oom

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ରିପୋର୍ଟ ୨୦୨୩-୨୪ : ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ ଗ୍ରାମାଞ୍ଚଳରେ ୧୮୮% ଏବଂ ସହରାଞ୍ଚଳରେ ୧୬୬% ବୃଦ୍ଧି

jsmm
  • ଭାରତୀୟ ଉପଭୋକ୍ତାଙ୍କର ଆର୍ଥିକ ସଶକ୍ତିକରଣ ଏବଂ କ୍ରୟ ଶକ୍ତି ମଜବୁତ ହେଉଛି
  • ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧି
  • ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି
  • ଲକ୍ଷ୍ୟ ଆଧାରିତ କଲ୍ୟାଣକାରୀ ଯୋଜନା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଲାଗି ନୀତି ପ୍ରଣୟନ ଯୋଗୁ ସମ୍ପତ୍ତି ଓ ଉପଯୋଗ ବ୍ୟୟରେ ଅଧିକ ସନ୍ତୁଳନ ଆସିଛି
  • ଅଣଖାଦ୍ୟ ସାମଗ୍ରୀ ଉପରେ ବ୍ୟୟ ବୃଦ୍ଧି ଉନ୍ନତ ଜୀବନଧାରଣ
    ମାନକୁ ଦର୍ଶାଉଛି

ନୂଆଦିଲ୍ଲୀ, (ପିଆଇବି) : ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ (ଏମ୍‌ପିସିଇ) ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ୨୦୧୧ ତୁଳନାରେ ୨୦୨୩-୨୪ରେ ଭାରତର ଗ୍ରାମାଞ୍ଚଳରେ ୧୮୮% ଏବଂ ୧୬୬% ବୃଦ୍ଧି ପାଇଥିବା ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚ୍‌ସିଇଏସ୍) ୨୦୨୩-୨୪ରୁ ସୂଚନା ମିଳିଛି । ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ଏମ୍‌ପିସିଇ ହାର ୪,୧୨୨ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୬,୯୯୬ ଟଙ୍କା ରହିଛି । ଗତ ଏକ ଦଶନ୍ଧି ଉପଯୋଗ ବ୍ୟୟରେ ସୁଧାରକୁ ନେଇ ସକାରାତ୍ମକ ଧାରା ଦେଖିବାକୁ ମିଳିଥିବା ସର୍ବେକ୍ଷଣରେ ଆଲୋକପାତ କରାଯାଇଛି । ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ଏଚ୍‌ସିଇଏସ୍) ପରିବାରଗୁଡ଼ିକ ଦ୍ୱାରା ଦ୍ରବ୍ୟ ଏବଂ ସେବାର ମୁଣ୍ଡପିଛା ଉପଯୋଗ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ । ଏଚ୍‌ସିଇଏସ୍‌ରେ ସଂଗୃହୀତ ସୂଚନା ପରିବାରର ଉପଯୋଗ ଏବଂ ବ୍ୟୟ ଢାଞ୍ଚା, ଜୀବନଧାରଣର ମାନ ଓ କଲ୍ୟାଣ ବୁଝିବାରେ ସହାୟକ ହୋଇଥାଏ । ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଆର୍ଥିକ ପରିଦୃଶ୍ୟରେ ଦ୍ରବ୍ୟ ଓ ସେବାର ଉପଯୋଗ କ୍ଷେତ୍ରରେ ରୂପାନ୍ତରଣକାରୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୧-୧୨ ତୁଳନାରେ ୨୦୨୩-୨୪ ଏଚ୍‌ସିଇଏସ୍‌ରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧି ପାଇଛି । ଏହି ଉଲ୍ଲେଖନୀୟ ବୃଦ୍ଧି ଆର୍ଥିକ ସଶକ୍ତିକରଣ ଏବଂ ସାରା ଦେଶରେ ଭାରତୀୟ ଉପଭୋକ୍ତାଙ୍କର କ୍ରୟ ଶକ୍ତି ସୁଦୃଢ଼ ହେବାକୁ ଦର୍ଶାଉଛି ।


