csstore

ଆମ୍ବେଦକର ଯୁବ କ୍ଲବ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଆମ୍ବେଦକର ଯୁବ କ୍ଲବ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଧୁମଧାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଯୋଗଦେଇ ଥିଲେ । ସ୍ଥାନୀୟ କଳାକାର ତଥା ଅଞ୍ଚଳବାସୀଙ୍କ ପ୍ରଶଂସା କରି ମନ୍ତ୍ରୀ ଡଃ. ମହାଲିଙ୍ଗ କଳାକାରଙ୍କ ଉନ୍ନତି ସକାଶେ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ପ୍ରକାଶ କରିଥିଲେ । ଏହି ଅବସରରେ “ତହଁକ୍ ସାହିତ୍ୟ କୁଟୁମ” ବଲାଙ୍ଗିରର ବରିଷ୍ଟ କବି ତଥା ଶିକ୍ଷକ ଦିଲିପ କୁମାର ମିଶ୍ର ଏବଂ ସୁଜାତା ନାଏକଙ୍କୁ ସମ୍ୱର୍ଦ୍ଧିତ କରି କୋଶଳୀ ଭାଷାର ଉନ୍ନତି ଦିଗରେ “ତହଁକ୍ ସାହିତ୍ୟ କୁଟୁମ୍”ର ପ୍ରୟାସକୁ ପ୍ରଶଂସା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ କ୍ଲବର ସଭାପତି ଅନନ୍ତ କଲେତ୍, ସରପଞ୍ଚ ହିମାଞ୍ଚଲ ମେହେର, ଗିରିଧାରୀ ସୁନା, ଯୋଗେନ୍ଦ୍ର ମେହେର, ଶୁକ୍ରୃ ଦୀପ, ନିମାଇଁ କୁଁଅର, ପ୍ରଫୁଲ୍ଲ ମିଶ୍ର, ଗୌତମ ମେହେର, ପାଣ୍ଡବ କୁମ୍ଭାର, ଶମ୍ଭୁ ନାଗ ତଥା କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ସମ୍ପାଦକ ଗିରିଧାରୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.