ରିଜିଓନାଲ ଲେଭେଲ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨ ଦିନ ଧରି ଏକ ରିଜିଓନାଲ ଲେଭେଲ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଗୋଲ ଟେବୁଲ ବୈଠକଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି ଓ ୱାସିଡିଏର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାରୁ ଯଥା ସମ୍ବଲପୁର, ବରଗଡ, ସୋନପୁର, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ, ସଦସ୍ୟ ଓ ସଦସ୍ୟା, ଶିଶୁ ଗୃହ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତାମାନଙ୍କ ନେଇ ଉକ୍ତ କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ୭୦ ଜଣରୁ ଅଧିକ ଅଂଶ ଗ୍ରହଣ କରି ଯୋଗ ଦେଇ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ୱାସିଡିଏ ଦ୍ୱାରା ଚାଲୁଥିବା ଫୋଷ୍ଟର କେୟାର କାର୍ଯ୍ୟକ୍ରମକୁ ବିଭିନ୍ନ ଅଂଶଗ୍ରହଣକାରୀମାନେ ପରିଦର୍ଶନ କରି ଅନେକ ଜିନିଷ ଶିଖିବାକୁ ପାଇଥିଲେ । ଏହି କାର୍ଯ୍ୟକ୍ରମଟି ଅଲଗା ଜିଲ୍ଲାମାନଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଥିଲା । ଯଦିଓ ଏହା ପ୍ରତ୍ୟେକ ଜିଲ୍ଲାମାନଙ୍କ ପାଇଁ କରିବା ଜରୁରୀ ଯଥା କିଶୋର ନ୍ୟାୟ ଆଇନ ଅଧୀନରେ କରିବା ଆବଶ୍ୟକ କିନ୍ତୁ ଏହା କିଛି ଅଳ୍ପ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି । ସେଥି ମଧ୍ୟରୁ ବଲାଙ୍ଗିର ଜିଲ୍ଲା । ଅନ୍ୟତମ କାରଣ ଉକ୍ତ ଜିଲ୍ଲାରେ ୧୭ ଜଣରୁ ଅଧିକ ଶିଶୁମାନଙ୍କୁ ଫୋଷ୍ଟର କେଆର କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସ ୨୭ ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସ୍ଥିତ ସଭାଗୃହରେ ଏଜିଏମ୍‌ ଡଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫୋଷ୍ଟର କେଆର ଗାଇଡ ଲାଇନକୁ ଆଇସିଏନ୍‌ର ପ୍ରତିନିଧି ଡଃ. କବିତା ମଙ୍ଗନାନୀ ଉପସ୍ଥାପନା କରିଥିଲେ ଓ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଫୋଷ୍ଟେର କେୟାର ନେଟୱାର୍କରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୱାସିଡିଏର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମ୍ପାଦକ ରାଜେନ୍ଦ୍ର ମେହେର ଫୋଷ୍ଟାର କେୟାର କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଗୁଡିକୁ ଆଲୋକପାତ କରିଥିଲେ । ଏଥି ସହିତ ଫୋଷ୍ଟର କେଆର କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାର ଅଭିଜ୍ଞତାକୁ ଅଂଶଗ୍ରହଣକାରୀମାନଙ୍କୁ ଜଣାଇ ଥିଲେ ଓ ସେମାନଙ୍କ ମନ ଭିତରେ ଉପୁଜୁଥିବା ସନ୍ଧେହ ତଥା ଜିଜ୍ଞାସାକୁ ଦୂର କରିଥିଲେ । ପରିଶେଷରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ନିଜ ଜିଲ୍ଲା ପାଇଁ ପୋଷ୍ଟାର କେୟାର କାର୍ଯ୍ୟକ୍ରମ କରିବା ନିମିତ୍ତ ବିଭିନ୍ନ ଯୋଜନା ତିଆରି କରିଥିଲେ । ସେହି ଯୋଜନା ଗୁଡିକୁ ତ୍ୱରାନିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ୱାସିଡିଏ ମିଳିତ ସହଯୋଗର ହାତ ବଢେଇଥିଲେ । ଏଡିଏମ୍‌ ଫୋଷ୍ଟର କେୟାର କରୁଥିବା ପିତା ମାତାଙ୍କୁ ପୁରସ୍କୃତ କରିଥିଲେ ଏଥି ସହିତ ଅଧିକରୁ ଅଧିକ ଫୋଷ୍ଟର କେୟାର କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିଥିଲେ ଯାହା ଦ୍ୱାରା ଶିଶୁମାନେ ଅନୁଷ୍ଠାନିକ ଶିଶୁ ଗୃହ ବ୍ୟତିତ ଏକ ବିକଳ୍ପ ପରିବାରରେ ରହିବାର ସୁଯୋଗ ପାଇବା ସହିତ ସେମାନଙ୍କର ଉପଯୁକ୍ତ ବିକାଶ ହୋଇପାରିବ । ୨୬ ତାରିଖ ସନ୍ଧ୍ୟାରେ ଜାତୀୟ ପରିବାର ଦିବସରେ ୧୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର କାହିଁକି ଆବଶ୍ୟକ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଯାହାର ନିଷ୍କର୍ଷ ହୋଇଥିଲେ କି ଆମେ ସମସ୍ତେ ଶିଶୁମାନଙ୍କୁ ବିକଳ୍ପ କରିବାର ଯୋଗାଇ ଦେଲେ ଶିଶୁର ଉପଯୁକ୍ତ ବିକାଶ ହେବ ଓ ସେମାନଙ୍କ ଶୈଶବ ଜୀବନ ଏକ ପରିବାରରେ ବିତିବ । ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ୨ ଦିନ ଧରି କାର୍ଯ୍ୟକ୍ରମ ସଭାପତିତ୍ୱ କରିଥିଲେ ଏବଂ ସୁଭ୍ରଦା ଜେନା, ଆନନ୍ଦିନୀ ରଥ ଓ ଅରୁଣ ପଧାନ କାର୍ଯ୍ୟକ୍ରମକୁ ସଂପାଦନ କରିବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.