ସାର୍ବଜନୀନ ରେଡିଓ ପ୍ରସାରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜାନୁଆରୀ ୧୩ରେ ପାଳନ କରାଯାଉଥିବା “ସାର୍ବଜନୀନ ରେଡିଓ ପ୍ରସାରଣ ଦିବସ”ରେ ବିଶ୍ଵ ଏକ ବିଶେଷ ଜ୍ଞାନକୌଶଳ “ରେଡିଓ” ବିଷୟରେ ଚର୍ଚ୍ଚା କରିଥାଏ । ଏହି ଦିନ ଯେଉଁମାନେ ରେଡିଓ ଉଦ୍ଭାବନ କରିଥିଲେ ଏବଂ ସର୍ବସାଧାରଣଙ୍କ ପାଇଁ ପ୍ରସାରଣ ଯୋଜନା କରିଥିଲେ ସେମାନଙ୍କୁ ସମ୍ମାନିତ କରେ । ଟେକ୍ନୋଲୋଜି ଏବଂ ଆମ ଜୀବନରେ ଏହାର ଗୁରୁତ୍ୱ ପାଇଁ ଏହା ଆମକୁ ଏକ ନୂତନ ଆଦୃତ ଆଣିଦେଲା । ୧୮୯୫ ମସିହାରେ ଇଟାଲୀର ଉଦ୍ଭାବକ ତଥା ବୈଦ୍ୟୁତିକ ଇଞ୍ଜିନିୟର ଗୁଗଲିଏଲୋ ମାର୍କୋନି ରେଡିଓ ଯୋଗାଯୋଗର ସମ୍ଭାବନା ପ୍ରମାଣ କରିଥିଲେ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରତ୍ୟେକ ଦେଶରେ ଏକ ପ୍ରସାରଣ ବ୍ୟବସ୍ଥା ଥିଲା । ପ୍ରାୟ ୧୯୪୫ ସୁଦ୍ଧା, ଟେଲିଭିଜନର ଉଦ୍ଭାବନ ସହିତ ରେଡିଓ ଏବଂ ଏହାର ପ୍ରଭାବ ବଦଳିଗଲା । ସର୍ବଭାରତୀୟ ସ୍ତରରେ ଏହା ବହୁଳ ଭାବରେ ଉପଲବ୍ଧ ବୈଦ୍ୟୁତିକ ଗଣମାଧ୍ୟମ ହୋଇରହିଲା କିନ୍ତୁ ଏହା ବିଭିନ୍ନ ମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହେଲା । ଏକବିଂଶ ଶତାବ୍ଦୀରେ ରେଡିଓ ପ୍ରସାରଣ ଡିଜିଟାଲ୍ ସାଟେଲାଇଟ୍ ଏବଂ ଇଣ୍ଟରନେଟ୍ ଭିତ୍ତିକ ସେବାଗୁଡିକ ଦ୍ୱାରା ପ୍ରତିଯୋଗିତାମୂଳକ ଚାପର ସମ୍ମୁଖୀନ ହୁଏ । ତେବେ ସେହି ସବୁ ମାଧ୍ୟମ ଗୁଡ଼ିକ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହୋଇ ଶ୍ରୋତାମାନଙ୍କ ସହିତ ଖାପ ଖାଉଥିବା ପରି ମନେହୁଏ । ଏହି ବର୍ଷର ବିଷୟବସ୍ତୁ ହେଉଛି ”ରେଡିଓ” ଏକ ଶତାବ୍ଦୀ ଧରି ସୂଚନା ଆମଦପ୍ରମୋଦ ଏବଂ ଶିକ୍ଷା ପ୍ରସାରଣର ଉତ୍ସ । ରେଡିଓ ହେଉଛି ଦୁନିଆର ସବୁଠାରୁ ଅନ୍ତରଙ୍ଗ ତଥା ସାମାଜିକ ବ୍ୟକ୍ତିଗତ ମାଧ୍ୟମ ।

Leave A Reply

Your email address will not be published.