବିଘ୍ନରାଜ ଦାସ, ପ୍ରତାପ ଚନ୍ଦ୍ର ନାହାକ, ରୋହିତ ସାହୁ, ରବିନାରାୟଣ ସେନାପତିଙ୍କୁ ଉପଢୌକନ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ଫଳକ ଉପହାର ସ୍ୱରୂପ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଦଶବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ଅବସରରେ ସମାଜସେବାରେ ସମର୍ପିତ ପ୍ରତିଟି ଦିଗ ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଜିଲ୍ଲାରୁ ସମଗ୍ର ଓଡ଼ିଶାରୁ ପ୍ରାୟ ୧୧୭ଟି ସାମାଜିକ ଅନୁଷ୍ଠାନକୁ ସେମାନଙ୍କର ଉତ୍ସର୍ଗୀକୃତ ତମାମ ସେବା କାର୍ଯ୍ୟ ପାଇଁ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ସମୟରେ ଅନୁଷ୍ଠାନର ସେବାକାର୍ଯ୍ୟକୁ ଜନାଭିମୁଖୀ କରିବାରେ ଏହି ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ସୁଜିତ୍ କୁମାର ବେହେରା, ନୀଳାଚଳ ସେନାପତି, ବନବାସୀ ସେଠୀ, ଶ୍ରୀଧର ବେହେରା, ଉମାକାନ୍ତ ବେହେରା, ବିଜୟଲକ୍ଷ୍ମୀ ମହାଙ୍କୁଡ, ଅସ୍ମିନ ମହାନ୍ତି, ଅମର ସାହୁ ଓ ସମୀର ତ୍ରିପାଠୀ ଏବଂ କାର୍ଯ୍ୟକ୍ରମର ସଂଯୋଜିକା ରଶ୍ମିତା ଦଳେଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଖଲ୍ଲିକୋଟର ଅଗ୍ରଣୀ ସଂଗଠନ ଡକ୍ଟର୍ ଏ.ପି.ଜେ. ଅବଦୁଲ କାଲାମ୍ ଜନକଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ତାଙ୍କ ଆଦର୍ଶ, କାର୍ଯ୍ୟନିଷ୍ଠା ସେବା ପାଇଁ ଆୟୋଜିତ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମହାଦେବ ମଲ୍ଲିକ, ସନ୍ତୋଷ ଷଡ଼ଙ୍ଗୀ, ଗୌରୀ ଶଙ୍କର ପାତ୍ର, ପ୍ରଭାତ କୁମାର ମିଶ୍ର, ସମ୍ବଲପୁର ଜିଲ୍ଲା ଭରସା ପରିବାରର ମାମୁନି ଖାତୁନ୍, ଭୁବନେଶ୍ୱରର କ୍ୟାନସର ଫାଉଣ୍ଡେସନର ମୁଖ୍ୟ ଗୋପାଳ କୃଷ୍ଣ ଦାସ, ଭୁବନେଶ୍ୱର ଓସେଡା ଅନୁଷ୍ଠାନର ମନୋରଞ୍ଜନ ମହାପାତ୍ର, ଭାଵଗ୍ରାହୀ ଶନ୍ତୀ ପ୍ରମୁଖ ଅନୁଷ୍ଟାନଗୁଡ଼ିକୁ ମାନପତ୍ର, ଟ୍ରଫି, ଉପହାର ପ୍ରଦାନ ସହ ଉପଢ଼ୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନର ବିକାଶ ନାୟକ, ଆଲୋକ ନାହାକ, ଆଦିତ୍ୟ ନାୟକ, ନୀଳାଦ୍ରି ନାହାକ, ଦୀନେଶ ନାହାକ, ବସନ୍ତ ନାହାକ, ରବୀନ୍ଦ୍ର ନାୟକ, ପ୍ରଭାତ ନାହାକ, ସତ୍ୟନାରାୟଣ ଆଚାରୀ, ଶୋବର୍ଦ୍ଧନ ନାହାକ, ଅବକାଶ ନାହାକ, ରଥାଙ୍ଗ ରମଣ ନାହାକ, ସୁମନ୍ତ ନାହାକ, ଆକାଶ ନାହାକ, ସର୍ବେଶ୍ଵର ଦାସ ପ୍ରମୁଖ ସଭ୍ୟମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.