ଶ୍ରେଷ୍ଠ ଭାରତ ନିର୍ମାଣର ଆଧାର ହେଉଛି ବୈଦିକ ସଂସ୍କୃତି ନାମକ ସେମିନାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆଁପାଲି ଠାରେ ଉଲ୍ଲେଖନୀୟ ଗବେଷଣା ସେମିନାର “ଶ୍ରେଷ୍ଠ ଭାରତ ନିର୍ମାଣ ଆଧାର ବୈଦିକ ସଂସ୍କୃତି ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ପ୍ରମୁଖ ସଂସ୍କୃତ ବିଦ୍ୱାନମାନେ ଉପସ୍ଥିତ ଥିଲେ । ପତଞ୍ଜଳି ହରିଦ୍ଵାରର ପୂର୍ବ ମୂଖ୍ୟ ଡଃ ସୁବାଷ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ । ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଦେଶବିଖ୍ୟାତ ସଂସ୍କୃତ ବିଦ୍ୱିାନ ପ୍ରୋଫେସର ସୋମଦେବ ଶତାଂଶୁ (କୁଳପତି ଏପେକ୍ସ ବିସ୍ୱବିଦ୍ୟାଳୟ ରାଜସ୍ଥାନ), ପ୍ରୋଫେସର ନିବାସ ବରଖେଡି (କେନ୍ଦ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀ), ପରାମ୍ବା ଯୋଗମାୟା, ଏବଂ ନିର୍ଦ୍ଦେଶକ ପ୍ରୋଫେସର ବତ୍ସ ଶାସ୍ତ୍ରୀ ଉପସ୍ଥିତ ଥିଲେ ।ଏହି ସେମିନାର ରାଷ୍ଟ୍ରୀୟ ସଂସ୍କୃତି ଏବଂ ବୈଦିକ ଚିନ୍ତନର ଗଭୀର ଚର୍ଚ୍ଚା ଏବଂ ଆୟୁର୍ବେଦର ଗବେଷଣା ନିମନ୍ତେ ବିଭିନ୍ନ ପ୍ରାସଙ୍ଗିକ ଗୁରୁତ୍ଵପୂର୍ଣ୍ଣ ତତ୍ୱ୍ୟ ଆଲୋଚନା କରାଯାଇଥିଲା । ସେମିନାରରେ ବକ୍ତାମାନେ ବେଦ ଏବଂ ସଂସ୍କୃତିର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରି ଭାରତୀୟ ଜୀବନ ପଦ୍ଧତିରେ ବୈଦିକ ଜ୍ଞାନର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଶ୍ରୀନିବାସ ବେରଖେଡି ତାଙ୍କ ବ୍ୟାଖ୍ୟାନରେ କହିଲେ, “ବେଦମାନଙ୍କୁ ଅନୁସରିଲେ ଆମେ ଉନ୍ନତିର ସମସ୍ତ ଦ୍ୱାର ଖୋଲିପାରିବା। ବେଦ ହେଉଛି ଜ୍ଞାନର ଅକ୍ଷୟ ଭଣ୍ଡାର।”ସୋମଦେଵ ଶତାଂଶୁ କହିଲେ, “ଆମେ ଏକ ଅତୀତ ଗୌରବମୟ ସଂସ୍କୃତିର ଅଂଶ ଅଟୁ । ଏହି ସଂସ୍କୃତିର ସଠିକ୍ ଅନୁସରଣ ଦ୍ୱାରା ଆଜିର ଯୁଗରେ ମଧ୍ୟ ଆମେ ଜ୍ଞାନ, ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଉନ୍ନତି କରିପାରିବା ।”ଏହି ଅବସରରେ ଅନେକ ପ୍ରତିଷ୍ଠିତ ସଂସ୍କୃତି ଅଧ୍ୟେତା ଏବଂ ଅନୁସନ୍ଧାତୃ ଛାତ୍ରମାନେ ଏକତ୍ର ହୋଇ ପରସ୍ପର ଚିନ୍ତନମନ୍ଥନ କଲେ । ସେମିନାରର ଶେଷ ଅଂଶରେ ଏକ ଆମ୍ନା-ସାମ୍ନା ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା, ଯେଉଁଠି ପ୍ରଶ୍ନ-ଉତ୍ତର ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ଜ୍ଞାନ ବୃଦ୍ଧି କଲେ । ପ୍ରୋଫେସର ଭାଗୀରଥି ନନ୍ଦ (ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୟି ସଂସ୍କୃତ ବିଶ୍ୱବିଦ୍ୟାଳୟ) ଆତ୍ମିକ ବିକାଶ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସଂଗୋଷ୍ଠୀ ବୈଦିକ ଗବେଷଣାକୁ ଏକ ନୂଆ ମଞ୍ଚ ଦେଇଛି ଏବଂ ଭବିଷ୍ୟତରେ ଏପରି ଅନୁଷ୍ଠାନ ଦ୍ୱାରା ଆଧ୍ୟାତ୍ମିକ ଏବଂ ଶାସ୍ତ୍ରୀୟ ଅଭିଗମନକୁ ଉନ୍ନତ କରିବାକୁ ପ୍ରେରିତ କରିଛି ।

Leave A Reply

Your email address will not be published.