ବିଜୁ ଜନତା ଦଳର ମହିଳା ସମାବେଶ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଜିଲ୍ଲା ପରିଷଦ ଜୋନ୍‌ ନଂ.୧୦ ଅନ୍ତର୍ଗତ ତୁରେକେଲାରେ ଶୁକ୍ରବାର ଦିନ ବିଜେଡିର ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ସମାବେଶରେ ଜୋନ୍‌ ନଂ.୧୦ର ଶତାଧିକ ମହିଳାମାନେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସଶକ୍ତିକରଣ କରୁଥିବାର ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ତୁରେକେଲା ବ୍ଲକ ମହିଳା ସଭାନେତ୍ରୀ ସରସ୍ୱତୀ ମେହେରଙ୍କ ନେତୃତ୍ୱରେ ୧୦ ଗୋଟି ପଂଚାୟତର ମହିଳାମାନେ ଯୋଗ ଦେଇଥିଲେ । ଏହି ସମାବେଶରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି, କଂଟାବାଂଜି ବିଧାୟକ ପ୍ରାର୍ଥୀ ଅଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତୁରେକେଲାରେ ଅନୁଷ୍ଠିତ ବିଜେଡିର ବିଶାଳ ମହିଳା ସମାବେଶ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଟାବାଂଜି ବିଜେଡି ତା’ର ବିଗୁଲ ବଜାଇଲା ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.

error: Content is protected !!