୬ ବର୍ଷରେ ପ୍ରାୟ ୧୭ କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ

• ୨୦୨୩-୨୪ରେ ଦେଶରେ ନିଯୁକ୍ତି ୬୪.୩୩ କୁ ବୃଦ୍ଧି; ବେକାରୀ ହାର ୩.୨ ପ୍ରତିଶତକୁ ହ୍ରାସ
• ଗତ ସାତ ବର୍ଷରେ ୧.୫୬ କୋଟି ମହିଳାଙ୍କୁ ମିଳିଛି ଆନୁଷ୍ଠାନିକ ନିଯୁକ୍ତି

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ ୨୦୨୫ ମୁତାବକ ଭାରତ ଏପରି ଦେଶମାନଙ୍କ ମଧ୍ୟରେ ସାମିଲ ଅଛି ଯେଉଁ ଦେଶଗୁଡ଼ିକ ଆଗାମୀ ବର୍ଷରେ ପ୍ରାୟ ଦୁଇ-ତୃତୀୟାଂଶ ନୂତନ କର୍ମଶକ୍ତି ଯୋଗାଣ କରିବେ । ଭାରତ ନିଜ ଜନସାଂଖ୍ୟିକ ଲାଭାଂଶର ଫାଇଦା ଉଠାଇ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ନିଜର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରୁଛି । ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ପାଲଟିଥିବା ଭାରତ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୧୭ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ନିଯୁକ୍ତି ୨୦୨୩-୨୪ରେ ୬୪.୩୩ କୋଟିକୁ ବୃଦ୍ଧି ପାଇଛି, ଯାହା ୨୦୧୭-୧୮ରେ ୪୭.୫ କୋଟି ଥିଲା । ଛଅ ବର୍ଷ ମଧ୍ୟରେ ୧୬.୮୩ କୋଟି ଲୋକଙ୍କୁଅତିରିକ୍ତନିଯୁକ୍ତିମିଳିଛି । ଏହା ଯୁବ-କୈନ୍ଦ୍ରିକ ନୀତି ଏବଂ ବିକଶିତ ଭାରତ ଦୃଷ୍ଟିକୋଣ ଉପରେ ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରେ । ଭାରତ କେବଳ ଜିଡିପି ଅଭିବୃଦ୍ଧି ହାସଲ କରୁନାହିଁ, ବରଂ ନିଜ ଲୋକ ମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରି ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣୁଛି । ଅବଧିକାଳୀନ ଶ୍ରମବଳ ସର୍ବେକ୍ଷଣ (ପିଏଲ୍‌ଏଫ୍‌ଏସ୍‌)ର ତଥ୍ୟ ଅନୁଯାୟୀ, ନିଯୁକ୍ତି ହାସଲ କରିଥିବା ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କସଂଖ୍ୟାଜୁନ୍ ୨୦୨୫ରେ ୫୪.୨% ଥିବାବେଳେ ଏହା ଅଗଷ୍ଟ ମାସରେ ୫୫%କୁ ବୃଦ୍ଧିପାଇଛି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ନିଯୁକ୍ତି ପରିମାଣ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ମିଳିଛି । ଏହି କ୍ଷେତ୍ରରେ ୪୪.୬% ପୁରୁଷଏବଂ ୭୦.୯% ମହିଳାଙ୍କୁ ନିଯୁକ୍ତି ମିଳିଛି । ସହରାଞ୍ଚଳରେତୃତୀୟ କ୍ଷେତ୍ରରେ ୬୦.୬% ପୁରୁଷଏବଂ ୬୪.୯% ମହିଳାଙ୍କୁ ଅଧିକ ନିଯୁକ୍ତି ମିଳିଛି । ୨୦୨୪-୨୫ରେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ରେ ୧.୨୯ କୋଟିରୁ ଅଧିକମୋଟ୍ଉପଭୋକ୍ତା ଯୋଡ଼ି ହୋଇଥିଲେ, ଯାହାକି ୨୦୧୮-୧୯ ରେପ୍ରାୟ୬୧.