ପ୍ରେମିକାର ଏହି କଥା ଶୁଣିବା ପରେ ଦୂରେଇଗଲା ପ୍ରେମିକ

ଚେନ୍ନାଇ : ପ୍ରେମିକାର ଏହି କଥା ଶୁଣିବା ପରେ ଦୂରେଇ ଗଲା ପ୍ରେମିକ । ଯଦିବି ଅନ୍ୟମାନଙ୍କ ପାଇଁ ସାଧାରଣ ହୋଇପାରେ ଏହି ବିଷୟ, କିନ୍ତୁ ସେହି ପ୍ରେମିକକୁ ଜମା ପସନ୍ଦ ଲାଗି ନଥିଲା । ଧୀରେ ଧୀରେ ଦୂରେଇ ଯାଇଥିଲା ପ୍ରେମିକାଠାରୁ । ଚେନ୍ନାଇର ଏକ ଘଟଣା । କଲେଜ ଦିନଠାରୁ ପ୍ରେମରେ ଆବଦ୍ଧ ଥିଲେ ଦୁହେଁ । ଦୁହେଁ ଦୁହିଁଙ୍କ ପାଇଁ ସ୍ୱପ୍ନ ଦେଖୁଥିଲେ ।

ଭବିଷ୍ୟତରେ ବାହା ହୋଇ ସୁନ୍ଦର ସଂସାର ଗଢ଼ିବା ପାଇଁ ବି ମନସ୍ଥ କରିଥିଲେ । ଗୋଟିଏ ସହରର ଦୁହେଁ ଯେହେତୁ, ଭେଟପଡ଼ିବା ମଧ୍ୟ ତାଙ୍କ ପାଇଁ ନୀତିଦିନିଆଁ ସମ୍ଭବ ହୋଇ ପାରିଥିଲା । ସାଙ୍ଗ ହୋଇ ଫିଲ୍ମ ଦେଖିବା, ସମୁଦ୍ର କୂଳରେ ବୁଲିବା, ଘଂଟା ଘଂଟା ଧରି କଥାହେବା ଜାରି ରହୁଥିଲା ବର୍ଷ ବର୍ଷ ଧରି । ଏମାନଙ୍କ ପ୍ରେମକୁ ନେଇ ସର୍‌ଗରମ୍‌ ଚର୍ଚ୍ଚା ମଧ୍ୟ ଲାଗି ରହୁଥିଲା ସହରରେ । ଦୀର୍ଘ ୫ ବର୍ଷ କାଳ ଚାଲିଥିଲା ତାଙ୍କ ଭିତରେ ପ୍ରେମ । କିନ୍ତୁ ଏତେ ଆବଦ୍ଧତା ବି ସାରା ଜୀବନ ପାଇଁ ବାନ୍ଧି ରଖି ପାରିଲାନାହିଁ ସେମାନଙ୍କୁ । ପ୍ରେମିକା ସୋନମ୍‌ର ପାଟିରୁ ଏହି କଥା ପଦେ ଶୁଣି ଘୁଂଚିଗଲା ପ୍ରେମିକ ରୋସନ୍‌ ।

ଏକ ନିଛାଟିଆ ସ୍ଥାନରେ ବସି ଦୁହେଁ ଦିନେ କଥା ହେଉଥିଲେ । ପ୍ରେମିକ ଆବେଗର ସହ କହିଲା, ଭଗବାନଙ୍କ ମୋ’ ଉପରେ ଖୁବ୍‌ ଦୟା ରହିଛି । ନହେଲେ ତୁମ ପରି ସୁନ୍ଦରୀ ଓ ମନ ଚିହ୍ନି ପାରୁଥିବା ପ୍ରେମିକାଟିଏ ପାଇବା କ’ଣ ସହଜ? ପ୍ରେମିକା କିନ୍ତୁ ଏହି କଥାକୁ ସହଜରେ ଗ୍ରହଣ କରି ପାରିଲା ନାହିଁ । ସଂଗେ ସଂଗେ ଉତ୍ତର ଦେଲା – ‘ତେବେ କ’ଣ ତୁମେ ଦୟାର ପାତ୍ର?’ ପ୍ରେମିକ ନିସଂକୋଚରେ ଉତ୍ତର ଦେଲା – ‘ହଁ, ସବୁବେଳେ ।’ ରାଗିଗଲା ପ୍ରେମିକା । କହିଲା – ‘ମୁଁ କିନ୍ତୁ କାହାର ବି ଦୟାର ପାତ୍ର ନୁହେଁ ।’

ଦୁହିଁଙ୍କ ଭିତରେ କଥା କଟାକଟି ହେଲା । ପ୍ରେମିକ ରୋସନ୍‌ ଖୁବ୍‌ ସଂସ୍କାରୀ ହୋଇଥିବା ଯୋଗୁଁ ସେ ତା’ ଜିଦ୍‌ରେ ଅଟଳ ଥିଲା । କିନ୍ତୁ କଥା ଏତେ ବଢ଼ିଲା ଯେ, ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇଗଲା । ଏହି ଯୁକ୍ତିତର୍କ ହିଁ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ଟିଏ ଅଦୃଶ୍ୟରେ ଟାଣି ଚାଲିଥାଏ, ସେମାନେ ଜାଣି ପାରିଲେ ନାହିଁ । ଧୀରେ ଧୀରେ ପ୍ରେମିକା ସୋନମ୍‌ଠାରୁ ଦୂରେଇ ଗଲା ପ୍ରେମିକ ରୋସନ୍‌ ।

Leave A Reply

Your email address will not be published.