ନୂତନ ଭାରତକୁ ଅଗ୍ରଣୀ କରିବା

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ସହିତ ସଂଯୁକ୍ତ ହେବା ଏବଂ ନାଗରିକମାନଙ୍କୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରୟାସକୁ ଏକ ନୂତନ ଅର୍ଥ ଦେଇଛନ୍ତି । ଯଦିଓ ତାଙ୍କର ପ୍ରତ୍ୟେକ ପଦକ୍ଷେପ ପ୍ରଶାସନିକ କ୍ଷେତ୍ରରେ ବୈଷୟିକ ଭାବେ ପ୍ରଥମ ନୁହେଁ, ତଥାପି ସ୍ପଷ୍ଟ ଯେ ମୋଦୀ ସରକାର ସେଗୁଡ଼ିକୁ ଏକ ଐତିହାସିକ ସ୍ତରକୁ ନେଇଛନ୍ତି, ଦୈନନ୍ଦିନ ଜୀବନରେ ମୁଖ୍ୟସ୍ରୋତରେ ସାମିଲ କରିଛନ୍ତି ଏବଂ ସାହସିକ ଓ ନୂତନ ପଦ୍ଧତିରେ ସେଗୁଡ଼ିକୁ ଆନୁଷ୍ଠାନିକରଣ କରିଛନ୍ତି ।
ଏହି ମାଇଲଖୁଣ୍ଟଗୁଡ଼ିକ କେବଳ ସାଧାରଣ ପରିଣାମ ନୁହେଁ, ବରଂ ସେହିସବୁ ମୁହୂର୍ତ୍ତମାନଙ୍କୁ ଚିହ୍ନିତ କରନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର କାର୍ଯ୍ୟଶୈଳୀକୁ ନୂତନ ଭାବେ ପରିଭାଷିତ କରିଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା ।
ପ୍ରଯୁକ୍ତିବିଦ୍ୟା-ପରିଚାଳିତ ଶାସନ ବ୍ୟବସ୍ଥା
● ଡିଜିଟାଲ ଭାରତ: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୫ ମସିହାରେ ଡିଜିଟାଲ ଭାରତ ମିଶନର ଶୁଭାରମ୍ଭ କରିଥିଲେ । ସେ ଏହି ମିଶନ ମାଧ୍ୟମରେ ଏପରି ଏକ ରାଷ୍ଟ୍ରର କଳ୍ପନା କରିଥିଲେ, ଯେଉଁଠାରେ ପ୍ରତ୍ୟେକ ନାଗରିକ ଡିଜିଟାଲ ସୁବିଧା ଉପଭୋଗ କରନ୍ତି। ସରକାରୀ ସେବାଗୁଡ଼ିକ ଏକ ବଟନ୍ କ୍ଲିକରେ ଉପଲବ୍ଧ ହୁଏ ଏବଂ ଦୂରଦୂରାନ୍ତ ଗ୍ରାମଗୁଡ଼ିକ ମଧ୍ୟ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଦ୍ୱାରା ସଂଯୁକ୍ତ ହୋଇପାରନ୍ତି ।
● ଇଣ୍ଡିଆ ଷ୍ଟାକ୍ ଏବଂ ଆଧାର ସମନ୍ୱୟ: ନରେନ୍ଦ୍ର ମୋଦୀଙ୍କ ସରକାର ଇଣ୍ଡିଆ ଷ୍ଟାକ୍ – ପେମେଣ୍ଟ ନିମନ୍ତେ ମୁକ୍ତ ଏ.ପି.ଆଇ., ଇ- ସ୍ୱାକ୍ଷର ଏବଂ ପରିଚୟ – ଭାରତକୁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ଏକ ବିଶ୍ୱସ୍ତରୀୟ ଲିଡର ଭାବରେ ଉପସ୍ଥାପନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
● ୟୁ.ପି.ଆଇ. ବିପ୍ଳବ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁ.ପି.ଆଇ.) ଭାରତକୁ ସେହି ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଆଣିଛି, ଯେଉଁଠାରେ ଚଳଚଞ୍ଚଳ ସହରାଞ୍ଚଳ ଠାରୁ ଗ୍ରାମୀଣ ବଜାର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବାସ୍ତବ-ସମୟ, ସୁଗମ ଡିଜିଟାଲ୍ ପେମେଣ୍ଟ ଏକ ବାସ୍ତବତାରେ ପରିଣତ ହୋଇପାରିଛି ।
