csstore

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା “ୱେବିନାର ଯୁବ ସହିତି” କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ କରୋନା କଟକଣା ଯୋଗୁଁ ବିଭିନ୍ନ ଅନୁଷ୍ଠାନ, ସାହିତ୍ୟ ସଭା ସମିତି ପାଳନ ବନ୍ଦଥିବା ବେଳେ ଏବେ ସମସ୍ତେ ୱେବିନାରକୁ ଆପଣେଇ ତାଙ୍କ କାର୍ୟ୍ୟକ୍ରମଗୁଡ଼ିକୁ ସୁରୁଖୁରୁରେ ଚଳେଇଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ “ୱେବିନାର ଯୁବ ସହିତି” କାର୍ଯ୍ୟକ୍ରମରେ ଓଡିଶାରୁ କ୍ଷୁଦ୍ରଗଳ୍ପ ବିଭାଗରେ ଗାଳ୍ପିକ ଶ୍ରୀମାନ ଜଗନ୍ନାଥ ସାହୁ କବିତାରେ କବି ଶ୍ରୀ ନିହାର ରଂଜନ ପରିଡା ଏବଂ ସୁଶ୍ରୀ ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ନିଜ ସ୍ଵରଚିତ ଗଳ୍ପ କବିତାମାନ ପଠନ କରିଥିଲେ । କେନ୍ଦ୍ରସାହିତ୍ୟ ଏକାଡେମୀର ସଦସ୍ୟ ପ୍ରଫେସର ବିଜୟାନନ୍ଦ ସିଂ ଯୁବ ପ୍ରତିଭା ଉପରେ ଗୁରୁତ୍ୱାରୋପ କରି ତରୁଣ କବି ଓ ଗାଳ୍ପିକମାନଙ୍କୁ ଉତ୍ସାସିତ କରିଥିଲେ ଏବଂ ସାହିତ୍ୟ ଏକାଡେମୀ କୋଲକାତା ପଶ୍ଚିମାଂଚଳୀୟ ଶାଖାର ସଚିବ ଶ୍ରୀ ଦେବେନ୍ଦ୍ର ଦେବେଶ ତରୁଣ ପ୍ରତିଭାମାନଙ୍କ ପରିଚୟ ପ୍ରଦାନ ସହ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ ।

jayashree
Leave A Reply

Your email address will not be published.