jayashree

ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରରେ ‘ଚିନ୍ତନ ଶିବିର’ ଆୟୋଜନ କରିବ ଏମ୍ଏନ୍ଆର୍‌ଇ

  • ‘ଚିନ୍ତନ ଶିବିର’ରେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାୱାଟ୍‌ର ପରବର୍ତ୍ତୀ ଲକ୍ଷ୍ୟ ଆଡ଼କୁ ଅଗ୍ରଗତି ପାଇଁ ରଣନୀତି ଉପରେ ବିଚାର ବିମର୍ଶ ହେବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ଆଇଟିସିଠାରେ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ କରିବା ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାଓ୍ଵାଟ୍‌ର ପରବର୍ତ୍ତୀ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବ । ନଭେମ୍ବର ୧୪ ତାରିଖ ସକାଳ ୯ଟାରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ; ଓଡ଼ିଶାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ଏବଂ ଏମ୍‌ଏନ୍‌ଆର୍‌ଇ ସଚିବ ପ୍ରଶାନ୍ତ କୁମାର ସିଂ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଚିନ୍ତନ ଶିବିରର ଲକ୍ଷ୍ୟ ହେଉଛି ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଗ୍ରହଣ କରୁଥିବା ଅଗ୍ରଣୀ ନିଷ୍ପତ୍ତି ଗ୍ରହଣକାରୀ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କୁ ଏକାଠି କରିବା । ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଷୟଗତ ଅଧିବେଶନ ମାଧ୍ୟମରେ ଏହି କ୍ଷେତ୍ରର ପ୍ରମୁଖ ଏବଂ ଉଦୀୟମାନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବେ ।
ପ୍ରମୁଖ ଅଧିବେଶନଗୁଡ଼ିକ ମଧ୍ୟରେ ରହିବ :
ପ୍ରଥମ ଦିନ : ୧୪ ନଭେମ୍ବର ୨୦୨୪

● ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା : ୧ କୋଟି ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା
● ଭାରତରେ ସୌର ଶକ୍ତି ଆନୁଷଙ୍ଗିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା
● ଜମି ଏବଂ ଉଚ୍ଛେଦ – ଭାରତୀୟ ୟୁଟିଲିଟି ସ୍କେଲ ପ୍ଲାଣ୍ଟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ସୁବିଧା
● ଖଣିରୁ ମଡ୍ୟୁଲ ପର୍ଯ୍ୟନ୍ତ : ବିଶ୍ୱ ସୌର ଉତ୍ପାଦନରେ ଭାରତ
● ପବନ ଶକ୍ତି ଉତ୍ପାଦନ ହବ୍ ଭାରତ
● ଆଗାମୀ ଆରଇ କ୍ଷମତା ଏବଂ ଟ୍ରାନ୍ସମିସନ ପ୍ରସ୍ତୁତି ମଧ୍ୟରେ ଅସମାନତା
● କୃଷି କ୍ଷେତ୍ରରେ ସୌର ଶକ୍ତି – ସୌର ପମ୍ପ, ଫିଡରଗୁଡିକର ସୌରୀକରଣ, ଏବଂ ଆଗ୍ରିଭୋଲଟାଇକ୍ସର ଏକୀକରଣ
● ଭାରତର ସମୁଦ୍ର କୂଳ ପବନ – ଗ୍ରିଡ୍ ଏକୀକରଣ ପାଇଁ ଆଗକୁ ଯିବାର ବାଟ
ଦ୍ୱିତୀୟ ଦିନ : ୧୫ ନଭେମ୍ବର ୨୦୨୪
● ଡିସ୍କମ୍ ଦ୍ୱାରା ଅକ୍ଷୟ ଶକ୍ତିର ଉତ୍ତୋଳନ ସୁନିଶ୍ଚିତ କରିବା ପାଇଁ ରଣନୀତି – ପ୍ରତିବନ୍ଧକ, ସମ୍ଭାବନା ଏବଂ ଭବିଷ୍ୟତର ମାର୍ଗ
● ଜାତୀୟ ଜୈବିକ ଶକ୍ତି କାର୍ଯ୍ୟକ୍ରମ – ଭାରତୀୟ ଶକ୍ତି କ୍ଷେତ୍ରରେ ବାୟୋଗ୍ୟାସର ଉଦୀୟମାନ ଭୂମିକା
● ଭାରତରେ ଶକ୍ତି ସଂରକ୍ଷଣର ଉଦୀୟମାନ ଭୂମିକା – ବ୍ୟାଟେରୀ ଶକ୍ତି ଷ୍ଟୋରେଜ୍ ଏବଂ ପମ୍ପେଡ୍ ଷ୍ଟୋରେଜ୍ ଟେକ୍ନୋଲୋଜି ଉପରେ ଧ୍ୟାନ
● ଭାରତରେ କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର ପାଇଁ ଏକ ସମନ୍ୱିତ ରଣନୀତି ପ୍ରସ୍ତୁତ କରିବା
● ସବୁଜ ହାଇଡ୍ରୋଜେନ ସୀମା – ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଇକୋସିଷ୍ଟମକୁ ପୋଷଣ କରିବା ଏବଂ ଅଫଟେକ ରୋଡମ୍ୟାପ୍ ପାଇଁ ରଣନୀତି
● ଭାରତର ଡିକାର୍ବନାଇଜେସନ୍ ଯାତ୍ରାରେ ସୌର ତାପଜର ଭୂମିକା – ଆବାସିକ, ଷ୍ଟୋରେଜ୍ ଏବଂ ଶିଳ୍ପ ବ୍ୟବହାର
● ଉତ୍ତର-ପୂର୍ବ ରାଜ୍ୟ, ପାହାଡ଼ିଆ ରାଜ୍ୟ ଏବଂ ଦ୍ୱୀପପୁଞ୍ଜରେ ଅକ୍ଷୟ ଶକ୍ତି ଏକୀକରଣ
● ଫାଇନାନ୍ସ ଏବଂ ବିଜନେସ ମଡେଲରେ ଅଭିନବତା
● ଭାରତର ଶକ୍ତି ପରିବର୍ତ୍ତନକୁ ବଳ ଯୋଗାଇବା ପାଇଁ ମାନବ ସମ୍ବଳର ବିକାଶ ।
୧୫ ନଭେମ୍ବର ୨୦୨୪ ଅପରାହ୍ନ ୪ଟାରେ ଶିବିର ସମାପନ ହେବ, ଯେଉଁଠାରେ ପ୍ରତ୍ୟେକ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆଗାମୀ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯିବ ।

Leave A Reply

Your email address will not be published.