- ସଂଗୀତ ନିର୍ଦେଶକ ସରୋଜ ନନ୍ଦ ୫ ଡିସେମ୍ବରରେ ଆମକୁ ଛାଡିକରି ସରଗବାସ ହେଇଥିଲେ : ଗଣେଶ ବାରିକ୍
ବଲାଙ୍ଗିର, (କେପିଏନ୍ଏସ୍) : କେରି କେରି ସୁନା ଦୁବ, ମୁଁ ତ ବଡ଼ ଦେଉଳର ପାରା, ତୋ ଆଗରେ କିଛି ଧୂପ, ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ, କଳା ଠାକୁର ମୋ କଳା ଠାକୁର, ଛ ଖଣ୍ଡ କାଠରେ ହେବ ସବାରୀ, ପ୍ରଥମ ପ୍ରେମର ପ୍ରଥମ ଚିଠି, ବାଟରେ ଚାଲୁ ଚାଲୁ, ଗାଁ ମଝିରେ ଚାନ୍ଦିନୀ, ଆଇନା କେବେ ମିଛ କହେନା, ତୁ ଚାଲି ଯିବୁ ତୋ ଶାଶୁଘର, ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲା ପରେ, ନିଝୁମ ରାତିର ସହରରେ, ଛାତି ମୋର ଚିରି ଯେବେ, ନା ମୁଁ ତତେ କେବେ ଚିଠି ଦେଇଛି, ଆଉ ସେ କଲମ କେବେ ଧରିବି ନାହିଁ, ମୋ ପ୍ରିୟା ହାତରେ ଦୁଇଟି ଚୂଡି, ପ୍ରେମ ଆମର ରହିବ ଅମର, ସୀମା ମୁଁ ତୁମକୁ ଭଲ ପାଇଁ ଭୁଲିଗଲି ମୁଁ ମୋର ସୀମା, କେତେ ଅବିବେକୀ କେତେ ସ୍ୱାର୍ଥପର, ପୁନେଇଁ ଚାନ୍ଦ ତୋର, ଆଜି ମଙ୍ଗନ କାଲି ତୋର ବାହାଘର, ପ୍ରେମ ନୁହେଁ ପିଲା ଖେଳ କାହା ବାଲି ଘର, ଆଖି କହେ ଅଳ୍ପ କିଛି, ସବାରୀ ଚାଲେ ଲୋ ଗୋରୀ ଧିରେ ଧିରେ, ଝିଅ ଜନମ ପର ଘରକୁ, ଭଳିଆ ଗୀତ ଆଏଜ୍ ବି ଶୁନଲେ ନୂଆଁ ନୂଆଁ ଲାଗସି । ଇ ସବୁ ଗୀତର ସଂଗୀତ ନିର୍ଦେଶକ ହେଉଛନ୍ ଦିବଂଗତ ସରୋଜ ନନ୍ଦ । ଓଡ଼ିଆ ଆଧୁନିକ ସଙ୍ଗୀତର ନୂତନ ଅଧ୍ୟାୟର ଶ୍ରେୟ ସରୋଜ ନନ୍ଦଙ୍କୁ ଦିଆଯାଇଛି । ନବେ ଦଶକରେ ସେ ଥିଲେ ସଙ୍ଗୀତର ଶୀର୍ଷରେ ଆର୍ ସବୁ ପାନ ଦୁକାନ ପାର୍କ, ଅର୍କେଷ୍ଟ୍ରା, ଅପେରା, ଯାତ୍ରା ପର୍ବନେ ଥିଲା ତାଙ୍କ ସଙ୍ଗୀତର ମୂର୍ଚ୍ଛନା । ବିରହ ପ୍ରେମିକ,ପ୍ରେମିକାଙ୍କ ନିରୋଳା ବେଳା ହେଉକି ବାହାଘରର କନ୍ୟା ବିଦା ବେଳର ଅଶ୍ରୁଳ ପରିବେଶ, ସବୁ ଠାନେ ରାଜୁତି କଲା ସରୋଜ ନନ୍ଦଙ୍କ ପ୍ରାଣବନ୍ତ ସଙ୍ଗୀତର ସୁର୍ । ୧୯୫୮ ମେ ୧୮ ତାରିଖ ବାପା ପରମାନନ୍ଦ ଓ ମାଁ ସୁବର୍ଣ୍ଣ ନନ୍ଦଙ୍କ କୁଲେ କନ୍ଧପାଲି ପଡା ବଲାଙ୍ଗିର ନେ ଜନମ୍ ନେସନ୍ ସରୋଜ ନନ୍ଦ । ସେ ବାପା ମାଁଙ୍କ ସବୁଠୁ ଛୋଟ ପିଲା ଥିଲେ । ତାକର୍ ଡକା ନା ଥିଲା