କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି । ଗଛରେ ଝୁଲିପଡି ନିଜ ଜୀବନ ହାରିଲେ ଦମ୍ପତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯେଉଁଥିରେ ରାଗି ଯାଇ ଉଭୟ ଉଭୟଙ୍କ ମୋବାଇଲକୁ ତଳେ ପିଟି ଭାଙ୍ଗି ଦେଇଥିଲେ । ଏହାପରେ ରବିବାର ସକାଳୁ ଘର ଠାରୁ କିଛି ଦୂରରେ ଥିବା ଆକାଶିଆ ଜଙ୍ଗଲରେ ଏକ ଗଛରେ ଉଭୟଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସବୁଠୁ ବଡ଼ କଥା ହେଉଛି କି ସ୍ୱାମୀ-ସ୍ତ୍ରୀଙ୍କ ଏକ ୬ ମାସର ସନ୍ତାନ ମଧ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