କେବଳ ସେତିକି ନୁହେଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ଏମ୍‌ପିସିଇ ବ୍ୟବଧାନ ୨୦୧୧-୧୨ରେ ୮୪% ଥିବା ବେଳେ ୨୦୨୩-୨୪ରେ ଏହା ୭୦%କୁ ହ୍ରାସ ପାଇଛି । ଏଥିରେ ୧୬% ହ୍ରାସ ଦେଖିବାକୁ ମିଳିଛି । ୨୦୨୨-୨୩ରେ ସହରାଞ୍ଚଳ-ଗ୍ରାମାଞ୍ଚଳ ଏମ୍‌ପିସିଇ ବ୍ୟବଧାନ ୭୧% ଥିଲା । ଏହା ଗ୍ରାମାଞ୍ଚଳରେ ଉପଭୋକ୍ତା ଅଭିବୃଦ୍ଧିର ନିରନ୍ତର ପ୍ରଗତିକୁ ପ୍ରତିଫଳିତ କରେ ।


ଆୟ ଅସମାନତାକୁ ମାପିବା ପାଇଁ ବ୍ୟବହାର କରାଯାଉଥିବା ଏକ ମାପକ ‘ଗିନି କୋଏଫିସିଏଣ୍ଟ’କୁ ଆଧାର କରି ଦେଖିଲେ ଭାରତରେ ଉପଯୋଗ ବ୍ୟୟ କ୍ଷେତ୍ରରେ ଅସମାନତା ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଥାଏ । ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଥିବା ଜଣାପଡ଼ିଥାଏ । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗିନି କୋଏଫିସିଏଣ୍ଟ ବିଶେଷ ଭାବେ ହ୍ରାସ ପାଇଥିବା ଏଚ୍‌ସିଇଏସ୍‌:୨୦୨୩-୨୪ରେ ଜଣାପଡ଼ିଥାଏ । ଗତ ଦଶନ୍ଧି ମଧ୍ୟରେ
ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଫଳ ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଫଳନ ସ୍ୱରୂପ ଉପଭୋକ୍ତା ଅସମାନତା ହ୍ରାସ ହେଉଛି । ଲକ୍ଷ୍ୟ ଆଧାରିତ କଲ୍ୟାଣକାରୀ ଯୋଜନା, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ନୀତି ପ୍ରଣୟନ ଦ୍ୱାରା ସମ୍ପତ୍ତି ଓ ଉପଯୋଗ ବ୍ୟୟରେ ଅଧିକ ସନ୍ତୁଳନ ଆସିଛି । ଦେଶର ଗ୍ରାମାଞ୍ଚଳରେ ଗିନି କୋଏଫିସିଏଣ୍ଟ ୨୦୧୧-୧୨ରେ ୦.୨୮୩ ଥିବା ବେଳେ ଏହା ୨୦୨୩-୨୪ରେ ୦.୨୮୩କୁ ହ୍ରାସ ପାଇଛି । ସେହିପରି ସହରୀ ଭାରତରେ ଏହା ୨୦୧୧-୧୨ରେ ୦.୩୬୩ରୁ ୨୦୨୩-୨୪ରେ ୦.୨୮୪କୁ ଖସି ଆସିଛି ।