୧୨ ଲକ୍ଷ ଥିଲା । ସେପ୍ଟେମ୍ବର ୨୦୧୭ରେ ଟ୍ରାକିଂ ସିଷ୍ଟମ ଆରମ୍ଭ ହେବା ପରଠାରୁ, କେବଳ ଜୁଲାଇ ୨୦୨୫ରେ ୨୧.୦୪ ଲକ୍ଷ ସମେତ ୭.୭୩ କୋଟିରୁ ଅଧିକ ଉପଭୋକ୍ତା ଯୋଗ ଦେଇଛନ୍ତି । ଏହା କ୍ରମବର୍ଦ୍ଧିଷ୍ଣୁ ଆନୁଷ୍ଠାନିକ ନିଯୁକ୍ତି ଏବଂ ବର୍ଦ୍ଧିତ ସାମାଜିକ ସୁରକ୍ଷା ବିସ୍ତାରକୁ ସୂଚିତ କରେ।ବର୍ଦ୍ଧିତ ନିଯୁକ୍ତି ସୁଯୋଗ, କର୍ମଚାରୀ ଲାଭ ବିଷୟରେ ସଚେତନତା ବୃଦ୍ଧି ଏବଂ ଇପିଏଫଓର ସଫଳ କାର୍ଯ୍ୟକ୍ରମ କାରଣରୁ ଜୁଲାଇ ୨୦୨୫ରେ ୯.୭୯ ଲକ୍ଷ ନୂଆଉପଭୋକ୍ତା ଯୋଡ଼ି ହୋଇଥିଲେ । ଏହା ବ୍ୟତୀତ, ନିଯୁକ୍ତି ଢାଞ୍ଚାରେ ଏକ ସ୍ପଷ୍ଟ ପରିବର୍ତ୍ତନ ଆସିଛି । ଆତ୍ମନିଯୁକ୍ତି ୨୦୧୭-୧୮ରେ ୫୨.୨% ରୁ ୨୦୨୩-୨୪ରେ ୫୮.୪%କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଅସ୍ଥାୟୀ ଶ୍ରମ ୨୪.୯% ରୁ ୧୯.୮% କୁ ହ୍ରାସ ପାଇଛି, ଯାହା ସରକାରୀ ପଦକ୍ଷେପ ଦ୍ୱାରା ସମର୍ଥିତ ଉଦ୍ୟୋଗୀ ଏବଂ ସ୍ୱାଧୀନ କାର୍ଯ୍ୟ ଦିଗରେଏକ ପଦକ୍ଷେପକୁ ସୂଚିତ କରେ । ସାଧାରଣ ଶ୍ରମିକଙ୍କ ପାଇଁ ହାରାହାରି ଦୈନିକ ମଜୁରୀ (ସାର୍ବଜନୀନ କାର୍ଯ୍ୟ ବ୍ୟତୀତ) ଜୁଲାଇ-ସେପ୍ଟେମ୍ବର ୨୦୧୭ରେ ୨୯୪ଟଙ୍କାରୁ ବୃଦ୍ଧି ପାଇ ଏପ୍ରିଲ-ଜୁନ୍ ୨୦୨୪ରେ ୪୩୩ଟଙ୍କାରେ ପହଞ୍ଚିଛି । ସେହିପରି, ନିୟମିତ ବେତନଭୋଗୀ କର୍ମଚାରୀଙ୍କ ହାରାହାରି ମାସିକ ରୋଜଗାର ସମାନ ସମୟ ମଧ୍ୟରେ ୧୬,୫୩୮ ଟଙ୍କାରୁ ବୃଦ୍ଧି ପାଇ ୨୧,୧୦୩ ଟଙ୍କାରେ ପହଞ୍ଚିଛି । ଏହି ଲାଭଗୁଡ଼ିକ ଉଚ୍ଚ ଆୟ ସ୍ତର, ଉନ୍ନତ ଚାକିରି ସ୍ଥିରତା ଏବଂ ଚାକିରି ଗୁଣବତ୍ତାକୁ ପ୍ରତିଫଳିତ କରିଥାଏ । ଆଉ ଏକ ସକାରାତ୍ମକ ସଙ୍କେତ ହେଉଛି ବେକାରୀ ହାରରେ ପ୍ରଭାବଶାଳୀ ହ୍ରାସ, ଯାହା ୨୦୧୭-୧୮ରେ ୬.୦% ରୁ ୨୦୨୩-୨୪ରେ ୩.୨%କୁ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ, ଯୁବ ବେକାରୀ ହାର ୧୭.୮%ରୁ ୧୦.୨%କୁ ହ୍ରାସ ପାଇଛି, ଯାହା ଏହାକୁ ବିଶ୍ୱ ହାରାହାରି ୧୩.୩% ଠାରୁ ତଳେ ରହିଛି।ବିଶ୍ୱ ନିଯୁକ୍ତି ଏବଂ ସାମାଜିକ ଆଉଟଲୁକ ୨୦୨୪ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାର ଏକ ପ୍ରମୁଖ ସ୍ତମ୍ଭ ହେଉଛି ଭାରତରେ ୭୦ ପ୍ରତିଶତ ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ସୁନିଶ୍ଚିତ କରିବା । ଆଜି ବିଶ୍ୱର ପ୍ରମୁଖ ଅନୁଷ୍ଠାନଗୁଡ଼ିକ ଭାରତର ପ୍ରଶଂସା କରୁଛନ୍ତି, କାରଣ ଏହା ସର୍ବାଧିକ ସମାନତା ଥିବା ଶୀର୍ଷ ଦେଶ ତାଲିକାରେ ସ୍ଥାନ ପାଇଛି । ୨୦୧୭-୧୮ରୁ ୨୦୨୩-୨୪ ମଧ୍ୟରେ ମହିଳା ନିଯୁକ୍ତି ହାର ପ୍ରାୟ ଦ୍ୱିଗୁଣିତ ହୋଇଛି । ଗତସାତ ବର୍ଷରେ ୧.