ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ : ଭେଟିଦେଲେ ୫,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ

• ଆଜି ସମଗ୍ରବିଶ୍ୱ ବିକଶିତ ଭାରତ ପାଇଁ ଆମର ସଂକଳ୍ପ ବିଷୟରେ ଆଲୋଚନା କରୁଛି, ବିଶେଷ କରି ଭିତ୍ତିଭୂମିରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯାହା ଉପରେ ଏକ ବିକଶିତ ଭାରତର ନିର୍ମାଣ କରାଯାଉଛି : ପ୍ରଧାନମନ୍ତ୍ରୀ
• ଆମେ ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡର ଦୃଷ୍ଟିକୋଣ ଉପରେ କାର୍ୟ୍ୟ କରିଛୁ, ପିଏମ୍ଉର୍ଜା ଗଙ୍ଗା ପ୍ରକଳ୍ପ ସୃଷ୍ଟିକରିଛୁ : ପ୍ରଧାନମନ୍ତ୍ରୀ
• ଆମକୁ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାକୁ ପଡିବ, ଆମର ପଥ ହେଉଛି – ବିକାଶ ମାଧ୍ୟମରେ ସଶକ୍ତୀକରଣ, ନିଯୁକ୍ତି ମାଧ୍ୟମରେ ଆତ୍ମ ନିର୍ଭରଶୀଳତା ଏବଂ ପ୍ରତିକ୍ରିୟାଶୀଳତା ମାଧ୍ୟମରେ ସୁଶାସନ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,(ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଦୁର୍ଗାପୁରରେ ୫,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ମୂଳକ
ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ସମାବେଶକୁ ସମ୍ବୋଧିତକରି, ଇସ୍ପାତ ସହର ଭାବରେ ଜଣାଶୁଣା ଦୁର୍ଗା ପୁର ଭାରତର ଶ୍ରମ ଶକ୍ତିର ଏକ ପ୍ରମୁଖକେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ସେ ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି କହିଥିଲେଯେ, ଆଜି ସେହି ଭୂମିକାକୁ ଆହୁରି ମଜବୁତ କରିବାର ସୁଯୋଗ ଆସିଛି । ଶ୍ରୀ ମୋଦୀ ଗୁ ରୁତ୍ୱା ରୋପକରିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଏହି ଅଞ୍ଚଳରେ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଗ୍ୟାସ-ଆଧାରିତ ପରିବହନ ଏବଂ ଗ୍ୟାସ-ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଏକ ଇସ୍ପାତ ସହରଭାବରେ ଦୁର୍ଗାପୁରର ପରିଚୟକୁ ସୁଦୃଢ଼କରିବ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡ଼ିକ “ମେକ୍ଇନ୍ଇଣ୍ଡିଆ, ମେକ୍ଫର୍ଦିୱାର୍ଲ୍ଡ” ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ପଶ୍ଚିମବଙ୍ଗକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ । ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଏହି ବିକାଶ ପ୍ରକଳ୍ପ ଗୁଡ଼ିକ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ବିଶ୍ୱସ୍ତରରେ ହେଉଥିବା ଆଲୋଚନା ଭାରତର ଏକ ବିକଶିତ ରାଷ୍ଟ୍ରହେବା ପାଇଁ ସଂକଳ୍ପ ଉପରେ ଘୂରିବୁଲୁଛି । ସେ ଏହାକୁ ଭାରତରେ ହେଉଥିବା ପରିବର୍ତ୍ତନକାରୀ ରୂପାନ୍ତରଣକୁ ଶ୍ରେୟଦେଇଛନ୍ତି, ଯାହା ଏକ ବିକଶିତଭାରତ ପାଇଁ ମୂଳଦୁଆ ସ୍ଥାପନ କରୁଛି । ଏହି ପରିବର୍ତ୍ତନର ଏକ ପ୍ରମୁଖ ଦିଗହେଉଛି ସାମାଜିକ, ଭୌତିକଏ ବଂ ଡିଜିଟାଲ ଭିତ୍ତିଭୂମିରେ ପରିବର୍ତ୍ତନ ବୋଲି ଉଲ୍ଲେଖ କରିବା ସହିତ ଶ୍ରୀମୋଦୀ ପ୍ରମୁଖ ସଫଳତା, ଯେପରିକି : ଗରିବଙ୍କପାଇଁ ୪ କୋଟିରୁ ଅଧିକ ପକ୍କାଘର, କୋଟି କୋଟି ଶୌଚାଳୟ, ୧୨ କୋଟିରୁ ଅଧିକ ଟ୍ୟାପ୍ପାଣି ସଂଯୋଗ, ହଜାର ହଜାର କିଲୋମିଟର ନୂତନ ରାସ୍ତା ଏବଂ ରାଜପଥ, ନୂତନ ରେଳଲାଇନ, ଛୋଟସହରରେ ବିମାନ ବନ୍ଦର ଏବଂ ପ୍ରତ୍ୟେକ ଗ୍ରାମ ଏବଂ ପରିବାର ପର୍ଯ୍ୟନ୍ତ ବ୍ୟାପକ ଇଣ୍ଟର ନେଟ୍ସଂ ଯୋଗ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଆଧୁନିକ ଭିତ୍ତିଭୂମି ପଶ୍ଚିମବଙ୍ଗ ସମେତ ପ୍ରତ୍ୟେକ ରାଜ୍ୟକୁ ଲାଭ ପହଞ୍ଚାଉଛି । ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଟ୍ରେନ୍ସଂ ଯୋଗୀକରଣରେ ଅଭୂତ ପୂର୍ବ ପ୍ରଗତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ, କହିଥିଲେ ଯେ ଏହି ରାଜ୍ୟବହୁ ସଂଖ୍ୟକ ବନ୍ଦେ ଭାରତ ଟ୍ରେନ୍ପ ରିଚାଳନା କରୁଥିବା ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ସେ କୋଲକାତା ମେଟ୍ରୋର ଦ୍ରୁତ ସମ୍ପ୍ରସାରଣ ଏବଂ ନୂତନ ରେଳଲାଇନ, ଟ୍ରାକ୍ଦୋ ହରୀକରଣ ଏବଂ ବିଦ୍ୟୁତୀ କରଣ ଉପରେ ଚାଲୁଥିବା କାର୍ଯ୍ୟଉପରେ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ, ଅନେକ ରେଳଷ୍ଟେସନ ର ଆଧୁନିକୀ କରଣ କରାଯାଉଛି ଏବଂ ବହୁ ସଂଖ୍ୟ କରେଳ ଓଭର ବ୍ରିଜ୍ନିର୍ମାଣକରାଯାଉଛି । ଆଜି ପଶ୍ଚିମବଙ୍ଗରେ ଆଉ ଦୁଇଟି ରେଳ ଓଭରବ୍ରିଜ୍ଉଦଘାଟନ କରାଯାଇଛି ବୋଲି ସେ ଘୋଷଣା କରିଥିଲେ, ଏବଂ କହିଥିଲେ ଯେ ଏହି ସମସ୍ତ ପ୍ରୟାସ ପଶ୍ଚିବଙ୍ଗର ଲୋକମାନଙ୍କ ଜୀବନକୁ ଯଥେଷ୍ଟସହଜ କରିବ ।
ଏହି ଅଞ୍ଚଳର ବିମାନବ ନ୍ଦର କୁ ଉଡାଣ ଯୋଜନା ସହିତ ସଂଯୁକ୍ତ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସୂଚାଇଛନ୍ତି ଯେ, ଗତବର୍ଷ କେବଳ ୫ ଲକ୍ଷରୁ ଅଧିକଯାତ୍ରୀ ଏହି ସୁବିଧାର ଲାଭ ଉଠାଇ ଯାତ୍ରା କରିଛନ୍ତି । ସେ ଗୁରୁତ୍ୱାରୋପକରିଥିଲେ ଯେ, ଏପରି ଭିତ୍ତି ଭୂମି କେବଳ ସୁବିଧାବୃଦ୍ଧି କରେ ନାହିଁ ବରଂ ହଜାର ହଜାର ଯୁବକଙ୍କ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟିକରେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେଯେ, ଏହି