jayashree

ସଂଯୁକ୍ତ ଆଂଚଳିକ କେନ୍ଦ୍ର ପରିଦର୍ଶନ କଲା ବଲାଙ୍ଗିର ନାଗରିକ କମିଟି

  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଭିନ୍ନକ୍ଷମମାନେ ପାଇବେ ନୂଆଁ ଜୀବନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନର ସଂଯୁକ୍ତ ଆଂଚଳିକ କେନ୍ଦ୍ର, ବଲାଙ୍ଗିର ୨ଠ୧୫ ମସିହାରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରରେ ନାମିତ ହୋଇ ବଲାଙ୍ଗିରରେ ସ୍ଥାପିତ ହୋଇଥିଲା, ଭାରତ ସରକାର ଅଧୀନସ୍ଥ ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ନୂଆଦିଲ୍ଲୀ ଯାହାର ଏକ ନୂତନ କୋଠା ୨ଠ୧୮ରେ ନିର୍ମିତ ହୋଇଛି । ଏଠାରେ ଭିନ୍ନକ୍ଷମ ଓ ମୂକ ବଧୀରମାନଙ୍କ ପାଇଁ ଅଙ୍ଗ ପ୍ରତିରୋପଣ ତଥା ଯନ୍ତ୍ରାଶୟ ଆଦି ମାଗଣାରେ ଦିଆଯାଏ । ସେହିପରି ସାଧାରଣ ଜନତାଙ୍କୁ ସଚେତନ କରିବା, ବିଭିନ୍ନ ବ୍ଲକରେ ଶିବିର ଜରିଆରେ ଭିନ୍ନକ୍ଷମ ଶିଶୁ ଓ ମାନସିକ ବିକୃତ ରୋଗୀମାନଙ୍କୁ ପୁନର୍ବାସ କେନ୍ଦ୍ର ଉପରେ ଜନସାଧାରଣଙ୍କୁ ଅବଗତ କରି ଚିକିତ୍ସା କରିବା ସହ ବିଭିନ୍ନ କୁଶଳୀ ଅନୁଷ୍ଠାନ ଏଠାରେ କାର୍ଯ୍ୟ କରେ । ଏପରି କେନ୍ଦ୍ର ଭାରତରେ ମାତ୍ର ୪ଟି ସ୍ଥାନ ଯଥା ରାଂଚି, ଗୌହାଟି ଓ ଇମ୍ଫାଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଛି । ଏହା ବ୍ୟତିତ ଓଲଟପୁରର ଏକ ବ୍ରାଂଚ ରୂପେ ବଲାଙ୍ଗିରଠାରେ ଏହି ସଂସ୍ଥା କାର୍ଯ୍ୟ କରୁିଛି । ପଶ୍ଚିମ ଓଡ଼ିଶାରେ ଶିଶୁ ମୃତ୍ୟୁହାର, ଭିନ୍ନକ୍ଷମ ହାର ଓ ଜନ୍ମରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏହି ପ୍ରତିଷ୍ଠାନ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବର୍ତ୍ତମାନ ବହୁ ଅସୁବିଧା ସତ୍ତେ୍ୱ ଆଖପାଖ ୧୧ଟି ଜିଲ୍ଲାରୁ ରୋଗୀ ମାନଏ ଆସି ଚିକିତ୍ସିତ ହେଉଛନ୍ତି । ଏଠାରେ କେବଳ ଏସିଷ୍ଟାଣ୍ଡ ପ୍ରଫେସର ଡ.ମୀନତି ମହାପାତ୍ର ଇନଚାର୍ଜ ଡାକ୍ତର ଭାବେ ଦାୟିତ୍ୱ ତୁଲାଉଛନ୍ତି ଓ ଅଙ୍ଗପ୍ରତ୍ୟଙ୍ଗ ରୋପଣ ବିଶେଷଜ୍ଞ ଡ.