ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୮ ରେ, ‘ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ’ ପାଳନ ହୁଏ । ସ୍ଵାସ୍ଥ୍ୟକର ପରିବେଶ ହେଉଛି ଏକ ସୁସ୍ଥ ସମାଜ ପାଇଁ ମୂଳଦୁଆ । ପ୍ରାକୃତିକ ସମ୍ପଦ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ଜାଗ୍ରତ କରିବା ପାଇଁ ଏହି ଦିବସ ପାଳନ ଏକ ସୁଯୋଗ ସୃଷ୍ଟି କରେ । ଆମ ଗ୍ରହର ପ୍ରାକୃତିକ ସମ୍ପଦ ଯଥା ବାୟୁ, ଜଳ, ସୂର୍ଯ୍ୟ କିରଣ, ମୃତ୍ତିକା, ଖଣିଜ ପଦାର୍ଥ, ଇନ୍ଧନ, ଜୈବ ବିବିଧତା ଇତ୍ୟାଦିକୁ ନେଇ ଗଠିତ । ଏହି ସମସ୍ତ ସମ୍ପଦ ପ୍ରକୃତିରୁ ମିଳିଥାଏ ଏବଂ ଆମ୍ଭେ ମାନେ ଦୈନନ୍ଦିନ ଏହାର ବ୍ୟବହାର କରନ୍ତି । ବର୍ତ୍ତମାନ ପୃଥିବୀରେ ୮୦୦ କୋଟିରୁ ଅଧିକ ଲୋକ ବାସ କରନ୍ତି । ୨୦୩୭ ସୁଦ୍ଧା ଏହି ସଂଖ୍ୟା ୯୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଏହି ସମସ୍ତ ମାନବ ସମାଜର ଚାହିଦା ପାଇଁ ପ୍ରତିଦିନ ପୃଥିବୀର ପ୍ରାକୃତିକ ସମ୍ପଦ ଅପରିହାର୍ଯ୍ୟ ଅଟେ । ଆଧୁନିକ ବିଳାସପୂର୍ଣ୍ଣ ଜୀବନ ଶୈଳୀ ହେତୁ ଏହି ପ୍ରାକୃତିକ ଉତ୍ସଗୁଡିକ ଯେଭଳି ଖିପ୍ର ଗତିରେ ବ୍ୟବହୃତ ହେଉଛି ଏହା ଏବେ ଚିନ୍ତା ଓ ଉଦ୍‌ବେଗର କାରଣ ହୋଇପଡିଛି । ଏହି କାରଣରୁ, ଅନେକ ବ୍ୟକ୍ତି ଏବଂ ସଂଗଠନ ଆମର ପ୍ରାକୃତିକ ସମ୍ପଦ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରନ୍ତି । ମହାତ୍ମା ଗାନ୍ଧୀଙ୍କ ଏକ ଉଦ୍ଧୃତି ଏଠାରେ ପ୍ରାସଙ୍ଗିକ ହେବ । ତାହା ହେଉଛି ‘ସମସ୍ତଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ପୃଥିବୀରେ ପର୍ଯ୍ୟାପ୍ତ ସମ୍ବଳ ଅଛି, କିନ୍ତୁ ଜଣେ ବ୍ୟକ୍ତିର ଲୋକକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ପ୍ରାକୃତିକ ସମ୍ପଦ ସଂରକ୍ଷଣ କରିବା ପାଇଁ-ଜଙ୍ଗଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା, ମୃତ୍ତିକା କ୍ଷୟକୁ ହ୍ରାସ କରିବା ପାଇଁ ଗଛ ଲଗାଇବା, ସ୍ନାନ କରିବା ବେଳେ କମ୍ ପାଣି ବ୍ୟବହାର କରିବା, ଦାନ୍ତ ଘଷିବା ସମୟରେ ପାଣି କଳକୁ ଆବଶ୍ୟକ ନଥିବା ବେଳେ ବନ୍ଦ କରି ରଖିବା, ଜଳସେଚନ ପାଇଁ ବର୍ଷା ଜଳ ବ୍ୟବହାର କରିବା, ନିଜେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷର ପୁନଃ ବ୍ୟବହାର ଏବଂ ପୁନଃ ଚକ୍ରଣକରିବା, ଏକା ଏକା ପରିବର୍ତ୍ତେ ମିଳିତ ଭାବରେ ମଟର ଗାଡିରେ ଯାତାୟତ କରିବା, ଘର ଭିତରେ ରହି ଥିବା ବେଳେ ଏବଂ ଘର ଛାଡ଼ି ବାହାରକୁ ଯିବା ବେଳେ ଅନାବଶ୍ୟକ ଶୀତ ତାପ ନିୟନ୍ତ୍ରକ, ପନଖା, ଲାଇଟ୍ ବନ୍ଦ କରିବା, କାଗଜ ପରିବର୍ତ୍ତେ ଡିଜିଟାଲ୍ ଉପକରଣ ବ୍ୟବହାର କରିବା, ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଜ ପରିବେଶକୁ ସଫା ରଖିବା, ଅଣ-ବିଷାକ୍ତ ସଫେଇ ସାମଗ୍ରୀ ବ୍ୟବହାର କରିବା, ଜୈବିକ କମ୍ପୋଷ୍ଟ ବ୍ୟବହାର କରିବା, ଅନ୍ୟାନ୍ୟ ପ୍ରକୃତି ଏବଂ ପରିବେଶ ଅନୁକୂଳ କାର୍ଯ୍ୟକଳାପ ଅବଲମ୍ବନ କରିବା । ଏଭଳି ଛୋଟ ଛୋଟ ପଦକ୍ଷେପ ଅନେକ ସମସ୍ୟାର ସମାଧାନ ଦିଗରେ ବହୁ ମାତ୍ରାରେ ସହାୟକ ହୋଇଥାଏ । ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସର ପାଳନ ନିଷ୍ପତ୍ତି ୧୯୭୨ ମସିହାରେ ସ୍ୱିଡେନର ଷ୍ଟକହୋମରେ ମାନବ ପରିବେଶ ଉପରେ ମିଳିତ ଜାତିସଂଘର ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ହୋଇଥିଲା । ପ୍ରକୃତି ଓ ପରିବେଶ ସଂରକ୍ଷଣର ଜରୁରୀ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତିସଂଘର ସାଧାରଣ ସଭା ଆନୁଷ୍ଠାନିକ ଭାବେ ଜୁଲାଇ ୨୮ ତାରିଖକୁ ସ୍ଥିରୀକୃତ କଲା ଏହି ଦିବସ ପାଳନ ଲକ୍ଷ୍ୟରେ । ଏହି ଉତ୍ସବ ପାଳନ ଜୈବ ବିବିଧତାର ସମୃଦ୍ଧତାକୁ ବଜାୟ ରଖିବା ଏବଂ ଜଳବାୟୁର ଆନିୟମିତତାକୁ ସୁସଙ୍ଗତ କରିବାର ମହତ୍ତ୍ଵକୁ ସାମ୍ନାକୁ ଆଣିବାକୁ ପ୍ରୟାସ ଜାରି ରଖେ । ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସର ଏକ ମୌଳିକ ଉଦ୍ଦେଶ୍ୟ ହେଉଛି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ସୁରକ୍ଷା ତଥା ସଂରକ୍ଷଣ । ଏକ ସ୍ଥିର ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରକୃତିର ବିଭିନ୍ନ ଉପାଦାନ ଗୁଡ଼ିକର ସୁରକ୍ଷା ନିହାତି ଅନିବାର୍ଯ୍ୟ । ଏଗୁଡିକ ମୃତ୍ତିକା, ଜଳ, ବାୟୁ, ଶକ୍ତି, ଉଦ୍ଭିଦ ଏବଂ ବନ୍ୟ ଜୀବକୁ ଅନ୍ତର୍ଭୁକ୍ତ କରେ । ମାନବ ସଂସ୍କୃତିକୁ ବଜାୟ ରଖିବାରେ ଏକ ଦୃଢ, ଉପଯୋଗୀ ଜଳବାଯୁର ମହତ୍ତ୍ଵକୁ ଉପଲବ୍ଧ କରିବାକୁ ହେବ । ସେହିଭଳି ଭବିଷ୍ୟତରେ ମାନବ ଜାତି ପାଇଁ ଉତ୍ତମ ଜଳବାୟୁ ରକ୍ଷା କରିବାର ଆବଶ୍ୟକତାକୁ ଗମ୍ଭୀର ଭାବରେ ଚିନ୍ତା କରିବାର ବେଳ ଆସିଛି । ୨୦୨୪ ପାଇଁ ଥିମ୍ ହେଉଛି ‘ମାନବ ଏବଂ ଉଦ୍ଭିଦ ଜଗତକୁ ସଂଯୋଗୀକରଣ, ବନ୍ୟଜନ୍ତୁ ସଂରକ୍ଷଣରେ ଅଭିନବ ଡିଜିଟାଲ୍ ଅନ୍ୱେଷଣ ।

Leave A Reply

Your email address will not be published.