ପ୍ରକଳ୍ପ ଗୁଡ଼ିକରେ ବ୍ୟବହାର କରାଯାଉଥିବା କଞ୍ଚାମାଲର ଉତ୍ପାଦନ ମଧ୍ୟ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଗତ୧୦ରୁ୧୧ବର୍ଷମ ଧ୍ୟରେ ଭାରତ ଗ୍ୟାସ ସଂଯୋଗୀ କରଣରେ ଉଲ୍ଳେଖନୀୟ ଅଗ୍ରଗତିହାସଲ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀକହିଥିଲେଯେ, ଏହି ଦଶନ୍ଧି ମଧ୍ୟରେ ସାରାଦେଶରେ ଏଲପିଜି ଲୋକମାନଙ୍କ ଘରେ ପହଞ୍ଚିଛି, ଯାହା ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭକରିଛି । ସେ “ଏକରାଷ୍ଟ୍ର, ଏକଗ୍ୟାସଗ୍ରୀଡ୍” ଦୃଷ୍ଟିକୋଣ ଏବଂ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାଯୋଜନାର ଶୁଭାରମ୍ଭ ଉପରେ ସରକାର କରୁଥିବା କାର୍ୟ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ପଦକ୍ଷେପ ଅଧୀନରେ, ପଶ୍ଚିମବଙ୍ଗ ସମେତ ଛଅଟି ପୂର୍ବାଞ୍ଚଳ ରାଜ୍ୟ ରେଗ୍ୟାସ ପାଇ ପଲାଇନ ବିଛାଯାଉଛି । ଏହି ରାଜ୍ୟ ଗୁଡ଼ିକରେ ଶିଳ୍ପକୁ ଏବଂ ରୋଷେଇଘରକୁ ସୁଲଭ ପାଇ ପଗ୍ୟା ସପ ହଞ୍ଚାଇବାଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଗ୍ୟାସ ଉପଲବ୍ଧତା ଯୋଗୁଁ ଯାନବାହାନ ସିଏନଜିରେ ଚାଲିପାରିବ ଏବଂ ଶିଳ୍ପଗୁଡ଼ିକୁ ଗ୍ୟାସ- ଆଧାରିତ ପ୍ରଯୁକ୍ତି ଗ୍ରହଣ କରିବାକୁ ସକ୍ଷମ କରିବ । ଦୁର୍ଗାପୁରର ଶିଳ୍ପକ୍ଷେତ୍ର ଏବେ ଜାତୀୟ ଗ୍ୟାସ ଗ୍ରୀଡର ଅଂଶପାଲଟିଛି ବୋଲି କହିବା ସହିତ ଏହାକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ ଶ୍ରୀ ମୋଦୀ କହିଥିଲେ ଯେ. ଏହି ପ୍ରକଳ୍ପ ନିକଟରେ ରହିଥିବା ଅଞ୍ଚଳର ଶିଳ୍ପଗୁଡ଼ିକୁ ଲାଭପ୍ରଦାନ କରିବ ଏବଂ ପଶ୍ଚିମବଙ୍ଗର ପ୍ରାୟ ୩୦ ଲକ୍ଷପରିବାରକୁ ସୁଲଭ ପାଇପ ଗ୍ୟାସ ଯୋଗାଇବ । ସେ ଦୃଢ଼ଭାବରେ କହିଥିଲେ ଯେ, ଏହାଲକ୍ଷଲକ୍ଷପରିବାର, ବିଶେଷ କରି ମା’ ଏବଂ ଭଉଣୀମାନଙ୍କ ଜୀବନକୁ ସହଜ କରିବ ଏବଂ ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟିକରିବ । ପ୍ରଧାନମନ୍ତ୍ରୀ ଘୋଷଣାକରିଥିଲେ ଯେ ଦୁର୍ଗାପୁର ଏବଂ ରଘୁନାଥପୁରରେ ପ୍ରମୁଖ ଇସ୍ପାତ ଏବଂ ବିଦ୍ୟୁତ୍କେନ୍ଦ୍ରଗୁଡ଼ିକୁ ନୂତନ ପ୍ରଯୁକ୍ତି ସହିତ ଉନ୍ନତ କରାଯାଇଛି, ଏହିଶିଳ୍ପ ୟୁନିଟ ଗୁଡ଼ିକରେପ୍ରାୟ ୧,୫୦୦ କୋଟି ଟଙ୍କାର ବିନିଯୋଗ କରାଯାଇଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ଅଧିକ ଦକ୍ଷ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାକୁ ସକ୍ଷମ । ଏହି ପ୍ରକଳ୍ପ ଗୁଡ଼ିକ ସଫଳଭାବେ ସମ୍ପୂର୍ଣ ହେବାପାଇଁ ସେ ପଶ୍ଚିମ ବଙ୍ଗର ଜନସାଧାରଣଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କାରଖାନା