ସୁରେନ୍ଦ୍ର ଭୋଇ, ଏ ଦୁଇ ଜଣଙ୍କ ଭରସାରେ ଅନୁଷ୍ଠାନଟି ଚାଲିଛି । କିନ୍ତୁ ଏଠାରେ ଅତି କମରେ ଓକୋପେସନ୍‌ ଥେରୋପିଷ୍ଟ, ଫିଜିଓଥରେରୋପିଷ୍ଟ, ସାଇକୋଲୋଜିଷ୍ଟ ଓ ସ୍ପିକଥେରୋପିଷ୍ଟ ବ୍ୟତିତ ୧୯ଜଣ କର୍ମଚାରୀ ରହିବା କଥ।। ଅବଶ୍ୟ ଡ.ମହାପାତ୍ରଙ୍କ କହିବା ଅନୁସାରେ ସମସ୍ତ ପଦବୀର ଚୟନ ହୋଇ ସାରିଛି ଓ ଏହା ଡିସେମ୍ବର ସୁଦ୍ଧା ପୂରଣ ହେବ ବୋଲି ବଲାଙ୍ଗିର ନାଗରିକ କମିଟି ସଭାପତି ଇଂ. ବେଲାରସିଂ ଭୋଇ ଓ ସଂପାଦକ ମନୋରଂଜନ ସାହୁଙ୍କୁ ଜଣାଇଛନ୍ତି । ଆହୁରି ଏଠାରେ ବିଇଡି, ଏମ୍‌ଇଡି, ୟୁପିଏସ୍‌ସି, ଓଟିଇଟି, ନିଟ୍‌ ଇତ୍ୟାଦିର ପ୍ରଶିକ୍ଷଣ ଦିଆଯିବାର ପ୍ରସ୍ତାବ ଅଛି । ବିଭିନ୍ନ ପ୍ରକାରର ଭିନ୍ନକ୍ଷମ, ମାନସିିକ ବିକୃତି ଶିଶୁ ଯଥା ଜନ୍ମଗତ ଭିନ୍ନକ୍ଷମ ରୋଗୀମାନଙ୍କୁ କିଛି ପରିମାଣରେ ସାହାଯ୍ୟ ମିଳିଲେ ନୂତନ ଜୀବନ ଲାଭ କରି ପାରିବେ ବୋଲି ଏହି ଅନୁଷ୍ଠାନର ଉଦ୍ଦେଶ୍ୟ । ସରକାର ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଏ ଅଂଚଳର ବହୁ ଶିଶୁ ବିକଳାଙ୍ଗ ନୂତନ ଜୀବନ ପାଇବାରୁ ବଂଚିତ ହେଉଛନ୍ତି । ସରକାରଙ୍କ ତରଫରୁ ବର୍ତ୍ତମାନ ୩ ଏକର ଜମି ଏ ଅନୁଷ୍ଠାନ ପାଇଁ ଯୋଗାଇଛନ୍ତି । ୩ ବର୍ଷରୁ ଅଧିକ ହେଲାଣି ଆହୁରି ୨ଏକର ଜମି ମିଳିବା ପ୍ରସ୍ତାବ ଥିବା ବେଳେ ତାହା ବର୍ତ୍ତମାନ ଜବରଦଖଲ କବଳରେ ରହିଛ, ଯେଉଁଥିରେ ହସ୍ପିଟାଲ, ପ୍ରଶିକ୍ଷଣ ରୋଗୀଙ୍କ ପାଇଁ ଆଶ୍ରୟସ୍ଥଳୀ ଓ କର୍ମଚାରୀମାନଙ୍କ ପାଇଁ କୋଠା ହୋଇପାରିବ । ଏହି କେନ୍ଦ୍ରଟି ସହରରୁ ଦୂରରେ ରହିଥିବାରୁ ଗ୍ରାମାଂଚଳର ଗରିବ ପରିବାରମାନେ ଆସି ଯାତାୟତ ଅସୁବିଧା ଯୋଗୁଁ ଚିକିତ୍ସା ସୁବିଧା ପାଇ ପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ତଥା ସଂସଦ ପାଣ୍ଠିରୁ କିଛି ଖର୍ଚ୍ଚ କରି ବେଟେରି ଚାଳିତ ଏକ ଯାନର ସୁବ୍ୟବସ୍ଥା କଲେ ଗରିବ ଶ୍ରେଣୀର ଭିନ୍ନକ୍ଷମମାନେ ଉପକୃତ ହେ।।ଇ ପାରିବେ ବୋଲି ମତପ୍ରକାଶ ପାଇଛି । ଏ ସମସ୍ତ ସମସ୍ୟା ସମ୍ବନ୍ଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କମିଟିର ସଭାପତି ଇଂ ବେଲାରସିଂ ଭୋଇ ଓ ସଂପାଦକ ମନୋରଂଜନ ସାହୁ ସୂଚନା ଦେଇଥିବା ବେଳେ ବିମଳ ଚକ୍ରବର୍ତ୍ତି ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.