ରାଜୁ, ବଲାଙ୍ଗିର ଆଖେ ପାଖେ ରାଜୁ ଦା’ ନାମରେ ବେଶ୍ ପରିଚିତ ଥିଲେ । ମିଶନ ସ୍କୁଲ , ପୃଥୀରାଜ ହାଇସ୍କୁଲ ବଲାଙ୍ଗିରରୁ ତାକର୍ ସ୍କୁଲ ଜୀବନ ଆରମ୍ଭ ହେଇଥିଲା । ଆର୍ ସେଠାନୁ ସଙ୍ଗୀତ ପ୍ରତି ଆର୍କଷିତ ହେଇଥିଲେ । ଫେର୍ ରାଜେନ୍ଦ୍ର କଲେଜନେ ପାଠ ପଢୁଥିବାର ସମିଆଁନ ଢୋଲକ ଆର୍ ନାଲ ବଜେଇ କରି ସଂଗୀତ ଦୁନିଆଁନେ ପାହା ପକେଇଥିଲେ । କଲେଜନେ ପଢୁଥିବାର ସମିଆଁ ନେ ବଲାଙ୍ଗିର ଗ୍ରୀନ ଲାଇଟ୍ ଅରକେଷ୍ଟାର ନେ ମ୍ୟୁଜିକ୍ ଡାଇରେକ୍ଟର ଭାବେ କାମ କରୁଥିଲେ । ମୁଁ ତ ବଡ଼ ଦେଉଳ ର ପାରା, ହେଉଛେ ତା୍କର ପହେଲା ହିଟ୍ ଭଜନ । ତାକର ବହୁତ ଭଜନ ଆର୍ ଆଲବମ ଗୀତ ଆଜି ବି ଚିର ସବୁଜ ଆଏ । ପଂରବ୍ରହ୍ମ, କଲା କଲା ଚକା ଡୋଲା, ଶଙ୍ଖଚକ୍ର, ଆଦି ମାତା, ମଧୁ ଚନ୍ଦ୍ରିକା, କଦମ୍ବ ମୂଳିଆ, ଭକ୍ତି କୈବଲ୍ୟ, ନିର୍ମାଲ୍ୟ, ସିନ୍ଦୁର, ଭୈରବୀ, ଓମ୍ ନମୋଃ ଶିବାୟ ଭଜନ ବହୁତ ଆଦୃତ ଲାଭ କରିଥିଲା । ପରମବ୍ରହ୍ମ ଭଜନ କ୍ୟାସେଟ ୬ଟା ଭାଷାନେ ରିଲିଜ୍ ହେଇଥିଲା । ଠିକ୍ ସେନତା ଆଲବମ ଗୀତ ଭିଲ୍ , ପ୍ରଥମ ପ୍ରେମ, ଚାନ୍ଦିନୀ, ରଜନୀଗନ୍ଧା, ତମକଥା ମନେ ପଡେ, ପୁଣି ଦେଖା ହେବ, କହିଲେ କହିବ ମିଛ କହୁଛ, ଚକୋରୀ ଝରଣା ଲୁହ ଅମର ପ୍ରେମ ତାକର୍ ବହୁତ ଚର୍ଚ୍ଚିତ ଆଲବମ ଗୀତ । ଅମର ପ୍ରେମ ଥିଲା ତାକର୍ ସଙ୍ଗୀତ ନିର୍ଦେଶିତ ଶେଷ ଆଲବମ ଗୀତ । ସାହାରା ଆର୍ ଧାରା ନାଆ ର ଦୁଇଟା ଟେଲି ଧାରାବାହିକ ହେଉଛେ ସରୋଜଙ୍କର ବିରଳ କୃତି । ତାକର୍ ସ୍ୱର ସଂଯୋଜନାନେ ଜାତୀୟସ୍ତରର କଣ୍ଠ ଶିଳ୍ପୀ ଅନୁରାଧା ପୌଡୁଆଲ, ମହମ୍ମଦ ଅଜିଜ୍, ସୁରେଶ ୱଦେକର, ଉଦିତ ନାରାୟଣ, କୁମାର ସାନୁ, ବାବୁଲ ସୁପ୍ରିଓ, ସୋନୁ ନିଗମ, ଅଭିଜିତ ଭଟ୍ଟାଚାର୍ଯ୍ୟ, ବିନୋତ ରାଠୋର, ସାଧନା ସରଗମ, କ୍ରିଷ୍ଣା ବେଉରା, ସୋନାଲୀ ବାଜପାୟୀ, ଜଲି ମୁର୍ଖାଜୀ, ଚନ୍ଦନ ଦାସ ଭଳିଆ ଗାୟକ ସବୁ ଗାଇଛନ । ଓଡ଼ିଆ ଗାୟକମାନଙ୍କ ଭିତରେ ଭିକାରି ବଳ, ସୁବାଷ ଦାଶ, ଗୀତା ଦାସ, ଅନୁସୂୟା ନାଥ, ଲୋପିତ ମିଶ୍ର, ଶୁଭାଷିଶ, ଶୈଲଭାମା, ଅଭିଜିତ ମଜୁମଦାର ପ୍ରମୁଖ ଗାଇଛନ । ତାକର୍ କୋଶଲୀ ଭଜନ କ୍ୟାସେଟ଼ ମନ୍ ଭଜୁଥା ବି ବହୁତ ଚର୍ଚ୍ଚିତ ହେଇଥିଲା । ଆହା ବାପ ଧନରେ ମୋର୍ ଲବଣୀ ଖିଆ, ହାଏରେ କାଏଁ ମହନୀ ଲାଗିଛେ, ମହ ମହ କିଆ, ଆଏଁଖ୍ ଦିଟା ଚକା ଚକା, ଆଜି ବି ତାର ସତ୍ତା ନେଇଁ ହରାବାର । ଆଲବମ ଛଡା ଓଡ଼ିଆ ସିନେମାନେ ବି ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ୧୯୮୯ ନେ ବଲାଙ୍ଗିର ସିନେମା ପ୍ରେମୀ ମାନକ ମିଳିତ ଉଦମ୍ୟରେ ତିଆରି ହେଇଥିବା ଆକାଶ ଆଖି ହେଉଛେ ତାଙ୍କ ପହେଲା ସଙ୍ଗୀତ ନିର୍ଦେଶିତ ଓଡିଆ ସିନେମା । ପରେ ଫେର୍ ଲକ୍ଷ୍ମୀ ପ୍ରତିମା, ଜୀବନ ସାଥି, କିଏ କାହାର, ରାମ ଲଣକ୍ଷ୍ମ, ଚକ୍ରବ୍ୟୁହ (ଅସମାପ୍ତ) ଭଳିଆ ଚଳଚ୍ଚିତ୍ର ନେ ସଫଳ ସଂଗୀତ ନିର୍ଦେଶନା ଦେଇଥିଲେ । କିଏ କାହାର ଆର୍ ଲକ୍ଷ୍ମୀ ପ୍ରତିମା ସିନେମାର ଲାଗି ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ପୁରସ୍କାର ପାଇଥିଲେ । ଓଡ଼ିଆ ଆର୍ କୋଶଲୀ ଭାଷା ଛଡା ସେ ହିନ୍ଦୀ, ମରାଠୀ, ଛତିଶ ଗଡି ଭାଷାରେ ବି ଅନେକ କ୍ୟାସେଟ ନେ ସଙ୍ଗୀତ ଦେଇଥିଲେ । ଇସ୍କ୍ ନା ର ଗୁଟେ ଗଜଳ ନେ ବି ସଂଗୀତ ଦେଇଥିଲେ । ସବୁ ଠାରୁ ବେଶୀ ଚର୍ଚା ଥିଲା ଆମେରିକା ର ଗୁଟେ କାର୍ଯ୍ୟକ୍ରମନେ ପ୍ରାରମ୍ଭିକ ସଙ୍ଗୀତ ଭାବେ କେରି କେରି ସୁନା ଦୁବ, ସେଠାନେ ବି ଗୁଆ ଯେଇଥିଲା । ସେଟା ଫେର୍ ସେ ସମିଆଁନେ ଦୂରଦର୍ଶନ ଥି ସିଧା ପ୍ରସାରଣ ହେଇଥିଲା । ସେ ସଙ୍ଗୀତରେ ଏତେ ମସଗୁଲ ଥିଲେ ଯେ ବିହା ବି ହେବାର ଟା ପାସରି ଦେଇଥିଲେ । ଯୋଜନା ଥିଲା ତାଙ୍କ ସ୍ୱର ସଂଯୋଜନାରେ ଗୀତ ଗାଏବେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ସେଥିର ଲାଗି ମୁମ୍ବାଇନେ ବି ରହେବାର ଆରମ୍ଭ କରି ଦେଇଥିଲେ । ଭାଗ୍ୟର ବିଡମ୍ବନା ସେଟା ତାଙ୍କର ସପନ ହେଇଗଲା । ତାଙ୍କର ସଂର୍ପକରେ ପ୍ରସିଦ୍ଧ ସଂଗୀତଜ୍ଞ ଅକ୍ଷୟ ମହାନ୍ତି କହିଥିଲେ – ସରୋଜଙ୍କ ଆଗମନ ଥିଲା ବାଘ ଭଳି, ବାଘ ଭଳି ବି ରାଜୁତି କଲେ, ଆଉ ତାଙ୍କ ବିଦାୟ ମଧ୍ୟ ଥିଲାବାଘ ଭଳି । ୫ ଡିସେମ୍ବର ୨୦୦୦ ମସିହା ୪୨ ବର୍ଷ ବୟସରେ ମୁମ୍ବାଇରେ ହୃତଘାତରେ ତାଙ୍କର ସରଗବାସ ହେଇଥିଲା ।