୨୧ତମ ବିଶ୍ୱ ପୋଲିସ୍ ଏବଂ ଫାୟାର ଗେମ୍ସ -୨୦୨୫’ରେ ୬୧୩ ପଦକ ଜିତିଥିବା ଭାରତୀୟ ଦଳକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟରେ ପାଞ୍ଚ ଗୁଣ ବୃଦ୍ଧି କ୍ରୀଡ଼ା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି
  • ମୋଦୀ ସରକାର ଖେଳକୁ ପ୍ରତ୍ୟେକ ଗାଁକୁ ନେଇଯାଉଛନ୍ତି ଏବଂ ପ୍ରତ୍ୟେକ ଖେଳରେ ପିଲାମାନଙ୍କର ଚୟନ ଏବଂ ତାଲିମ ବୈଜ୍ଞାନିକ ଢଙ୍ଗରେ କରାଯାଉଛି
  • ୨୦୨୯ ମସିହାରେ ଗୁଜରାଟରେ ହେବାକୁ ଥିବା ‘ବିଶ୍ୱ ପୋଲିସ୍ ଏବଂ ଫାୟାର ଗେମ୍ସ “ରେ ପ୍ରତ୍ୟେକ ଖେଳାଳି’ ଅର୍ଜୁନ” ଭଳି ଲକ୍ଷ୍ୟ ହାସଲ କରି ପଦକ ଜିତିବା ପାଇଁ ଆଗକୁ ବଢ଼ିବା ଉଚିତ
  • ୨୦୩୬ ଅଲିମ୍ପିକ୍ସରେ ପଦକ ତାଲିକାର ଶୀର୍ଷ ୫ ମଧ୍ୟରେ ଭାରତ ରହିବ
    ପରାଜୟକୁ ଅତିକ୍ରମ କରିବାର ଅଭ୍ୟାସ ଏବଂ ଜିତିବାର ଉତ୍ସାହ ଖେଳପଡ଼ିଆରୁ ହିଁ ବିକଶିତ ହୁଏ
  • ସମସ୍ତ ପୋଲିସ କର୍ମଚାରୀ ଚାପମୁକ୍ତ ରହିପାରିବେ ଏବଂ ଖେଳକୁ ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ କରି କାର୍ଯ୍ୟର ଗୁଣବତ୍ତାରେ ମଧ୍ୟ ଉନ୍ନତି ଆଣି ପାରିବେ
  • ପ୍ରସ୍ତାବିତ ଜାତୀୟ କ୍ରୀଡ଼ା ବିଲ୍‌ ରାଜ୍ୟସ୍ତରରେ ପୋଲିସ ବାହିନୀକୁ ସ୍ୱୀକୃତି ପ୍ରଦାନ କରିଥାଏ, ଯାହା ଦ୍ୱାରା ପ୍ରତ୍ୟେକ ପୋଲିସ ବାହିନୀ ଏକ ୟୁନିଟ ଭାବରେ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ
  • ଗତବର୍ଷ ପ୍ରତିଭା ଚିହ୍ନଟ ପାଇଁ ନିଯୁକ୍ତି ନିୟମରେ ପରିବର୍ତ୍ତନ, ପ୍ରତ୍ୟେକ ବାହିନୀରେ ୨୫ଟି ବାହ୍ୟ କ୍ରୀଡ଼ାଦଳ ଗଠନ ଏବଂ ସିଏପିଏଫ୍‌ର ଏକ ମିଳିତ ଦଳ ଭଳି ଅନେକ ପଦକ୍ଷେପ ଗୃହ ମନ୍ତ୍ରଣାଳୟ ଗ୍ରହଣ କରିଛି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ ଆମେରିକାର ଆଲାବାମା ଅନ୍ତର୍ଗତ ବର୍ମିଂହାମଠାରେ ଆୟୋଜିତ ୨୧ତମ ବିଶ୍ୱ ପୋଲିସ୍‍ ଏବଂ ଫାୟାରଗେମ୍ସ-୨୦୨୫ରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳର ସମ୍ମାନିତ ସମାରୋହକୁ ସମ୍ବୋଧିତକରିଛନ୍ତି । ଏହି ଅବସରରେ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା)ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ୨୧ତମ ବିଶ୍ୱ ପୋଲିସ୍‍ ଏବଂ ଫାୟାର ଗେମ୍ସରେ ଭାରତୀୟ ଦଳ ୬୧୩ ପଦକ ଜିତିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ ଏବଂ ଭାରତୀୟ ପୋଲିସ ଏବଂ ଅଗ୍ନିଶମ ସେବାଦଳକୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ତଥା ଦେଶକୁ ଗର୍ବିତ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ପରବର୍ତ୍ତୀ ବିଶ୍ୱ ପୋଲିସ ଏବଂ ଫାୟାର ଗେମ୍ସ ଭାରତରେ ଅନୁଷ୍ଠିତ ହେବ । ଶ୍ରୀ ଶାହ କହିଥିଲେ ଯେ ଆମର ଲକ୍ଷ୍ୟ ଏହା ସୁନିଶ୍ଚିତ କରିବା ଉଚିତ ଯେ ଅଖିଳ ଭାରତୀୟ ପୋଲିସ୍‍ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ଅଧୀନରେ ଥିବା ପ୍ରତ୍ୟେକ ପୋଲିସ୍‍ ବଳରୁଅତି କମରେ ଜଣେ ଆଥଲେଟ ପରବର୍ତ୍ତୀ ବିଶ୍ୱ ପୋଲିସ୍‍ ଏବଂ ଫାୟାର ଗେମ୍ସରେ ଅଂଶଗ୍ରହଣ କରିବେ । ଆମର ଅଂଶ ଗ୍ରହଣ ସମାବେଶୀ ହେବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ଦଳ ଅତି କମରେ ତିନୋଟି ପଦକ ଜିତିବାର ଲକ୍ଷ୍ୟ ରଖିବା ଉଚିତ । ଏଭଳି ଲକ୍ଷ୍ୟ ହାସଲ କରିବା ଦ୍ୱାରା ୬୧୩ଟି ପଦକ ଜିତିବାର ରେକର୍ଡ ଆପେ ଆପେ ଭାଙ୍ଗିଯିବ । ଅମିତ ଶାହ କହିଥିଲେ ଯେ ଆଜି ଭାରତୀୟଦଳକୁ ୪,୩୮,୮୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସେ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ଦେଶରେ ପୋଲିସ୍ ଏବଂ ଫାୟାରଗେମ୍ସକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା । ତେବେ ଅଂଶଗ୍ରହଣ ଦୃଷ୍ଟିରୁ ଅଲିମ୍ପିକ୍ସ ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପରେ ଏହା ହେଉଛି ବିଶ୍ୱର ସର୍ବବୃହତ କ୍ରୀଡ଼ା ପ୍ରତିଯୋଗିତା । ଶ୍ରୀ ଶାହ କହିଥିଲେ ଯେ ପ୍ରାୟ ୧୦,୦୦୦ କ୍ରୀଡ଼ାବିତ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିଥାନ୍ତି ଏବଂ ଦେଶର ଦୃଢ଼ ପ୍ରଦର୍ଶନ କାରଣରୁ ଏହା ୧୪୦ କୋଟି ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ଏସୀୟ କ୍ରୀଡା ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରି ବିଭିନ୍ନ ପୋଲିସ ବାହିନୀର କ୍ରୀଡ଼ାବିତ ମାନେ ଭଲ ପ୍ରଦର୍ଶନ କରିଛନ୍ତି, ଏବେ ଆମର ଧ୍ୟାନ ବିଶ୍ୱ ପୋଲିସ୍‍ ଏବଂ ଫାୟାର ଗେମ୍ସ -୨୦୨୯ ଉପରେ ରହିବା ଉଚିତ । ଗୁଜରାଟରେ ହେବାକୁ ଥିବା ୨୦୨୯ ବିଶ୍ୱ ପୋଲିସ ଏବଂ ଫାୟାର ଗେମ୍ସରେ ପ୍ରତ୍ୟେକ ଆଥଲେଟ ଅର୍ଜୁନଙ୍କ ପରି ଗୋଟିଏ ଗୋଲ ଉପରେ ଧ୍ୟାନ ଦେଇ ପଦକ ଜିତିବା ପାଇଁ ଆଗକୁ ବଢ଼ିବା ଉଚିତ୍ । ଶ୍ରୀ ଶାହ କହିଥିଲେ ଯେ ଭାରତୀୟ ଦଳର ଅନେକ ସଦସ୍ୟ ବିଶ୍ୱ ପୋଲିସ ଏବଂଫାୟାରଗେମ୍ସ-୨୦୨୫ରେ ପଦକ ଜିତିଥିଲେ, କିନ୍ତୁ ଏପରି ଅନେକ ମଧ୍ୟ ଥିଲେ ଯେଉଁମାନେ ସଫଳତା ହାସଲ କରି ପାରିନଥିଲେ । ସେ କହିଥିଲେ ଯେ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖେଳରେ ଭାଗନେବା; ଜିତିବା ଏବଂ ହାରିବା ଜୀବନର ଅଂଶବିଶେଷ । ଜିତିବା ପାଇଁ ଲକ୍ଷ୍ୟ ସ୍ଥିର କରିବା ଏବଂ ବିଜୟ ହାସଲ କରିବା ପାଇଁ ପ୍ରୟାସ କରିବା ଆମର ସ୍ୱଭାବ ହେବା ଉଚିତ ଏବଂ ଜିତିବାଆମର ଅଭ୍ୟାସ ହେବା ଉଚିତ । ଜିତିବାର ଅଭ୍ୟାସ ସହିତ, ଆମେ ସର୍ବଦା ଉତ୍କୃଷ୍ଟ ପ୍ରଦର୍ଶନ ଆଡକୁ ଅଗ୍ରସର ହେଉ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ବିଶ୍ୱ ପୋଲିସ ଏବଂ ଫାୟାର ଗେମ୍ସ ଗୁଜରାଟର ଅହମ୍ମଦାବାଦ, ଗାନ୍ଧୀନଗର ଏବଂ କେଭାଡ଼ିଆରେ ଅନୁଷ୍ଠିତହେବ । ସେ ଆଶାବ୍ୟକ୍ତ କରିଥିଲେ ଯେ ଭାରତୀୟ କ୍ରୀଡ଼ାବିତ ମାନେ ଏହି କ୍ରୀଡ଼ାଗୁଡ଼ିକରେ ଏତେ ଭଲ ପ୍ରଦର୍ଶନ କରିବେ ଯାହା ଫଳରେ ଭାରତରେ କ୍ରୀଡ଼ାର ବିପୁଳ ସମ୍ଭାବନା ରହିଛି ବୋଲି ସ୍ୱୀକୃତି ମିଳିବ । ସେ ଉଲ୍ଲେଖ କରିଥିଲେ ଯେ ମୋଦୀ ସରକାର ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ାର ଆୟୋଜନ ଭାରତରେ କରିବାକୁ ପ୍ରୟାସ କରୁଛନ୍ତି, ଯାହାଦ୍ୱାରା କ୍ରୀଡ଼ା ଜନସାଧାରଣଙ୍କ ସ୍ୱଭାବର ଅଂଶ ବିଶେଷ ହୋଇପାରିବ । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ବିଡ୍କରିବାକୁ ଯାଉଛି, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ବିଡ୍ଦାଖଲ କରି ସାରିଛି ଏବଂ ଏସୀୟ କ୍ରୀଡ଼ାର ଆୟୋଜନ ପାଇଁ ପୁନର୍ବାର ବିଡ୍ଦାଖଲ କରିଛି । ଭାରତରେ ଏହି ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି କ୍ରୀଡ଼ାକୁ ଦେଶର ଜନସାଧାରଣ ଏବଂ ପୋଲିସ ଏବଂ ଅଗ୍ନିଶମ ବାହିନୀ ଭଳି ବିଭିନ୍ନ ବର୍ଗର ଲୋକଙ୍କ ଜୀବନର ଏକ ସ୍ୱାଭାବିକ ଅଂଶକରିବା । ସେ ଆହୁରି ମଧ୍ୟ କହିଥିଲେ ଯେ କ୍ରୀଡ଼ାଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବାଉଚିତ । ସେ କହିଥିଲେ ଯେ ଯେଉଁ ପିଲା ଖେଳିନ ଥାଏ, ସେ ପରାଜୟ ଦ୍ୱାରା ନିରୁତ୍ସାହିତ ହୋଇଥାଏ ଏବଂ ଯେଉଁ ପିଲାହାରିବା ପରେ ଜିତିବାର ସଂକଳ୍ପନଥାଏ, ସେ କଦାପି ଜିତିବାର ଅଭ୍ୟାସ ବିକଶିତ କରିନ ଥାଏ । ଶିଖିବାର କେବଳ ଗୋଟିଏ ସ୍ଥାନ ଅଛି -ପଡ଼ିଆ, ଖେଳ ପଡ଼ିଆ-ଏବଂ ଏହାଖେଳପଡ଼ିଆରେ ହିଁ ପରାଜୟ ସ୍ୱୀକାର କରିବାର ଅଭ୍ୟାସ ଏବଂ ବିଜୟ ହାସଲ କରିବାର ଉତ୍ସାହ ବିକଶିତ ହୁଏ । ସେ କହିଥିଲେ ଯେ ଧୀରେ ଧୀରେ ଏହି ମନୋବୃତ୍ତି ଆମ ଯୁବପିଢ଼ିଙ୍କ ମଧ୍ୟରେ ବିକଶିତ ହେବା ଉଚିତ । ଶ୍ରୀ ଅମିତଶାହ ଅଖିଳଭା ରତୀୟ ପୋଲିସ୍‍ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ କୁ ଭାରତୀୟ ପୋଲିସ୍‍ ଦଳକୁ ବିଶ୍ୱସ୍ତରୀୟ ପ୍ରଶିକ୍ଷକ ପ୍ରଦାନ କରିବା ଏବଂ କ୍ରୀଡ଼ା ସମ୍ବନ୍ଧୀୟ ଆଘାତର ଚିକିତ୍ସା ପାଇଁ ସେନା ର ଡାକ୍ତରୀ ଦଳକୁ ସ୍ୱତନ୍ତ୍ର ତାଲିମଦେବା ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଏହି ଦୁଇଟି କାର୍ୟ୍ୟକୁ ଯୋଜନା ବଦ୍ଧ ଢଙ୍ଗରେ ସମ୍ପାଦନ କରିବାର ଆବଶ୍ୟକତା ରହିଛି ଏବଂ କ୍ରୀଡ଼ା ମନ୍ତ୍ରଣାଳୟଦ୍ୱାରା ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ । କେନ୍ଦ୍ରସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତଶାହ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍‍ ବାହିନୀ (ସିଏପିଏଫ୍)ର ମହାନିର୍ଦ୍ଦେଶକମାନଙ୍କୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ଯେଉଁଠାରେ ପ୍ରତ୍ୟେକ ପୋଲିସ କର୍ମଚାରୀ ଏବଂ ଅଧିକାରୀ ଏକ କ୍ରୀଡ଼ା ଉତ୍ସାହ ବିକଶିତ କରିପାରିବେ । ସେ କହିଥିଲେ ଯେ ପୋଲିସ ଅଧିକାରୀ ମାନେ ସେମାନଙ୍କ ଅଧସ୍ତନ କର୍ମଚାରୀଙ୍କ ସହିତ ଏକପରେଡ ସହିତ ସେମାନଙ୍କର ସକାଳ ଆରମ୍ଭ କରିବା ଉଚିତ ଏବଂ ସେମାନଙ୍କ ସହିତ ଖେଳଖେଳି ସନ୍ଧ୍ୟା ବିତାଇବା ଉଚିତ୍ । ଏହା କାର୍ୟ୍ୟସମ୍ବନ୍ଧୀୟ ଚାପରୁ ମୁକ୍ତିଦେବାରେ ଏବଂ କାର୍ୟ୍ୟଦକ୍ଷତା ରେ ଉନ୍ନତି ଆଣିବାରେ ସହାୟକ ହେବ । ଶ୍ରୀ ଶାହ କହିଥିଲେ ଯେ କ୍ରୀଡ଼ା ଆମକୁ ବ୍ୟାପକ ଭାବେ ଚିନ୍ତା କରିବା ଶିଖାଇଥାଏ । ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ପୋଲିସ ବାହିନୀ ଉପରୁ ତଳ ପର୍ୟ୍ୟନ୍ତ ଏହି ଅଭ୍ୟାସକୁ ବିକଶିତ କରିବା ଉଚିତ୍ । ସେଆ ହୁରି ମଧ୍ୟ କହିଛନ୍ତି ଯେ ସରକାର ସେବା ନିୟମକୁ କୋହଳ କରି ଏବଂ ସେହି ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟାକୁ ଗ୍ରହଣ କରି ସୁରକ୍ଷା ବାହିନୀ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।
ଶ୍ରୀ ଅମିତଶାହ କହିଥିଲେ ଯେ ଗତବର୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିଭା ଚିହ୍ନଟ ପାଇଁ ନିଯୁକ୍ତି ନିୟମରେ ପରିବର୍ତ୍ତନ, ପ୍ରତ୍ୟେକ ବାହିନୀରେ ୨୫ଟି ବାହ୍ୟକ୍ରୀଡ଼ା ଦଳଗ ଠନ ଏବଂ ସିଏପି ଏଫ୍ର ମିଳିତ ଦଳଗଠନ ସମେତ ଅନେକ ପଦକ୍ଷେପ ନେଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରସ୍ତାବିତ ଜାତୀୟ କ୍ରୀଡା ବିଲ୍ରାଜ୍ୟସ୍ତରରେ ପୋଲିସ୍ବାହିନୀକୁ ସ୍ୱୀକୃତି ଦେବା ପାଇଁଏ କ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରେ, ଯାହା ପ୍ରତ୍ୟେକ ପୋଲିସ୍ବାହିନୀକୁ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଏକକୟୁନିଟ୍ଭାବରେ ଅଂଶଗ୍ରହଣ କରିବାକୁ ସକ୍ଷମକରେ । କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଗତ ୧୦ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ୍ପାଞ୍ଚ ଗୁଣ ବୃଦ୍ଧିପାଇଛି, ଯାହା କ୍ରୀଡ଼ା ପ୍ରତିସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ବହୁ ସଂଖ୍ୟାରେ ନୂତନ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଇଛି । ଟିଓପିଏସ୍ (ଟାର୍ଗେଟ୍ଅଲିମ୍ପିକ୍ପୋଡିୟମ୍ସ୍କିମ୍) ଅଧୀନରେ, ୨୦୩୬ ଅଲିମ୍ପିକ୍କ୍ରୀଡା ପାଇଁ ପ୍ରସ୍ତୁତ ହେବାଲାଗି ପ୍ରାୟ ୩୦୦୦ଆ ଥଲେଟଙ୍କୁ ମାସିକ ୫୦,୦୦୦ଟଙ୍କା ଷ୍ଟାଇପେଣ୍ଡ ସହିତ ସହାୟତା କରାଯାଉଛି । ଫିଟ୍ଇଣ୍ଡିଆ ଆନ୍ଦୋଳନ ମଧ୍ୟ ଆଥଲେଟ୍ଚୟନ ପ୍ରକ୍ରିୟାକୁ ସକରାତ୍ମକଭାବରେ ପ୍ରଭାବିତକରିଛି, ଯାହାର ଫଳ ସ୍ୱରୂପ ଅଲିମ୍ପିକ୍ସ, ପାରାଲିମ୍ପିକ୍ଏବଂ ଏସୀୟ କ୍ରୀଡ଼ାରେ ଜିତିଥିବା ପଦକ ସଂଖ୍ୟାରେ ତିନିଗୁଣ ବୃଦ୍ଧି ଘଟିଛି । ଅମିତଶାହ ଆଶା ବ୍ୟକ୍ତ କରିଛନ୍ତି ଯେ ୨୦୩୬ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶୀର୍ଷ ୫ଟିରେ ରହିବ । ସେ କହିଥିଲେ ଯେ ମୋଦୀ ସରକାର ପ୍ରତ୍ୟେକ ଗ୍ରାମରେ କ୍ରୀଡ଼ାକୁ ସମ୍ପ୍ରସାରିତ କରୁଛନ୍ତି ଏବଂ ପ୍ରତ୍ୟେକ କ୍ରୀଡ଼ାରେ ପିଲାମାନଙ୍କର ଚୟନ ଏବଂ ତାଲିମ ବୈଜ୍ଞାନିକ ପଦ୍ଧତିରେ କରାଯାଉଛି । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କ୍ରୀଡ଼ା ପାଇଁ ଏକ ଅତ୍ୟନ୍ତ ସକାରାତ୍ମକ ପରିବେଶ ବିକଶିତ ହେଉଛି ।

jittmm
Leave A Reply

Your email address will not be published.