
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନରେ ଥିବା ଗୌଡ଼ଗା ନିକଟରେ ଥିବା ବାହୁଦା ନଦୀପଠାରୁ ବେଆଇନ ଭାବେ ବାଲି ଚୋରା ହେଉଥିବା ସାଧାରଣରେ ଅଭିଯୋଗ ହେଉଅଛି । ଏହି ବାଲିର ଚୋରା ଚାଲାଣ ଚାଲାଣ ଉପରେ ନିକଟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି । ହେଲେ ଖଣି ବିଭାଗ ସମେତ ଜିଲ୍ଲା ପ୍ରଶାସନ ଓ ପୋଲିସ ଆଖିରେ ଧୂଳି ଦେଇ ରାତାରାତି ହେଉଥିବା ବାଲିର ବ୍ୟାପକ ଚୋରା ଚାଲାଣ ଉପରେ ଅଙ୍କୁଶ ଲାଗିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ ଦିଗପହଣ୍ଡି ତହସିଲଦାର ମିଳିତ ଚଢ଼ାଉ କରି ବେଆଇନ ବାଲି ଖାଦାନ ଉପରେ ରୋକ ଲଗାଇଛନ୍ତି । ଏକ ଲୁହ ଚକ ଲାଗିଥିବା ମେସିନକୁ ଜବତ କରିବା ସହ ଚାନ୍ଦପୁର ଫାଣ୍ଡିରେ ଗାଡିକୁ ରଖାଯାଇଛି । ମାଫିଆ ମାନଙ୍କ ମୁଖିଆ ସାଜିଥିବା ଦିଗପହଣ୍ଡି ଅଞ୍ଚଳର ବାପି ଗୌଡ଼ ଓ କାଳୁ ବେହରା ବେଆଇନ ଭାବେ ଅଞ୍ଚଳ ବାସୀଙ୍କୁ ଧମକ ଦେଇ ଟଙ୍କା ପଇସାର ଲୋଭ ଦେଖାଇ ବାଲି ଚରାଉ ଥିଲେ । ଜଣେ ବିଜେପି ନେତାର ପାଖଲୋକ କହି ବାପି ଗୌଡ଼ ନଦୀ ଘାଟ ପରିଚାଳନା କରୁଥିଲା । କେଉଁ କରଣରୁ ବାପି ଗୌଡ଼ ଓ କାଳୁ ବେହରାକୁ ଏ ଯାବତ୍ ପୋଲିସ ଗିରଫ କରିନାହିଁ, ତାହା ସର୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।