oom

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲକ୍ଷ୍ୟକୁ ନେଇ ଚର୍ଚ୍ଚା

jsmm

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତିଷ୍ଠା ହେବା ଦିନ ଠାରୁ ବହୁ ସମୟରେ ଚର୍ଚ୍ଚାରେ ରହିଛି । ପରିଷଦ ଯୋଗେଇ ଦେଉଥିବା ପାଣ୍ଠିର ମଧ୍ୟ ବିନିଯୋଗ ହୋଇ ପାରୁନାହିଁ । ଏପରିକି ୨୦୧୪ ମସିହାରୁ ମିଳିଥିବା ଅର୍ଥ ପଡି ରହିଥିବା ଦେଖା ଯାଉଛି। ଯେଉଁ କେତେକ ପ୍ରକଳ୍ପ ଶେଷ ହୋଇଛି, ତାର ବିନିଯୋଗ ପତ୍ର ଦିଆଯାଉ ନ ଥିବାରୁ ପୂର୍ବତନ ଅଧ୍ୟକ୍ଷ ସୁବାସ ସିଂ ଚୌହାନ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟ ଦପ୍ତରକୁ ନେଇ ବିବାଦ:
ପ୍ରତିଷ୍ଠା ଦିନଠାରୁ ମୁଖ୍ୟ ଦପ୍ତର ଭୁବନେଶ୍ବରଠାରେ ରହିଛି ମୁଖ୍ୟ ଦପ୍ତର, ଯଦିଓ ଏହାର ବାଇଲ ରେ ପଶ୍ଚିମ ଓଡ଼ିଶାର କୌଣସି ସ୍ଥାନରେ ରହିବାର ପ୍ରାବଧାନ ଅଛି । ଆମ ଅଞ୍ଚଳର ସଦସ୍ୟ ମାନଙ୍କ ସହମତି ଅଭବରୁ ପ୍ରତିଷ୍ଠାର ୨୨ ବର୍ଷ ପରେ ମଧ୍ୟ ଏହା ସମାଧାନ ହୋଇ ପାରୁନାହିଁ, ଯାହା ଏକ ବିଡମ୍ବନା କୁହାଯାଇପାରେ ।
ଥଇଥାନ କେନ୍ଦ୍ର….!!
ଆରମ୍ଭରୁ ପରିଷଦର ଅଧ୍ୟକ୍ଷ ପଦ ରାଜନୈତିକ ବ୍ୟକ୍ତବିଶେଷଙ୍କୁ ଥଇଥାନ କରାଯାଉଥିବାର ପରିଲକ୍ଷିତ ହେଉଛି । କେବଳ କୃଷି ବିଜ୍ଞାନୀ ନିରଞ୍ଜନ ପଣ୍ଡାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନିର୍ବାଚନରେ ପରାଜିତ ନେତା, ଏପରିକି ବିଶେଷଜ୍ଞ ସଦସ୍ୟଙ୍କ ସ୍ଥାନରେ ମଧ୍ୟ ରାଜନୈତକ ବ୍ୟକ୍ତିଙ୍କୁ ମନୋନୀତ କରାଯାଉଥିବାର ନଜିର ରହିଛି।
ସୁବାସଙ୍କ ମୃତ୍ୟୁ ପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ପଶ୍ଚିମାଞଚଳର ବହୁ ଆଶାୟୀ ବ୍ୟକ୍ତି ଏହି ପଦ ପାଇଁ ଦୋୖଡରେ ଅଛନ୍ତି । ପରିଷଦର ସଦସ୍ୟ ମନୋନୀତ ହେଉଥିବାରୁ ଏହାକୁ ଗୋର୍ଖା ଲ୍ୟାଣ୍ଡ ପରିଷଦ ଢାଞ୍ଚାରେ ନିର୍ବାଚନ ହୋଇ ସଦସ୍ୟ ରହିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ରହିବ ବୋଲି ଆରମ୍ଭରୁ ଦାବୀ ହେଉଛି।
ସ୍ବୀକାର କରିବାକୁ ହେବ ଯେ ଆଂଚଳିକ ବୈଷମ୍ୟ ଦୂରୀକରଣ ପାଇଁ ଦଶଟି ଅବହେଳିତ ଜିଲ୍ଲାକୁ ନେଇ ଗଠିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଲକ୍ଷ୍ୟ ପୂରଣରେ ବିଶେଷ ସଫଳ ହୋଇ ପାରିନାହିଁ। ଏହାକୁ ଅଧିକ କ୍ରିୟାଶୀଳ କରିବାରକୁ ସମୀକ୍ଷା କରାଯିବାର ସମୟ ଉପନୀତ ।

jittmm
Leave A Reply

Your email address will not be published.