
- ଚିନି ଋତୁ ୨୦୨୫-୨୬ ପାଇଁ ଚିନି କାରଖାନାଗୁଡ଼ିକ ଏହି ମୂଲ୍ୟରେ ଚାଷୀଙ୍କୁ ଅର୍ଥ ପୈଠ କରିବେ
- ଆଖୁ ଚାଷୀଙ୍କ ପାଇଁ କ୍ୱିଣ୍ଟାଲ ପିଛା ୩୫୫ ଟଙ୍କାର ଉଚିତ୍ ଓ ଲାଭକାରୀ ମୂଲ୍ୟକୁ ମଞ୍ଜୁରୀ
- ଏହି ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ପରିବାର ସଦସ୍ୟ ତଥା ଚିନି କାରଖାନା ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପଗୁଡ଼ିକରେ କାମ କରୁଥିବା ୫ ଲକ୍ଷ ଶ୍ରମିକ ଉପକୃତ ହେବେ
ନୂଆଦିଲ୍ଲୀ, (ପିଆଇବି) : ଆଖୁ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ(ଏଫ୍ଆର୍ପି)କୁ ମଞ୍ଜୁର କରିଛନ୍ତି । ଆଖୁ ଋତୁ ୨୦୨୫-୨୬ (ଅକ୍ଟୋବର-ସେପ୍ଟେମ୍ବର) ନିମନ୍ତେ କ୍ୱିଣ୍ଟାଲ ପିଛା ୩୫୫ ଟଙ୍କାର ଏଫ୍ଆର୍ପି ଧାର୍ଯ୍ୟ କରାଯାଉଛି । ଏଥିରେ ୧୦.୨୫%ରୁ ଅଧିକ ପ୍ରତ୍ୟେକ ୦.୧% ବୃଦ୍ଧି ନିମନ୍ତେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କାର ପ୍ରିମିୟମ ଦିଆଯିବ । ଅନ୍ୟପକ୍ଷରେ ଲାଭ ପ୍ରାପ୍ତିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫ୍ଆର୍ପିରେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କା ହ୍ରାସ କରାଯିବ । ତେବେ, ଆଖୁ ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ଉଦ୍ଦେଶ୍ୟରେ ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଚିନି କାରଖାନାଗୁଡ଼ିକରେ ପୁନରୁଦ୍ଧାର ୯.୫ ପ୍ରତିଶତରୁ କମ୍, ସେ କ୍ଷେତ୍ରରେ କୌଣସି ଛାଡ଼ କରାଯିବ ନାହିଁ । ଏଭଳି କୃଷକମାନେ ଆଗାମୀ ଚିନି ଋତୁରେ (୨୦୨୫-୨୬) ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୨୯.୦୫ ଟଙ୍କା ପାଇବେ । ଚିନି ଋତୁ ୨୦୨୫-୨୬ ପାଇଁ ଆଖୁ ଉତ୍ପାଦନ ମୂଲ୍ୟ (ଏଟୁ + ଏଫ୍ଏଲ୍) ହେଉଛି କ୍ୱିଣ୍ଟାଲ ପିଛା ୧୭୩ଟଙ୍କା । ୧୦.୨୫% ପୁନରୁଦ୍ଧାର ହାରରେ କ୍ୱିଣ୍ଟାଲ ପିଛା ୩୫୫ଟଙ୍କାର ଏହି ଏଫ୍ଆର୍ପି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୫.୨% ଅଧିକ । ଚିନି ଋତୁ ୨୦୨୫-୨୬ ପାଇଁ ଏଫ୍ଆର୍ପି ବର୍ତ୍ତମାନର ଚିନି ଋତୁ ୨୦୨୪-୨୫ ଠାରୁ ୪.୪୧% ଅଧିକ । ଚିନି ଋତୁ ୨୦୨୫-୨୬ ରେ କୃଷକମାନଙ୍କ ଠାରୁ ଆଖୁ କ୍ରୟ ପାଇଁ ଅନୁମୋଦିତ ଏଫ୍ଆର୍ପି (୧ ଅକ୍ଟୋବର, ୨୦୨୫ ଠାରୁ) ଚିନି କାରଖାନାଗୁଡ଼ିକ ଦ୍ୱାରା ଲାଗୁ କରାଯିବ । ଚିନି କ୍ଷେତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିକ କ୍ଷେତ୍ର ଯାହା କୃଷି ଶ୍ରମିକ ଏବଂ ପରିବହନ ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କ ବ୍ୟତୀତ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଏବଂ ଚିନି କାରଖାନାରେ ସିଧାସଳଖ ନିଯୁକ୍ତ ପ୍ରାୟ ୫ ଲକ୍ଷ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇଥାଏ । ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫ୍ଆର୍ପି ନିର୍ଦ୍ଧାରଣ କରାଯାଇଛି । ୨୮ ଏପ୍ରିଲ ୨୦୨୫ ସୁଦ୍ଧା ୨୦୨୩-୨୪ ଚିନି ଋତୁରେ ଆଖୁ ଚାଷୀଙ୍କ ବକେୟା ପାଉଣା ୧,୧୧,୭୮୨ କୋଟି ଟଙ୍କା ମଧ୍ୟରୁ ୧,୧୧,୭୦୩ ଟଙ୍କା ପଇଠ କରାଯାଇସାରିଛି । ଅର୍ଥାତ୍ ୯୯.୯୨% ପାଉଣା ଦିଆଯାଇସାରିଛି । ସେହିପରି ଚଳିତ ଆଖୁ ଋତୁ ୨୦୨୪-୨୫ରେ ବକେୟା ପାଉଣା ୯୭,୨୭୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୮୫,୦୯୪ କୋଟି ଟଙ୍କା ଅର୍ଥାତ୍ ୮୭% ପାଉଣା ପୈଠ କରାଯାଇସାରିଛି ।