ଲ୍ୟାଣ୍ଡମାଇନ୍ ଉଦ୍ଧାର ହେଲା ସ୍ୱାଭିମାନ ଅଞ୍ଚଳରୁ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବାର ଖବର ମିଳିଛି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପଲଙ୍କ ନେତୃତ୍ୱରେ ଗତକାଲି ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିବା ଜଣାପଡ଼ିଛି । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ପୋତି ଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ ବୋଲି ଆଲୋଚନା ହେଉଛି । ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିବା ମଧ୍ୟ ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.