● ଟେକ୍-ପ୍ରଥମ ବ୍ୟୁରୋକ୍ରାସି: ମୋଦୀ ସରକାରୀ କର୍ମଚାରୀମାନଙ୍କୁ ପଯୁକ୍ତିବିଦ୍ୟାକୁ ଚାମ୍ପିଅନ୍ କରିବାକୁ ପ୍ରେରଣା ଯୋଗାଇଥିଲେ, ସେମାନଙ୍କୁ ନବାଚାର ନିମନ୍ତେ, ବିଶେଷକରି ଷ୍ଟାର୍ଟ ଅପ୍ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ.) ପାଇଁ ପ୍ରୋତ୍ସାହକ ହେବାକୁ ଉତ୍ସାହିତ କରିଥିଲେ ।
ଆର୍ଥିକ ନୀତି ଏବଂ ସାମାଜିକ କଲ୍ୟାଣ
● ମେକ୍ ଇନ୍ ଇଣ୍ଡିଆ: ବିଶ୍ୱ ନିବେଶକମାନଙ୍କୁ ଆକର୍ଷିତ କରିବା ଏବଂ ଭାରତକୁ ଏକ ଉତ୍ପାଦନ ଶକ୍ତିଶାଳୀ ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ନରେନ୍ଦ୍ର ମୋଦୀ ଏହି ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରିଥିଲେ, ଯାହା ଦେଶ ପାଇଁ ଏକ ଅଭୂତପୂର୍ବ ଅଗ୍ରଗତି ।
● ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ବର୍ତ୍ତମାନ ସୁଦ୍ଧା ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତି ଅଭିଯାନ, କୋଟି କୋଟି ଅଣ-ବ୍ୟାଙ୍କ ନାଗରିକଙ୍କୁ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥା ମଧ୍ୟକୁ ଆଣିପାରିଛି।
● ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର: ସବସିଡି ଏବଂ କଲ୍ୟାଣ ପାଇଁ ଆଧାର-ସକ୍ଷମ ପ୍ରତ୍ୟକ୍ଷ ହସ୍ତାନ୍ତରକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରାଯାଇଛି, ଯାହା ଲାଭାର୍ଥୀଙ୍କୁ ଲକ୍ଷ୍ୟ କରିବାରେ ଭାରତକୁ ନେତୃତ୍ୱ ପ୍ରଦାନ କରିଛି ।
● ଉଜ୍ଜ୍ୱଳା ଯୋଜନା: ଦେଶର ଲକ୍ଷ ଲକ୍ଷ ଗରିବ ପରିବାରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇଛି, ଯାହା ମର୍ଯ୍ୟାଦା ଏବଂ ସଶକ୍ତିକରଣର ପ୍ରତୀକ ।
ନବସୃଜନ, ବିଜ୍ଞାନ ଏବଂ ଭିତ୍ତିଭୂମି
● ମହାକାଶ ଏବଂ ଡିଜିଟାଲ୍ ନେଟୱାର୍କ: ଭାରତ ଟେଲିକମ୍, ୫ଜି ଏବଂ ୬ଜି ପ୍ରସ୍ତୁତିରେ ଗୁରୁତପୂର୍ଣ୍ଣ ଅଗ୍ରଗତି ହାସଲ କରିଛି, ସମୁଦ୍ର ତଳ କେବୁଲ ଏବଂ ଫାଇବର ନେଟୱାର୍କର ଏକ ଜାଲ ବିଛାଇଛି ଯାହା ଦୂରବର୍ତ୍ତୀ ଅଞ୍ଚଳକୁ ମଧ୍ୟ ଅନଲାଇନରେ ସଂଯୋଗ କରିକରିଛି।
● ଆଇ.ଏନ.ଏସ. ବିକ୍ରାନ୍ତ: ଉନ୍ନତ ପ୍ରତିରକ୍ଷା ନବସୃଜନ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଭାବରେ ନିର୍ମିତ ବିମାନ ବାହକ ଜାହାଜ ।
● ଏ.ଆଇ ଏବଂ କ୍ୱାଣ୍ଟମ୍ ପୁସ୍: ଲକ୍ଷ୍ୟଭିତ୍ତିକ ସରକାରୀ କାର୍ଯ୍ୟକ୍ରମ ସହିତ, ଭାରତ କୃତ୍ରିମ ପ୍ରଜ୍ଞା (ଏ.ଆଇ.) କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସାଇବର ଫରେନସିକ୍ସରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ମୁଣ୍ଡ ଟେକିବାକୁ ପ୍ରସ୍ତୁତ ।
