ଆଗଲପୁର ସଂର୍କିତ୍ତନ୍ୟ କଳା ସଂସ୍କୃତି ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ସଂର୍କିତ୍ତନ୍ୟ କଳା ସଂସ୍କୃତି ସଂଘର ନୁଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଫାସଡ ଶିବ ମନ୍ଦିର ଠାରେ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ସୁରେଶ ମହାଲିଙ୍ଗ ଓ ଜିଲ୍ଲା କଳା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହିତ ଆଗାମୀ ଦିନରେ ସଂର୍କିତ୍ତନ୍ୟକୁ ବଂଚାଇ ରଖିବା ପାଇଁ ସମ୍ପୁର୍ଣ୍ଣ ସହଯୋଗ କାମନା କରିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲାର ସମସ୍ତ ବ୍ଲକ ସଭାପତି ବିରଂଚି ମହାପାତ୍ର, ଉଜଲ ପଟେଲ, ପ୍ରଭଞ୍ଜନ ମାଝୀ, ମାର୍କଣ୍ଡ ବାଗ, ନରେନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ସଭାରେ ଆଗଲପୁର ବ୍ଲକର ୩୦୦ ରୁ ଅଧିକ କଳାକାର ଯୋଗ ଦେଇଥିଲେ । ଲବ ପଟେଲ, ନରେନ୍ଦ୍ର ସାହୁ, ସୁଦାମ ସାହୁ, ଭୂମିସୁତା ବରିହା, ସଦାନନ୍ଦ ମହିସାଲ, ତ୍ରିପୁରାରି ଭୁଏ, ନରେନ୍ଦ୍ର ବଗର୍ତ୍ତି, ଲକ୍ଷ୍ମୀ ସାହୁ, ମନୋଜ, ସତ୍ୟ, ପୂର୍ଣ୍ଣିମା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ସଭାପତି ଜିତେନ୍ଦ୍ର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.