ହେଉକିମ୍ବା ଏହାର କ୍ଷେତ୍ର, ପ୍ରତ୍ୟେକ ପ୍ରୟାସ ଏକମାତ୍ର ସଂକଳ୍ପ ଦ୍ୱାରା ପରିଚାଳିତ ହେଉଛି, ତାହା ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ସେ ସରକାରଙ୍କ ଆଗକୁ ବଢ଼ିବାର ମାର୍ଗ, ଯଥା : ବିକାଶ ମାଧ୍ୟମରେ ସଶକ୍ତୀକରଣ, ନିଯୁକ୍ତି ମାଧ୍ୟମରେ ଆତ୍ମନିର୍ଭରଶୀଳତା ଏବଂ ପ୍ରତିକ୍ରିୟା ଶୀଳତା ମାଧ୍ୟମରେ ସୁଶାସନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ ଏହି ମୂଲ୍ୟବୋଧକୁ ବଜାୟର ଖି ପଶ୍ଚିମବଙ୍ଗକୁ ଭାରତର ବିକାଶଯାତ୍ରାର ଏକ ଦୃଢ଼ ଇଞ୍ଜିନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ନିଜ ବକ୍ତବ୍ୟ ଶେଷ କରିଥିଲେ ।ପଶ୍ଚିମବଙ୍ଗ ରାଜ୍ୟ ପାଳ ଡକ୍ଟର ସି.ଭି. ଆନନ୍ଦବୋଷ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହପୁରୀ, ଶ୍ରୀ ଶାନ୍ତନୁ ଠାକୁର, ଡକ୍ଟର ସୁକାନ୍ତ ମଜୁମଦାର କାର୍ୟ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉପସ୍ଥିତ ଥିଲେ । ପୃଷ୍ଠଭୂମି ପ୍ରଧାନମନ୍ତ୍ରୀ ତୈଳ ଏବଂ ଗ୍ୟାସ, ବିଦ୍ୟୁତ୍, ସଡ଼କ ଏବଂ ରେଳକ୍ଷେତ୍ର ସହିତ ସମ୍ଵନ୍ଧିତ ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିଥିଲେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ । ଏହି କ୍ଷେତ୍ରରେ ତୈଳ ଏବଂ ଗ୍ୟାସ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ବାଙ୍କୁରା ଏବଂ ପୁରୁଲିଆ ଜିଲ୍ଲାରେ ପ୍ରାୟ ୧,୯୫୦ କୋଟିଟଙ୍କା ମୂଲ୍ୟର ଭାରତ ପେଟ୍ରୋଲିୟମ୍କର୍ପୋରେ ସନ୍ଲିମିଟେଡ୍ (ବିପିସିଏଲ୍) ସିଟିଗ୍ୟାସ୍ବିତରଣ (ସିଜିଡି) ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।ଏହା ପରିବାର, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଉଦ୍ୟୋଗର ଉପଭୋକ୍ତାମାନଙ୍କୁପି ଏନ ଜି ସଂଯୋଗ ପ୍ରଦାନ କରିବ, ଏବଂ ଖୁଚୁରା ଦୋକାନ ଗୁଡ଼ିକରେ ସିଏନଜି ଯୋଗାଇବ ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ । ପ୍ରଧାନମନ୍ତ୍ରୀ ଦୁର୍ଗାପୁର-ହଳଦିଆ ପ୍ରାକୃତିକ ଗ୍ୟାସ ପାଇପ ଲାଇନର ଦୁର୍ଗାପୁରରୁ କୋଲକାତା ସେକ୍ସନକୁ (୧୩୨କିଲୋମିଟର) ଦେଶ ଉଦ୍ଦ୍ୟେଶ୍ୟରେ ଲୋକାର୍ପିତ କରିଥିଲେ, ଯାହା ମହତ୍ୱାକାଂକ୍ଷୀ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପ ଲାଇନର ଏକ ଅଂଶ ଭାବରେ ବିଛାଯାଇଥିଲା, ଯାହା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା (ପିଏମୟୁଜି) ପ୍ରକଳ୍ପ ଭାବରେ ମଧ୍ୟ ଜଣାଯାଏ । ୧୧୯୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁର୍ଗାପୁରରୁ କୋଲକାତା ସେକ୍ସନ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ, ହୁଗଳି ଏବଂ ନଦିଆ ଜିଲ୍ଲା ଦେଇ ଗତିକରୁଛି । ଏହି ପାଇପଲାଇ ନଏହାର କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ପ୍ରତ୍ୟକ୍ଷ ଏବଂ ପରୋ କ୍ଷ ନିଯୁକ୍ତି ପ୍ରଦାନ କରିଛି ଏବଂ ବର୍ତ୍ତମାନ ଏହି ଅଞ୍ଚଳର ଲକ୍ଷ ଲକ୍ଷ ପରିବାରକୁ ପ୍ରାକୃତିକ ଗ୍ୟାସ ଯୋଗାଣ ସୁବିଧା ଯୋଗାଇବ ।
ସମସ୍ତଙ୍କ ପାଇଁ ସ୍ୱଚ୍ଛ ବାୟୁ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତିତାଙ୍କର ପ୍ର ତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦୁର୍ଗା ପୁରଷ୍ଟିଲ୍ଥର୍ମାଲ୍ପାୱାରଷ୍ଟେସନ୍ଏବଂ ଦାମୋଦର ଭ୍ୟାଲିକ ର୍ପୋରେସ ନର ରଘୁନାଥପୁର ଥର୍ମାଲ୍ପାୱାର ଷ୍ଟେସନ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରଣାଳୀ- ଫ୍ଲୁଗ୍ୟା ସ୍ଡିସଲ ଫ୍ୟୁରାଇଜେସନ୍ (ଏଫଜିଡି) ପୁନଃ ନିର୍ମାଣ କାର୍ୟ୍ୟକୁ ମଧ୍ୟ ଦେଶଉ ଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଯାହାର ମୂଲ୍ୟ ୧୪୫୭ କୋଟି ଟଙ୍କାରୁ ଅଧିକ । ଏହା ସ୍ୱଚ୍ଛ ଶକ୍ତି ଉତ୍ପାଦନକୁ ସମର୍ଥନ କରି ଏବଂ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଏହି ଅଞ୍ଚଳକୁ ଲାଭ ପହଞ୍ଚାଇବ । ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ବୃଦ୍ଧିକରି, ପ୍ରଧାନ ମନ୍ତ୍ରୀ ପୁରୁଲିଆରେ ୩୯୦କୋଟିଟଙ୍କାରୁ ଅଧିକ ମୂଲ୍ୟର ପୁରୁଲିଆ-କୋଟଶିଲା ରେଳ ଲାଇନ (୩୬କିଲୋମିଟର) ର ଦୋହରୀ କରଣ କାର୍ୟ୍ୟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ଜାମସେଦ ପୁର, ବୋକାରୋ ଏବଂ ଧାନବାଦରୁ ରାଞ୍ଚି ଏବଂ କୋଲକାତା ସହିତ ଶିଳ୍ପ ଗୁଡ଼ିକ ମଧ୍ୟରେ ରେଳ ସଂଯୋଗୀ କରଣ ଏବଂ ମାଲବାହୀ ଟ୍ରେନ୍ଗୁ ଡ଼ିକର ଦକ୍ଷ ପରିବହନକୁ ଉନ୍ନତ କରିବ, ଯାତ୍ରା ସମୟକୁ ହ୍ରାସ କରିବ ଏବଂ ଶିଳ୍ପ ଏବଂ ବ୍ୟବସାୟ ପାଇଁ ଲଜିଷ୍ଟିକ୍ସ ସେବା ଉନ୍ନତ କରିବ । ପ୍ରଧାନମନ୍ତ୍ରୀ ପଶ୍ଚିମ ବର୍ଦ୍ଧମାନର ତୋପସି ଏବଂ ପାଣ୍ଡବେଶ୍ୱର ରେ ୩୮୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ସେତୁ ଭାରତ ମ୍କାର୍ୟ୍ୟ କ୍ରମଅ ଧୀନରେ ନିର୍ମିତ ଦୁଇଟି ରୋଡ୍ଓଭର ବ୍ରିଜ୍ (ଆରଓବି) ଉଦଘାଟନ କରିଛନ୍ତି । ଏହା ସଂଯୋଗୀ କରଣକୁ ଉନ୍ନତକ ରିବ ଏବଂ ରେଳ ଲେଭଲ କ୍ରସିଂରେ ଦୁର୍ଘଟଣାକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ ।

jittmm
Leave A Reply

Your email address will not be published.