ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ଧରାପଡ଼ିଲେ ୨ ମୋଟର ସାଇକେଲ ଚୋର : ଉଦ୍ଧାର ହେଲା ଚୋରି ମୋଟର ସାଇକେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ୨ ଜଣ ମୋଟର ସାଇକେଲ ଚୋର ଧରା ପଡ଼ିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ସଂଗାମ କେଶରୀ ପଟ୍ଟନାୟକ । ସୂଚନାରେ କୁହାଯାଇଛି ଯେ, ସ୍ଥାନୀୟ କନ୍ଧପାଲିପଡ଼ା ନିବାସୀ ପୃଥ୍ୱୀ‌ଶ୍ୱର ନାଗ ଗତ ୨୧ ତାରିଖ ଦିନ ତାଙ୍କ ହୀରାହୋଣ୍ଡା ପେସନ୍‌ ପ୍ରୋ (ଓଡ଼ି୦୩୯୭୦୬) ଗାଡ଼ି ଚୋରି ହୋଇଯାଇଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଶ୍ରୀ ନାଗ ଗତ ୨୦ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ସରକାରୀ ବଡ଼ଡାକ୍ତରଖାନାକୁ ଯାଇଥିବା ବେଳେ ଡାକ୍ତରଖାନା ପରିସରରେ ଗାଡ଼ି ରଖିଦେଇଥିଲେ । କିନ୍ତୁ ଡାକ୍ତରଖାନାରୁ ଆସି ଦେଖିବାବେଳେ ଗାଡ଼ି ଚୋରୀ ହୋଇଯାଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ଟାଉନ୍‌ ପୋଲିସ ମାମଲା ରୁଜ୍ଜୁ କରି କେସ୍‌ ୫୭୦/୨୧.୧୨.୨୦୨୦, ଧାରା ୩୭୯ ଆଇପିସି. ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସିସି ଟିଭି ଫୁଟେଜ୍‌ ଯାଂଚ କରି ପୋଲିସ ସଂଧାନ କରିଥିଲା ଚୋରମାନଙ୍କୁ । ତେବେ ଏହି ମାମଲାରେ ପୋଲିସ୍‌କୁ ସଫଳତା ମିଳିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ସହ ଚୋରି ଗାଡ଼ି ଉଦ୍ଧାର କରିଛି ପୋଲିସ ବୋଲି ସୂଚନା ଦିଆଯାଇଛି । ଗିରଫ୍‌ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ ବଡ଼ପଡ଼ାର କରନ ବାଗ(୨୦) ଓ ଲକ୍ଷ୍ମୀନଗରପଡ଼ାର ସୋରେନ ସ୍ୱାଇଁ(୨୪) ।

Leave A Reply

Your email address will not be published.