oom

ବିଶ୍ୱ ପ୍ରଶାସନ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

jsmm

ମହାମହିମଗଣ,
ମହାଶୟମାନେ,
ନମସ୍କାର,
ନୂଆଦିଲ୍ଲୀ, (ପିଆଇବି) : ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଏକ ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି । ବ୍ରାଜିଲ ଅଧ୍ୟକ୍ଷତାରେ, ବ୍ରିକ୍ସ ଅଧୀନରେ ଆମର ସହଯୋଗ ନୂତନ ଗତି ଏବଂ ଶକ୍ତି ହାସଲ କରିଛି । ଯେଉଁ ନୂତନ ଶକ୍ତି ମିଳିଛି ତାହା ଏକ ଏସପ୍ରେସୋ ନୁହେଁ, ବରଂ ଏକ ଡବଲ୍ ଏସପ୍ରେସୋ ସଟ୍ । ଏଥିପାଇଁ, ମୁଁ ରାଷ୍ଟ୍ରପତି ଲୁଲାଙ୍କ ଦୂରଦୃଷ୍ଟି ଏବଂ ତାଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛି। ଭାରତ ପକ୍ଷରୁ, ବ୍ରିକ୍ସ ପରିବାରରେ ଇଣ୍ଡୋନେସିଆର ଯୋଗଦାନ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋବୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ଗ୍ଲୋବାଲ୍ ସାଉଥ୍ ପ୍ରାୟତଃ ଦ୍ୱୈତ ମାନଦଣ୍ଡର ଶିକାର ହୋଇ ରହିଆସିଛି । ସାଉଥର ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇନାହିଁ । ଜଳବାୟୁ ପାଣ୍ଠିଯୋଗାଣ, ଦୀର୍ଘସ୍ଥାୟୀ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରସାର ଭଳି ପ୍ରସଙ୍ଗରେ, ଗ୍ଲୋବାଲ୍ ସାଉଥକୁ ପ୍ରାୟତଃ କେବଳ ସାଙ୍କେତିକ ଇଙ୍ଗିତ ଛଡ଼ା କିଛି ମିଳିନାହିଁ ।
ବନ୍ଧୁଗଣ,
ବିଂଶ ଶତାବ୍ଦୀରେ ଗଠିତ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ମାନବ ଜାତିର ଦୁଇ-ତୃତୀୟାଂଶ ଭାଗକୁ ପର୍ଯ୍ୟାପ୍ତ ରୂପେ ପ୍ରତିନିଧିତ୍ୱ ମିଳିନାହିଁ । ଆଜିର ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଦେଶଗୁଡ଼ିକୁ ନିଷ୍ପତ୍ତି ଗ୍ରହଣ ମଞ୍ଚରେ ଉଚିତ ସ୍ଥାନ ଦିଆଯାଇ ନାହିଁ । ଏହା କେବଳ ପ୍ରତିନିଧିତ୍ୱର ପ୍ରଶ୍ନ ନୁହେଁ, ବରଂ ବିଶ୍ୱସନୀୟତା ଏବଂ ପ୍ରଭାବଶାଳୀତାର ମଧ୍ୟ । ଗ୍ଲୋବାଲ୍ ସାଉଥ୍ ବିନା, ଏହି ପ୍ରତିଷ୍ଠାନଗୁଡ଼ିକ ଏପରି ଏକ ଅଚଳ ମୋବାଇଲ୍ ପରି ଯେଉଁଥିରେ ସିମ କାର୍ଡ ଅଛି, କିନ୍ତୁ କୌଣସି ନେଟୱାର୍କ ନାହିଁ । ଏହି ପ୍ରତିଷ୍ଠାନଗୁଡ଼ିକ ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକର ମୁକାବିଲା କରିବାକୁ ଅକ୍ଷମ । ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ସଂଘର୍ଷ ହେଉ, ମହାମାରୀ, ଆର୍ଥିକ ସଙ୍କଟ, କିମ୍ବା ସାଇବର ଓ ମହାକାଶ କ୍ଷେତ୍ରରେ ନୂତନ ଭାବରେ ଦେଖାଯାଉଥିବା ଆହ୍ୱାନ ଏହି ପ୍ରତିଷ୍ଠାନଗୁଡ଼ିକ ପାଖରେ କୌଣସି ସମାଧାନ ନାହିଁ ।
ବନ୍ଧୁଗଣ,
ଆଜି ବିଶ୍ୱକୁ ଏକ ନୂତନ ବହୁଧ୍ରୁବୀୟ ଏବଂ ସମାବେଶୀ ବିଶ୍ୱ ବ୍ୟବସ୍ଥାର ଆବଶ୍ୟକତା ଅଛି । ବିଶ୍ୱ ପ୍ରତିଷ୍ଠାନରେ ବ୍ୟାପକ ସଂସ୍କାର ସହିତ ଏହାକୁ ଆରମ୍ଭ କରିବାକୁ ପଡିବ । ସଂସ୍କାର କେବଳ ପ୍ରତୀକାତ୍ମକ ହେବା ଉଚିତ ନୁହେଁ, ବରଂ ସେଗୁଡ଼ିକର ପ୍ରକୃତ ପ୍ରଭାବ ମଧ୍ୟ ଦୃଶ୍ୟମାନ ହେବା ଉଚିତ । ପ୍ରଶାସନିକ ଢାଞ୍ଚା, ମତଦାନ ଅଧିକାର ଏବଂ ନେତୃତ୍ୱ ପଦବୀରେ ପରିବର୍ତ୍ତନ ହେବା ଉଚିତ । ନୀତି ନିର୍ଦ୍ଧାରଣରେ ଗ୍ଳୋବାଲ ସାଉଥ ଦେଶଗୁଡ଼ିକର ଆହ୍ୱାନକୁ ପ୍ରାଥମିକତା ଦିଆଯିବା ଉଚିତ ।
ବନ୍ଧୁଗଣ,
ବ୍ରିକ୍ସର ବିସ୍ତାର ଏବଂ ନୂତନ ବନ୍ଧୁଙ୍କ ଯୋଗଦାନ ପ୍ରମାଣ କରେ ଯେ ବ୍ରିକ୍ସ ଏପରି ଏକ ସଂଗଠନ ଯାହା ସମୟ ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବାର କ୍ଷମତା ରଖେ । ଏବେ ଆମକୁ ଜାତିସଂଘ ସୁରକ୍ଷା ପରିଷଦ, ଡବ୍ଲୁଟିଓ ଏବଂ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଭଳି ପ୍ରତିଷ୍ଠାନରେ ସଂସ୍କାର ପାଇଁ ସମାନ ଇଚ୍ଛାଶକ୍ତି ଦେଖାଇବାକୁ ପଡିବ । ଏଆଇ ଯୁଗରେ ପ୍ରଯୁକ୍ତିବିଦ୍ୟା ପ୍ରତି ସପ୍ତାହରେ ପରିବର୍ତ୍ତନ ହେଉଛି, ଏକ ବିଶ୍ୱସ୍ତରୀୟ ସଂସ୍ଥା ପ୍ରତି ଅଶୀ ବର୍ଷରେ ଥରେ ମଧ୍ୟ ଅପରିବର୍ତ୍ତନୀୟ ରହିବା ଗ୍ରହଣୀୟ ନୁହେଁ । ଏକବିଂଶ ଶତାବ୍ଦୀର ସଫ୍ଟୱେର୍କୁ ବିଂଶ ଶତାବ୍ଦୀର ଟାଇପ୍-ରାଇଟର ଦ୍ୱାରା ଚଲେଇହେବ ନାହିଁ ।
ବନ୍ଧୁଗଣ,
ଭାରତ ସବୁବେଳେ ନିଜର ସ୍ୱାର୍ଥ ଠାରୁ ଊର୍ଦ୍ଧ୍ବକୁ ଯାଇ ମାନବତାର ହିତରେ କାମ କରିବାକୁ ନିଜର ଦାୟିତ୍ବ ବୋଲି ଭାବିଥାଏ । ଆମେ ବ୍ରିକ୍ସ ଦେଶଗୁଡ଼ିକ ସହିତ ମିଶି, ସବୁ ବିଷୟରେ, ସୃଜନଶୀଳ ଯୋଗଦାନ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ରହିଛି । ଅନେକ ଅନେକ ଧନ୍ୟବାଦ ।

jittmm
Leave A Reply

Your email address will not be published.