ଓଡ଼ିଶାର ଅଭିବୃଦ୍ଧି ସମ୍ଭାବନା, ପ୍ରମୁଖ ରେଳ ପ୍ରକଳ୍ପ, ଆଇଟି ସମ୍ପ୍ରସାରଣ ଏବଂ ନବୀକରଣୀୟ ଶକ୍ତି ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର, (ପିଆଇବି) : ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟ ଦିବସ ଆୟୋଜନରେ ଯୋଗଦେଇ କହିଛନ୍ତି ଯେ ଓଡ଼ିଶାରେ ଏହି ବୃହତ ସମ୍ମିଳନୀକୁ ଆୟୋଜନ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଶୁଣି ସେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଏହି ଐତିହାସିକ ଘଟଣା ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କୁ ଭାରତର ସ୍ପନ୍ଦନଶୀଳ ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ବିସ୍ତୃତ ଆଲୋଚନା ସମୟରେ, ଶ୍ରୀ ବୈଷ୍ଣବ ରାଜ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ, ଯାହାର ପରିମାଣ ସାମୂହିକ ଭାବରେ ପ୍ରାୟ ₹୭୩,୦୦୦ କୋଟି । ଶ୍ରୀ ବୈଷ୍ଣବ ମଧ୍ୟ କହିଛନ୍ତି ଯେ ଆଗାମୀ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଏହି ପ୍ରକଳ୍ପଗୁଡ଼ିକ ସହିତ ଜଡିତ ଅଧିକ ପ୍ରମୁଖ ପଦକ୍ଷେପ ପ୍ରକାଶ କରାଯିବ । ଓଡ଼ିଶା ଆଇଟି ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି । ଓଡ଼ିଶାର ଯୁବପିଢ଼ି ପାଇଁ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଆଇଟି, ଆଇଓଟି ଏବଂ ମେସିନ୍ ଲର୍ଣ୍ଣିଂ ଭଳି କ୍ଷେତ୍ରରେ ଆଶାଜନକ ସୁଯୋଗ ଅନୁସନ୍ଧାନ କରାଯାଉଛି । ରାଜ୍ୟରେ NILET ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ୍ ପ୍ରତିଷ୍ଠା କରାଯାଉଛି ଏବଂ ଏହାର ସଫଳତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଆବଶ୍ୟକୀୟ ଜମି ଉପଲବ୍ଧ ହେବା ପରେ, ଆମେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆଶା କରୁଛୁ । ଏହା ସହିତ, ଓଡ଼ିଶାରେ ଆଇଟି ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ ଜାରି ରହିବ । ଏହି ପ୍ରମୁଖ ପ୍ରକଳ୍ପଗୁଡ଼ିକର ବିକାଶକୁ ସମର୍ଥନ କରିବା ପାଇଁ ଭୁବନେଶ୍ୱର ନିକଟରେ ଉପଯୁକ୍ତ ଜମି ଆବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ପର୍ଯ୍ୟଟନ ପାଇଁ ସଂଯୋଗୀକରଣ ଉନ୍ନତି ମଧ୍ୟ ଏକ ପ୍ରମୁଖ ପ୍ରାଥମିକତା । ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖି ଅନେକ ଯୋଜନା କରାଯାଇଥିବାବେଳେ ମହାକୁମ୍ଭ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମେତ ଉନ୍ନତ ଟ୍ରେନ୍ ସେବା ପ୍ରଚଳନ କରିବାର ଯୋଜନା ମଧ୍ୟ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଏକ ସ୍ଥାୟୀ ଏବଂ ସ୍ୱାବଲମ୍ବୀ ଶକ୍ତି ଭବିଷ୍ୟତ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ, ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳପଥକୁ ନବୀକରଣୀୟ ଶକ୍ତି ଉତ୍ସକୁ ସ୍ଥାନାନ୍ତର କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶକ୍ତି ସଂରକ୍ଷଣ ଏବଂ ପରିବହନରେ ଦକ୍ଷତାକୁ ପ୍ରୋତ୍ସାହିତ କରିବାରେ ରେଳପଥର ଭୂମିକା ଉପରେ ଆଲୋକପାତ କରି, ମନ୍ତ୍ରୀ ନବୀକରଣୀୟ ଶକ୍ତି କ୍ଷେତ୍ର ମଧ୍ୟରେ ନବସୃଜନ ପାଇଁ ରେଳପଥର ଯୋଜନା ବିଷୟରେ ଆଲୋଚନା କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ରେଳବାଇ ଶକ୍ତି ସଂରକ୍ଷଣ ପଦକ୍ଷେପ କାର୍ଯ୍ୟକାରୀ କରି ଏବଂ ନବୀକରଣୀୟ ଶକ୍ତି ସମାଧାନରେ ନିବେଶ କରି ଭାରତର ଶକ୍ତି ଆତ୍ମନିର୍ଭରଶୀଳତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରତିବଦ୍ଧ । ପ୍ରବାସୀ ଭାରତୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା, ଯାହା ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ସରକାରଙ୍କ ସମର୍ପିତତାକୁ ପ୍ରଦର୍ଶନ କରିଥିଲା । ଭାରତ ନବୀକରଣୀୟ ଶକ୍ତିକୁ ପରିବର୍ତ୍ତନ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନକୁ ସମାଧାନ କରିବାରେ ଆଗରେ ଅଛି ଯାହା ଶକ୍ତି ସଂରକ୍ଷଣ ଏବଂ ସ୍ଥାୟୀତ୍ୱ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାରେ IREDA ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହାତକୁ ନିଆଯାଇଅଛି । ସୌର ଶକ୍ତି, ଜୈବ ଇନ୍ଧନ ଏବଂ ସବୁଜ ହାଇଡ୍ରୋଜେନ ସମେତ ନବୀକରଣୀୟ ଶକ୍ତିରୁ ୯୦% ଶକ୍ତି ଉତ୍ସ କରି, ଭାରତ ଶକ୍ତି ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ସ୍ମାର୍ଟ ମିଟରିଂ, ସ୍ମାର୍ଟ ଗ୍ରୀଡ୍ ଏବଂ ନେଟ୍ ମିଟରିଂକୁ ଆଗକୁ ବଢ଼ାଉଛି । ସବୁଜ ହାଇଡ୍ରୋଜେନ, ସୌର ଉପାଦାନ ଉତ୍ପାଦନ ଏବଂ ଇ-ମୋବିଲିଟିରେ ଏହାର ସମ୍ଭାବନା ସହିତ, ଓଡ଼ିଶା ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପ୍ରତି ଭାରତର ପ୍ରତିବଦ୍ଧତାକୁ ଉଦାହରଣ ଦେଉଛି । ଏହା ସହିତ, ଦେଶ କୃଷିର ପରିବେଶଗତ ପ୍ରଭାବ, ବିଶେଷକରି ଧାନ ଚାଷରୁ ମିଥେନ ନିର୍ଗମନ ଏବଂ କାର୍ବନ ସିକ୍ୱେଷ୍ଟ୍ରେସନ୍ ଏବଂ ଶୈବାଳ-ଆଧାରିତ ଜୈବ ଇନ୍ଧନକୁ ପ୍ରୋତ୍ସାହିତ କରୁଛି । ନବୀକରଣୀୟ ଶକ୍ତିର ଉତ୍ସ ଭାବରେ ଭାରତର ଭୂମିକା ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ ବ୍ୟାପିଛି ଯେଉଁଥିରେ ସୌର ଶକ୍ତି, ମାଇକ୍ରୋଗ୍ରୀଡ୍ ଏବଂ ସ୍ମାର୍ଟ ଗ୍ରୀଡ୍ କ୍ଷେତ୍ରରେ ସ୍କେଲେବଲ୍ ସମାଧାନ କରାଯାଇ ହେବ । ଦେଶର ପ୍ରତିଭାବାନ କାର୍ଯ୍ୟଶକ୍ତି, ରଣନୈତିକ ବିଶ୍ୱ ସହଯୋଗ ଏବଂ ନିବେଶ ସହିତ ମିଳିତ ଭାବରେ, ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ନେତୃତ୍ୱକୁ ସୁନିଶ୍ଚିତ କରି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ସମର୍ଥନ କରୁଛି ଏବଂ ବିଶ୍ୱ ଜଳବାୟୁ ଆହ୍ୱାନ/ଚ୍ୟାଲେଞ୍ଜ ପାଇଁ ସମାଧାନ କ୍ଷେତ୍ରରେ ପ୍ରୟାସ ଜାରି ରଖିଛି ।