csstore

ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ସୁଭାଷ ପରବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ତରଫରୁ ନେତାଜୀଙ୍କ ୧୨୮ତମ ଜୟନ୍ତୀ ଏବଂ ପରିଷଦର ୩୩ତମ ପ୍ରତିଷ୍ଠା ଦିବସ “ସୁଭାଷ ପରବ” ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ସହର ସ୍ଥିତ ନେତାଜୀଙ୍କ ପ୍ରତିମୃର୍ତ୍ତି ସ୍ଥଳିରେ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ସହିତ ପରିଷଦର ତ୍ରୟୋମାସିକ ମୁଖପତ୍ର ସୁଭାଷ ଚିନ୍ତନର ନବମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ସ୍ତମ୍ଭକାର ଆଇନଜୀବୀ ଜୟକୃଷ୍ଣ ସାହୁ, ପରିବେଶବିଦ ପ୍ରଦୋଶ ପତି ଏବଂ ସଚ୍ଚିଦାନନ୍ଦ ବାଗଙ୍କୁ ତାଙ୍କ ବିଶେଷ ସାମାଜିକ କାର୍ଯ୍ୟ ପାଇଁ ସୁଭାଷ ପରବ୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ ସମାରୋହରେ ନେତାଜୀ ସଂଗ୍ରାମୀ ପରିଷଦର ଆବାହକ ବିରେନ୍ଦ୍ର କୁମାର ବନଛୋର ସଭାପତିତ୍ୱ କରିଥିବା ବେଳେ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଉଦିତ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ଶର୍ମା, କୃପାସିନ୍ଧୁ ମିଶ୍ର, ଜୟପ୍ରକାଶ ପଣ୍ଡା, ସନ୍ତୋଷ ତ୍ରିପାଠି, ସୟେଦ୍‌ ଅଫତାବ୍‌ ହୁସେନ, ମୋହନ ପଣ୍ଡା, ଗୋପାଳଜୀ ପାଣିଗ୍ରାହୀ, ଶଶିଭୂଷଣ ପୁରୋହିତ, ଓଁକାର ନାୟକ, ପ୍ରଦୀପ ଗୁରୁ, ରାଜ କିଶୋର ଦାଶ, ସନାତନ ଠାକୁର, ପ୍ରଶାନ୍ତ ଖମାରୀ, ନରେନ୍ଦ୍ର ମିଶ୍ର, ସୁଭାଷ ପଣ୍ଡା, ଭବାନୀ ଶଙ୍କର ଶତପଥି, କର୍ଣ୍ଣେଲ ବିଶ୍ୱଜିତ ଦାଶ, ନରେନ୍ଦ୍ର ଆଚାର୍ଯ୍ୟ, ପ୍ରଭୁଦତ୍ତ ମିଶ୍ର, ରଜନୀକାନ୍ତ ସେଠ ପ୍ରମୁଖ ଶତାଧିକ ସୁଭାଷ ପ୍ରେମୀ ଏବଂ ବଲାଙ୍ଗିରର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାବୃନ୍ଦ ଯୋଗଦେଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ସୁଭାଷ ଚିନ୍ତନ ପତ୍ରିକାର ଏକ ତୁଳାତ୍ମକ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ସଂଗଠକ ଅଶୋକ ମିଶ୍ର ନେତାଜୀଙ୍କ ଜୀବନଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସଂଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.