centurian jitm

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ସରକାର ଓ ପ୍ରଶାସନ ସାଧାରଣ ଲୋକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସାମିଲ କରିବା ଉଚିତ ବୋଲି ରାଜ୍ୟପାଳ ନିଜ ବକ୍ତବ୍ୟରେ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମ କିଭଲି କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ ସେଥିରୁ କିଭଳି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ରାଜ୍ୟପାଳ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାରେ ଥିବା ପୋଷ୍ଟ ଅଫିସ ଗୁଡିକ ଜନ ସାଧାରଣଙ୍କୁ କିଭଳି ସେବା ପ୍ରଦାନ କରୁଛନ୍ତି, ତାହା ଜାଣିବା ପାଇଁ ଚାହିଁଥିଲେ । ଲୋକ ପ୍ରତିନିଧି ମାନଙ୍କୁ ଏ ସମସ୍ତ କାର୍ଯ୍ୟରେ ସାମିଲ୍ କରାଯାଇ ସେମାନେ ଏହି ସବୁ ଯୋଜନା ସମ୍ପର୍କରେ ସୁବିସ୍ତୃତ ଜାଣି ନିଜ ଅଞ୍ଚଳର ଲୋକେ କିଭଳି ସେଥିରୁ ଉପକୃତ ହେବେ ସେହି ଦିଗରେ ପ୍ରୟାସ କରିବାକୁ ଜନ ପ୍ରତିନିଧିମାନଙ୍କୁ ରାଜ୍ୟପାଳ ଅନୁରୋଧ କରିଥିଲେ । ପ୍ରଶାସନ ଉପଯୁକ୍ତ ହିତାଧିକାରୀ ଚୟନ ସମୟରେ ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଆଧାରରେ ତାଲିକା ପ୍ରସ୍ତୁତ କରିବା ଉଚିତ୍ । ଯାହା ଫଳରେ ଉପକୃତ ହେଉଥିବା ହିତାଧିକାରୀ ଚୟନ ହୋଇ ସେଥିରେ ଉପକୃତ ହେବେ ତେବେ ଯାଇ ସରକାରଙ୍କର ଆଭିମୁଖ୍ୟ ପୂରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଲୋକମାନଙ୍କର ଆବଶ୍ୟକତାକୁ ଜାଣିବା ଓ ସେମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଯେ କୌଣସି ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ସହ ସଫଳତା ହାସଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ପି.ଏମ୍. ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଘରୋଇ ମାଲିକ ମାନେ ନିଜ ଘର ମାନଙ୍କରେ ସୋଲାର ଶକ୍ତି ବ୍ୟବହାର କରି ନିଜେ ଲାଭବାନ ହେବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାରେ ଡାକ୍ତର ଅଭାବ ଏବଂ ପାନୀୟ ଜଳର ଅଭାବ ରହୁଥିବା ସେ ଅବଗତ ହୋଇଥିଲେ । ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ୍. ବ୍ରହ୍ମପୁର ଉପଖଣ୍ଡ ଆନ୍ଧ୍ର ସୀ୍ୱାରେଖା ଅଞ୍ଚଳରେ ରହୁଥିବା ହେତୁ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ପରିଚାଳନା କରାଯାଉଛି ସେସମ୍ପର୍କରେ ଅବଗତ କରାଇଥିଲେ । ଏତତ୍ ବ୍ୟତୀତ ବ୍ରହ୍ମପୁର ଜିଲ୍ଲାର ପୋଲିସ ଷ୍ଟେସନ୍ ଗୁଡିକର ସ୍ଥିତି, ଟ୍ରାଫିକ୍ ପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା, ଦୁର୍ଘଟଣା