ଉପଭୋକ୍ତାମାନେ ମୌଳିକ ଆବଶ୍ୟକତା ପାଇଁ ବ୍ୟୟ ଠାରୁ ଆଗକୁ ବଢ଼ି ଅଣଖାଦ୍ୟ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗ୍ରାମୀଣ ଭାରତ ୨୦୨୨-୨୩ରେ ଏହାର ବ୍ୟୟ ଅଭ୍ୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ଅତିକ୍ରମ କରିଛି । ୨୦୨୨-୨୩ରେ ଘରୋଇ ବଜେଟରେ ଅଣ-ଖାଦ୍ୟ ଖର୍ଚ୍ଚର ଅଂଶ ୫୦% ଅତିକ୍ରମ କରିଛି, ଯାହା ଜୀବିକା ନିର୍ବାହରୁ ଆକାଂକ୍ଷା-ପରିଚାଳିତ ବ୍ୟବହାର ଦିଗରେ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି । ଏହାର ଅର୍ଥ ହେଉଛି ଗ୍ରାମାଞ୍ଚଳର ଲୋକମାନେ ଖାଦ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଖର୍ଚ୍ଚ କରିବା ପରେ ନିଜ ଇଚ୍ଛା ମୁତାବକ ଅନ୍ୟ ବାବଦରେ ଖର୍ଚ୍ଚ କରିପାରୁଛନ୍ତି । ଗ୍ରାମୀଣ ବ୍ୟୟ ଶୈଳୀରେ ଅଣ-ଖାଦ୍ୟ ବ୍ୟୟର ପ୍ରାଧାନ୍ୟ ବୃଦ୍ଧି ପାଇଛି । ବିଶେଷ କରି ଅଣଖାଦ୍ୟ ସାମଗ୍ରୀ ଉପରେ ବଢ଼ୁଥିବା ଗୁରୁତ୍ୱ, ବ୍ୟବହାର ଶୈଳୀରେ ଏହି ପରିବର୍ତ୍ତନ ସରକାରଙ୍କ ସଫଳ ନୀତି ଓ ପଦକ୍ଷେପର ପ୍ରତ୍ୟକ୍ଷ ପ୍ରତିଫଳନ । ଗ୍ରାମୀଣ ଆୟ ବୃଦ୍ଧି, ଋଣ ଉପଲବ୍ଧତାରେ ଉନ୍ନତି, ଭିତ୍ତିଭୂମି ବିକାଶ ଏବଂ ସାମାଜିକ ନିରାପତ୍ତା ପ୍ରଦାନ କରିବା ପାଇଁ ପରିକଳ୍ପିତ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମୀଣ
ପରିବାରଗୁଡ଼ିକୁ ମୌଳିକ ଆବଶ୍ୟକତା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବ । ପାଇଁ ସଶକ୍ତ କରିବାରେ ଭୂମିକା ଗ୍ରହଣ କରିଛି । ଫଳସ୍ୱରୂପ, ଗ୍ରାମୀଣ ଭାରତର ଲୋକମାନେ ବର୍ତ୍ତମାନ ଏକ ଉଚ୍ଚ ମାନର ଜୀବନଧାରଣ ଉପଭୋଗ କରୁଛନ୍ତି । ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଛି ଏବଂ ସେମାନେ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇପାରୁଛନ୍ତି । ୨୦୧୧-୧୨ ସହିତ ୨୦୨୩-୨୪ ସମୟକୁ ତୁଳନା କଲେ ଅଣ ଖାଦ୍ୟ ସାମଗ୍ରୀ ବ୍ୟୟ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥାକ୍ରମେ ୪୭.୧%ରୁ ୫୩% ଏବଂ ୫୭.୩୮%ରୁ ୬୦%କୁ ବୃଦ୍ଧି ପାଇଛି ।


ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୃଦୁ ପାନୀୟ, ଜଳଖିଆ ଓ ପ୍ରକ୍ରିୟାକରଣ ଖାଦ୍ୟ ପାଇଁ ଲୋକମାନେ ଅଧିକ ବ୍ୟୟ କରୁଥିବା ୨୦୨୩-୨୪ ସର୍ବେକ୍ଷଣରେ କୁହାଯାଇଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପରିବାରଗୁଡ଼ିକ ଅଣଖାଦ୍ୟ ଖର୍ଚ୍ଚ ବାବଦରେ ପରିବହନ, ପୋଷାକ, ଶଯ୍ୟା, ଜୋତା, ବିବିଧ ସାମଗ୍ରୀ ଏବଂ ମନୋରଞ୍ଜନ ଓ ଦୀର୍ଘସ୍ଥାୟୀ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଘର, ଗ୍ୟାରେଜ୍‌ ଭଡ଼ା ଏବଂହୋଟେଲ ରହଣି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି ।

jittmm
Leave A Reply

Your email address will not be published.