୫୬ କୋଟିମହିଳାଙ୍କୁଆନୁଷ୍ଠାନିକନିଯୁକ୍ତିମିଳିଛି । ବର୍ତ୍ତମାନ, ଭାରତ ବୈଷୟିକ ନବସୃଜନ, ଜଗତୀକରଣ ଏବଂ ଉପଭୋକ୍ତା ଆଚରଣର ବିକାଶ ଦ୍ୱାରା ପରିଚାଳିତ ନୂତନ ଶିଳ୍ପ ଏବଂ ନିଯୁକ୍ତି କ୍ଷେତ୍ରର ଦ୍ରୁତ ଉତ୍ଥାନ ଦେଖୁଛି । ସ୍ୱାସ୍ଥ୍ୟସେବା ପ୍ରଯୁକ୍ତିବିଦ୍ୟା, ଇ-କମର୍ସ ଲଜିଷ୍ଟିକ୍ସ, ଆର୍ଥିକ ପ୍ରଯୁକ୍ତିବିଦ୍ୟା ଏବଂ ଏଡ-ଟେକ୍ ଭଳି କ୍ଷେତ୍ର ଅଭୂତପୂର୍ବ ଗତିରେ ବୃଦ୍ଧି ପାଉଛି । ବୃଦ୍ଧି ପାଉଥିବା ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ର ନିଯୁକ୍ତି ସୃଷ୍ଟି ପାଇଁ ଅଧିକ ସୁଯୋଗ ପ୍ରଦାନ କରୁଛି । ଭାରତର ବିକଶିତ ନିଯୁକ୍ତି ବଜାରର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ହେଉଛି ଗିଗ୍ ଅର୍ଥବ୍ୟବସ୍ଥାର ଉତ୍ଥାନ, ଯାହା ପାରମ୍ପରିକ ନିଯୁକ୍ତି ମାନଦଣ୍ଡକୁ ପୁନଃ ପରିଭାଷିତ କରିଛି । ଭାରତର ଗିଗ୍ ଶ୍ରମଶକ୍ତି ୨୦୨୪-୨୫ରେ ୧ କୋଟିରୁ ୨୦୨୯-୩୦ ସୁଦ୍ଧା୨.୩୫ କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ସରକାରଏହି କ୍ଷେତ୍ରରେ କାର୍ଯ୍ୟରତଶ୍ରମିକଙ୍କ ସୁରକ୍ଷା ପାଇଁ ମଧ୍ୟ ଯୋଜନା ପ୍ରଣୟନ କରିଛନ୍ତି । ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ୧.୯ ଲକ୍ଷ ଡିପିଆଇଆଇଟି-ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପରହିଛିଯାହାକିବିଶ୍ୱର ତୃତୀୟ ବୃହତ୍ତ୍ୱ । ଏହିକ୍ଷେତ୍ର୨୦୨୫ ସୁଦ୍ଧା୧୧୮ ୟୁନିକର୍ଣ୍ଣଏବଂ ୧୭ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି । ସ୍କିଲ୍ ଇଣ୍ଡିଆ, ରୋଜଗାରମେଳା, ପିଏମ ବିଶ୍ୱକର୍ମା, ଆଇଟିଆଇ ଉନ୍ନତିକରଣ ଯୋଜନା, ନିଯୁକ୍ତି ଆଧାରିତ ପ୍ରୋତ୍ସାହନ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା, ମେକ୍ ଇନ୍ ଇଣ୍ଡିଆ ଭଳି ଯୋଜନା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ସେହିପରି ମହିଳାଙ୍କ ପାଇଁସ୍ୱ ତନ୍ତ୍ରଭାବେଉଦ୍ଦିଷ୍ଟବିଭିନ୍ନଯୋଜନାଯଥା: ନମୋଡ୍ରୋନଦିଦି, ମିଶନଶକ୍ତି, ଲକ୍ଷପତିଦିଦି, ବ୍ୟାଙ୍କସଖୀ, ବୀମାସଖୀ, କୃଷିସଖୀ, ପଶୁସଖୀ, ପ୍ରଧାନମନ୍ତ୍ରୀ ନିଯୁକ୍ତିଗ୍ୟା ରେଣ୍ଟିକାର୍ୟ୍ୟକ୍ରମ, ସଂକଳ୍ପ, ପିଏମ ଲଘୁ ଖାଦ୍ୟ ପ୍ରକ୍ରିୟା କରଣ ଯୋଜନା, ଆଦିବାସୀ ମହିଳା ସଶକ୍ତିକରଣ ଯୋଜନା, ସ୍ୱୟଂଶକ୍ତି ସହକାରଯୋଜନା, ଦିନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆଦିମହିଳାଙ୍କୁ ରୋଜଗାରକ୍ଷମ ଏବଂ ଆର୍ଥିକ ରୂପେ ସଶକ୍ତ କରୁଛି ।

Leave A Reply

Your email address will not be published.