ଜନିତ ଜୀବନ କ୍ଷୟକ୍ଷତି ହେଲେ କିଭଳି ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନାରେ ଜନସାଧାରଣ ଉପକୃତ ହୋଇ ପାରୁଛନ୍ତି ତାହା ଜଣାଇଥିଲେ । ଜାତୀୟ ରାଜପଥ ଗୁଡିକରେ ଦୁର୍ଘଟଣାକୁ ରୋକିବା ପାଇଁ ଛୋଟଛୋଟ ବାରିକେଡ କରିବା ଦ୍ୱାରା ରାଜପଥର ଦୁର୍ଘଟଣାକୁ କିପରି ରୋକାଯାଇପାରୁଛି, ତାହାମଧ୍ୟ ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ଅବଗତ କରାଇଥିଲେ । ହଳଦିଆ ପଦର ଓଭରବ୍ରିଜ୍ ଦୋଷ ତୃଟିକୁ ସୁଧାରି କିଭଳି ଯାତାୟତ ସୁଗମ ହୋଇପାରିବ ତାହା ଦିଗପହଣ୍ଡି ବିଧାୟକ ଡ଼ଃ. ସିଦ୍ଧାନ୍ତ ମହାପାତ୍ର ଜଣାଇଥିଲେ । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଜିଲ୍ଲାର ଶିଳ୍ପ ଗୁଡିକରେ ଦେଖାଯାଉଥିବା କର୍ମଚାରୀ ଆନ୍ଦୋଳନ, ପର୍ବ ପର୍ବାଣୀ, ଶିକ୍ଷା ବିଭାଗର ପରୀକ୍ଷା, ନିଯୁକ୍ତି ପରୀକ୍ଷା ପରିଚାଳନା କିଭଳି କରାଯାଉଛି ତାହା ଜଣାଇଥିଲେ । ଲିଡ୍ ବ୍ୟାଙ୍କ ସହାୟତାରେ ବିଭିନ୍ନ ବ୍ୟାଙ୍କ ସମ୍ପର୍କରେ ସରକାରୀ ଯୋଜନା ଗୁଡିକର ଆଲୋଚନା ହୋଇଥିଲା । ବ୍ୟାଙ୍କ ଗୁ଼ଡିକ ଦ୍ୱାରା ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ବ୍ୟାଙ୍କ ଗୁଡିକରେ ପ୍ରଚାର ପ୍ରସାର କାର୍ଯ୍ୟକୁ ଅଧି୍କ ତ୍ୱରାନ୍ୱାତ କରିବା ପାଇଁ ରାଜ୍ୟପାଳ ଅବଗତ କରାଇଥିଲେ । ଜିଲ୍ଲା ସ୍ତରୀୟ ବ୍ୟାଙ୍କ କମିଟି ବୈଠକରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରି ଜନ ସାଧାରଣ କିଭଳି ଅଧିକ ସଂଖ୍ୟାରେ ଋଣ ପାଇବେ ତାହାର ନିୟମ ଆଦି ଜଣାଇଲେ ତାହା ଲୋକ ପ୍ରତିନିଧିମାନେ ଗ୍ରାମାଞ୍ଚଳରେ ଅଧିକ ସଚତେତନତା କରାଇଲେ ଜନ ସାଧାରଣ ଉପକୃତ ହୋଇ ପାରିବେ । ବ୍ୟାଙ୍କ ଗୁଡିକ ଦେଇଥିବା ଋଣ ପ୍ରଦାନରେ ବିଳମ୍ବ ନକରି ଶୀଘ୍ର ଦେବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ବ୍ୟାଙ୍କରେ କେତେ ଜମାକାରୀ ଅଛନ୍ତି ତାହା ଜାଣିବାକୁ ଚାହିଁଥିଲେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା କରାଇ ଜମାକାରୀ କୋଡିଏ ଟଙ୍କା ଦେଇ କିଭଳି ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମାଜିକ ନିରାପତ୍ତାରେ ସହାୟତା ପାଇବେ ତାହା ସ୍ୱରାନ୍ୱାତ କରିବାକୁ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ଶାଖା ପରିଚାଳକଗଣ ସାମାଜିକ ନିରାପତ୍ତାରେ ଦୁଇ ଲକ୍ଷ ଆର୍ଥି୍କ ସହାୟତା ଦେଲେ ଜୀବନ ଜ୍ୟୋତି ବୀମା ଯୋଜନାରେ ୪୩୬ ଟଙ୍କା ବାର୍ଷିକ ହିସାବରେ ଜଣେ ଜମାକାରୀଙ୍କ ପ୍ରାକୃତିକ ମୃତ୍ୟୁ ହେଲେ ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ଜ୍ୟୋତି ବୀମା ପଲିସୀ ସୁବିଧା ମିଳିବ ତାହା ଅବଗତ କରାଇଥିଲେ । ଆସନ୍ତା