ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସେସନ୍‌ କେସ୍‌ ନଂ.୫୪/୩୦ ମସିହା ୨୦୨୦ ମାମଲାର ଶୁଣାଣି କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ବିଜୟ ବନଛୋରକୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡ ସଂହିତା ଅପରାଧ ୩୦୭ ଧାରାରେ ୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ । ସେହିପରି ୩୨୬ ଧାରାରେ ୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗ୍ରାମର ଅଭିନାଶ ଗହିରକୁ ଅଭିଯୁକ୍ତ ବିଜୟ ବନଛୋର ଏବଂ ତାର ବଡ ପୁଅ ଅଶୋକ ବନଛୋର ତାଙ୍କ ଗାଁ ସ୍କୁଲ ପାଖରେ ଜୀବନରେ ମାରିଦେବା ଉଦ୍ଦେଶ୍ୟ ରଖି ଟାଙ୍ଗିଆ ସାହାଯ୍ୟରେ ଅଭିଯୁକ୍ତ ବିଜୟ ବନଛୋର ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅଭିନାଶ ଗହିରଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇ ଆଘାତପ୍ରାପ୍ତ ହୋଇଥିଲେ । ଅଭିଯୁକ୍ତର ବଡପୁଅ ଅଶୋକ ବନଛୋରକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିବାକୁ ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ପି.ପି. ଓଁକାର ନାୟକ ସରକାରଙ୍କ ତରଫରୁ ମକଦ୍ଦମା ପରିଚାଳନା କରୁଥିଲେ ।

Leave A Reply

Your email address will not be published.