କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ

  • ଏହି ଆଲୋଚନା ମୋ ପାଇଁ ବହୁତ ଉପଯୋଗୀ, କାରଣ କୃଷକଙ୍କ ସେବା ହିଁ ଭଗବାନଙ୍କ ପୂଜା : ଶ୍ରୀ ଚୌହାନ
  • କୃଷକମାନଙ୍କୁ ଖରାପ ବିହନ ଯେପରି ନମିଳେ, ସେଥିପାଇଁ ଆଇନକୁ ଆହୁରି କଠୋର କରିବାକୁ କେନ୍ଦ୍ର ସରକାର ବିଚାର କରିବେ : ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତ୍ୟେକ ମଙ୍ଗଳବାର କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କରିବା କ୍ରମରେ ନୂଆଦିଲ୍ଲୀରେ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଚୌହାନ କୃଷକ ସଙ୍ଗଠନ ପକ୍ଷରୁ ଆସିଥିବା ସମସ୍ତ ଅଧ୍ୟକ୍ଷ, ଆବାହକ ଏବଂ କୃଷକମାନଙ୍କୁ ସ୍ୱାଗତ କରିଥିଲେ । ଆଲୋଚନା କାଳରେ କୃଷକ ସଙ୍ଗଠନ ଗୁଡ଼ିକ ଅନେକ ଗୁଡ଼ିଏ ପ୍ରସ୍ତାବ ଦେଇଥିଲେ । ଏହା ମଧ୍ୟରେ କୃଷି ଖର୍ଚ୍ଚ ହ୍ରାସ କରିବା, ଲାଭଜନକ ମୂଲ୍ୟ ପ୍ରଦାନ, ଜଳବନ୍ଦୀରୁ ଫସଲକୁ ରକ୍ଷା କରିବା, କୀଟନାଶକ ଉପଲବ୍ଧ କରାଇବା, ଉନ୍ନତ ବିହନ ଯୋଗାଣ ଏବଂ ଶସ୍ୟକୁ ପଶୁଙ୍କ ଠାରୁ ରକ୍ଷା କରିବା ଇତ୍ୟାଦି ସ୍ଥାନ ପାଇଥିଲା । ଶ୍ରୀ ଚୌହାନ କହିଥିଲେ କି, ଅନିୟନ୍ତ୍ରିତ କୀଟନାଶକ ଓ ସାରର ପ୍ରୟୋଗ ଯୋଗୁ ଜମିର ଉର୍ବରତା ହ୍ରାସ ପାଉଥିବାରୁ ଚାଷୀମାନେ ଚିନ୍ତା ବ୍ୟକ୍ତ କରିଥିଲେ । କିପରି ସରକାରଙ୍କ ସମସ୍ତ ଯୋଜନାର ସୂଚନା ସମସ୍ତଙ୍କ ପାଖରେ ପହଞ୍ଚିପାରିବ, ଯଦ୍ୱାରା କି ଚାଷୀମାନେ ଏହାର ଲାଭ ଉଠାଇପାରିବେ । ଅନେକ ସମୟରେ ସୂଚନାର ଅଭାବ ଯୋଗୁ ଅନେକ ସମୟରେ ଚାଷୀମାନେ ଏହାର ଲାଭ ପାଇପାରୁନଥିବା ପ୍ରତିନିଧିମାନେ କହିଥିଲେ । ଶସ୍ୟ ବୀମାକୁ କୃଷକମାନେ ପ୍ରଶଂସା କରିଥିଲେ ମଧ୍ୟ ସମସ୍ତ କୃଷକଙ୍କୁ ଏହା ମିଳୁନଥିବା ସେମାନେ କହିଥିଲେ । କିଷାନ କ୍ରେଡିଟ କାର୍ଡରେ ଅର୍ଥ ମିଳିବା ସଂକ୍ରାନ୍ତରେ ମଧ୍ୟ କୃଷକମାନେ ପରାମର୍ଶ ଦେଇଥିଲେ । କୃଷକମାନେ ସମ୍ମୁଖୀନ ହେଉଥିବା କେତେକ ବ୍ୟାବହାରିକ ସମସ୍ୟା ଉଠାଇଥିଲେ । ଯେପରିକି ଟ୍ରାନ୍ସଫର୍ମର ନଷ୍ଟ ହୋଇଗଲେ ନିର୍ଦ୍ଦିଷ୍ଟ ସମୟ ସୀମାରେ ତାହାକୁ ବଦଳାଇବା, ନଚେତ ଫସଲକୁ ଜଳସେଚନରେ ସମସ୍ୟା ହେଉଛି । ବିଭିନ୍ନ କଳକାରଖାନାରୁ ନିର୍ଗତ ଦୂଷିତ ଜଳ ଯୋଗୁ ଫସଲ ଓ ଭୂତଳ ଜଳ ନଷ୍ଟ ହେଉଥିବା ନେଇ କୃଷକମାନେ କହିଥିଲେ । ମୋ ପାଇଁ ଏହି ଆଲୋଚନା ବେଶ୍ ଉପଯୋଗୀ, କାରଣ କୃଷକ ହିଁ ଭଗବାନ ବୋଲି ଶ୍ରୀ ଚୌହାନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, କୃଷକମାନଙ୍କର ସମସ୍ୟା ବହୁତ ଛୋଟ ଦେଖାଯାଉଥିଲେ ମଧ୍ୟ ଏହାର ସମାଧାନ ହୋଇଗଲେ ସେମାନଙ୍କ ଉତ୍ପାଦନ ୧୦/୨୦ ପ୍ରତିଶତ ବୃଦ୍ଧି ପାଇପାରିବ । ଏଥିପାଇଁ ଯେଉଁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ସମ୍ପର୍କିତ, ଯେପରିକି କୃଷକମାନଙ୍କୁ ଯେପରି ନିମ୍ନମାନର ବିହନ ଓ କୀଟନାଶକ ନମିଳେ ସେଥିପାଇଁ କଠୋଇ ଆଇନ ଆଣିବାକୁ କେନ୍ଦ୍ର ସରକାର ବିଚାର କରିବେ । ସେ କହିଛନ୍ତି, ଏପରି ପ୍ରସଙ୍ଗ ଅଛି ଯାହାକି ରାଜ୍ୟ ସରକାର ସମାଧାନ କରିବେ । ଏସବୁର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯିବ । ଶ୍ରୀ ଚୌହାନ କହିଲେ, ମାନୁଆଲ ସର୍ଭେ ଦ୍ୱାରା ରେକର୍ଡ ରଖିବାରୁ ହେଉଥିବା ସମସ୍ୟାରୁ ବର୍ତ୍ତିବା ପାଇଁ ଚାଷୀମାନେ ମଧ୍ୟ ପ୍ରସ୍ତାବ ଦେଇଥିଲେ, ଯାହାକି ବହୁତ ଉପଯୋଗୀ । ମୁଁ କୃଷକମାନଙ୍କୁ ଧନ୍ୟବାଦ ଦେଉଛି କି ସେମାନେ ଆଲୋଚନା ପାଇଁ ଆସିଲେ ଏବଂ ବହୁ ମୂଲ୍ୟବାନ ପରାମର୍ଶ ଦେଲେ । ଆମକୁ ଯେଉଁସବୁ ପ୍ରସ୍ତାବ ମିଳିଲା ମିଳିମିଶି ତାହା ଉପରେ କାମ କରିବୁ ଏବଂ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ପ୍ରଚେଷ୍ଟା ମଧ୍ୟ କରିବୁ ।

Leave A Reply

Your email address will not be published.

error: Content is protected !!