ସପ୍ତାହ ସୁଦ୍ଧା ପ୍ରତି ବ୍ୟାଙ୍କରେ ପୋଷ୍ଟର ଲଗାଇ ବ୍ୟାପକ ସଚେତନତା କରାଇବାକୁ ଜଣାଇଥିଲେ । ମୁଦ୍ରା ଯୋଜନାରେ ସମସ୍ତ ପ୍ରକାର ଋଣ ପାଇବାର ସୁବିଧା ରହିଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସାମଗ୍ରୀ ଯୋଜନାରେ କେତୋଟି ପୋଖରୀ ଖନନ ହୋଇଛି ତାହା ଜାଣିବାକୁ ଚାହିଁଥିଲେ । ଭାରତ ସରକାରଙ୍କର ଅନେକ ଯୋଜନା ରହିଛି ଯଥା- ମତ୍ସ୍ୟ ଚାଷ, ମତ୍ସ୍ୟ ଚାଷର ଅଭିବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟପାଳ ପ୍ରବର୍ତ୍ତାଇଥିଲେ । ପ୍ରଧାନମନ୍ତ୍ରୀ ନିଶ୍ଚିତ ରୋଜଗାର ଯୋଜନାରେ ଶିକ୍ଷାଗତ ଯୋଗ୍ୟତା ଥାଇ ଅନେକ ଯୁବକଙ୍କୁ ଜଡିତ ରହି ଲକ୍ଷ୍ୟଧାର୍ଯ୍ୟ ବଢାଇବା୍କୁ ମତ ଦେଇଥିଲେ । ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ମାନବିକତା ଦେଖାଇ ବ୍ୟାଙ୍କ ଋଣ ପ୍ରଦାନ କଲେ ସେମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ । ପାନୀୟ ଜଳ ଯୋଗାଣ ସମସ୍ୟା ଏବଂ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କରି ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ କହିଥିଲେ । ଜଙ୍ଗଲ ବିଭାଗ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା, ଆଇନ ଶୃଙ୍ଖଳା ରକ୍ଷା, ମତ୍ସ୍ୟ ସମ୍ପଦ, ପ୍ରାଣୀ ସମ୍ପଦ, ପର୍ଯ୍ୟଟନ, କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ, ଜଳ ସମ୍ପଦ ଇତ୍ୟାଦି ବିଭାଗ ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିବା ସହ ବିବିଧ ପରାମର୍ଶ ଦେଇଥିଲେ । ମୁଦ୍ରା ଯୋଜନାର ହିତାଧିକାରୀ ଏବଂ ଗଞ୍ଜାମ ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପ୍ରଧାନମନ୍ତ୍ରୀ ଆୱାସଯୋଜନା ହିତାଧିକାରୀ ମାନଙ୍କ ଗୃହ ଆଦର୍ଶ କଲୋନୀ, ଚମାଖଣ୍ଡି ବ୍ଲକ୍ ଗ୍ରାମ୍ୟ ଶିଳ୍ପ କେନ୍ଦ୍ର ଶ୍ରୀ ରାମଚନ୍ଦ୍ରପୁର ବଟନ ଛତୁ ଚାଷ ଏବଂ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଅର୍କିଡ୍ ଫୁଲ ଚାଷ ପରିଦର୍ଶନ କରିଥିଲେ । ପୂର୍ବାହ୍ନରେ ରଙ୍ଗେଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗଦେଇ ଅଖିମୁଠି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନୀଲ୍ କୁମାର, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଏମ୍. ଶ୍ରବଣା ବିବେକ, ଆରକ୍ଷୀ ଅଧିକ୍ଷକ ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ପାର୍ଥ ସାରଥୀ ହାଁସଦା, ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଗଣ ଯୋଗ ଦେଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.