ଆଇନଗତ ଏବଂ ସୃଜନାତ୍ମକ ସଂସ୍କାର
● ଭାରତୀୟ ନ୍ୟାୟ ସଂହିତା ଏବଂ ନୂତନ ଅପରାଧ ଆଇନ (୨୦୨୩): ଉପନିବେଶବାଦୀ ଯୁଗର ଆଇ.ପି.ସି., ଅପରାଧ ସଂହିତା ଏବଂ ପ୍ରମାଣ ଆଇନକୁ ବଦଳାଇ, ମୋଦୀଙ୍କ ସରକାର ୧୫୦ ବର୍ଷ ମଧ୍ୟରେ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥାର ସବୁଠାରୁ ବ୍ୟାପକ ପରିବର୍ତ୍ତନ କରିଛନ୍ତି, ଗତି, ସ୍ୱଚ୍ଛତା ଏବଂ ପୀଡିତ-କୈନ୍ଦ୍ରିକ ନ୍ୟାୟ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।
● ପୁରୁଣା ଆଇନକୁ ବାତିଲ କରିବା: ନରେନ୍ଦ୍ର ମୋଦୀଙ୍କ ସରକାର ମାତ୍ର ତିନି ବର୍ଷ ମଧ୍ୟରେ ୧,୨୦୦ରୁ ଅଧିକ ପୁରୁଣା ଆଇନକୁ ବାତିଲ କରିଛନ୍ତି, ଯାହା ପୂର୍ବରୁ ଛଅ ଦଶନ୍ଧିର ମୋଟ ଆଇନଠାରୁ ଅଧିକ ।
● ଅନୁପାଳନକୁ ଅପରାଧମୁକ୍ତ କରିବା: ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାର ୪୦,୦୦୦+ ପୁରୁଣା ଅନୁପାଳନକୁ ବାତିଲ କରିଛନ୍ତି ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଦଣ୍ଡକୁ ହ୍ରାସ କରିଛନ୍ତି, ଯାହା ଦେଶରେ ଏକ ବ୍ୟବସାୟ-ସମର୍ଥକ ଇକୋସିଷ୍ଟମ ସୃଷ୍ଟି କରିଛି ।
● ଏକ ରାଷ୍ଟ୍ର, ଏକ ନିର୍ବାଚନ: ଶାସନରେ ଦକ୍ଷତା ପାଇଁ ଲକ୍ଷ୍ୟ ରଖି ଏକକାଳୀନ ଜାତୀୟ ଏବଂ ରାଜ୍ୟ ନିର୍ବାଚନର ଅବଧାରଣା ଆରମ୍ଭ ଏବଂ ଆଗକୁ ବଢାଇଛନ୍ତି ।
ବୈଦେଶିକ ନୀତି ନବସୃଜନ
● ବିଶ୍ୱ ଯୋଗ କୂଟନୀତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରି ଜାତିସଂଘର ପ୍ରସ୍ତାବର ନେତୃତ୍ୱ ନେଇଥିଲେ, ଯୋଗକୁ ଏକ ଶକ୍ତିଶାଳୀ ବିଶ୍ୱ କୋମଳ ଶକ୍ତିର ସାଧନରେ ପରିଣତ କରିଥିଲେ ।
● ଶପଥ ଗ୍ରହଣକୁ ସାର୍କ ନେତାମାନଙ୍କୁ ଆମନ୍ତ୍ରଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ତାଙ୍କ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଥିଲେ, ଯାହା ଆଞ୍ଚଳିକ ସମ୍ପର୍କ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସୂଚିତ କରିଥିଲା ।
● ଫାଷ୍ଟ-ଟ୍ରାକ୍ ଏବଂ ପାରା କୂଟନୀତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଏବଂ ସହରଗୁଡ଼ିକୁ ବିଶ୍ୱସ୍ତରୀୟ ସହଭାଗୀତା ପାଇଁ ଆହ୍ୱାନ ଦେଇ, ଭାରତର ବାହ୍ୟ ସମ୍ପର୍କର ବିବିଧିକରଣ କରି ଭାରତର କୂଟନୀତିକୁ ପୁନଃ-ନିର୍ଦ୍ଦେଶିତ କରିଥିଲେ ।
● ପଡ଼ୋଶୀ ପ୍ରଥମ, ପୂର୍ବ ଦିଗରେ କାର୍ଯ୍ୟ କରନ୍ତୁ, ପଶ୍ଚିମ କଥା ଚିନ୍ତା କରନ୍ତୁ, ସାଗର: ଏହି ନୀତିଗୁଡ଼ିକ ଆଞ୍ଚଳିକ ବ୍ୟାପାରରେ ଭାରତର ସକ୍ରିୟ ଭୂମିକାକୁ ବ୍ୟବସ୍ଥିତ କରିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.