ବଲାଙ୍ଗିର, (କେପିଏନ୍ଏସ୍) : ନିଶାଖୋର୍ ମାନଙ୍କ ଉତ୍ପାତ୍ ଦିନକୁ ଦିନ ସମାଜରେ ବଢ଼ି ଚାଲିଛି । ବଲାଙ୍ଗିର ଜିଲ୍ଲାରେ ଗାଁ ଠୁ ସହର ସବୁଠି ମଦ୍ୟପଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ପୁଣି ଆଜି ସାମ୍ନାକୁ ଆସିଛି । କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମୋବାଇଲ୍ ଛଡ଼ାଇ ନେଇଥିଲେ ୩ ଜଣ ରୋଡ଼୍ ରୋମିଓ ମଦ୍ୟପ ଯୁବକ । ଏହି ଘଟଣା ଘଟିଛି ପୁଇଁତଲା ଥାନା କାଲିଭନା-ଜାମଗାଁ ମଝିରେ ଥିବା ଏକ ବ୍ରିଜ ନିକଟରେ । ବିଲେଇସର୍ଡ଼ା କଲେଜରୁ କ୍ଲାସ୍ ସାରି ଗାଁକୁ ଫେରୁଥିଲେ କଲେଜ ଛାତ୍ରୀମାନେ । କାଲିଭନା-ଜାମଗାଁ ମଝିରେ ଥିବା ଏକ ବ୍ରିଜ ନିକଟରେ ତିନିଜଣ ମଦ୍ୟପ କଲେଜ ଛାତ୍ରୀଙ୍କୁ ଘେରିଯାଇଥିଲେ । କମେଣ୍ଟ ମାରିବା ସହିତ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ । ସେମାନଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଥିଲେ । ଏହା ଜାଣିବା ପରେ ଛାତ୍ରୀମାନଙ୍କ ସାଂଗ ମଦ୍ୟପ ଯୁବକମାନଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଜାମଗାଁର ଲୋକମାନେ ମଦ୍ୟପ ମାନଙ୍କୁ ଘେରି ଯାଇଥିବା ବେଳେ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ । ଦୁଇ ଜଣ ଯୁବକ ଫେରାର୍ ମାରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଭିଯୋଗ ମିଳିବା ପରେ କାବୁ କରି ନେଇଥିବା ସୂଚନା ମିଳିଛି । ତିନିଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ମଦ୍ୟପଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ଦାବିରେ ପୁଇଁତଲା ଥାନାରେ ଦ୍ୱାରସ୍ତ ହୋଇଥିଲେ ଛାତ୍ରୀମାନଙ୍କ ଗାଁ ଲୋକେ ।