
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬ଟା ସମୟରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହର ଶାସ୍ତ୍ରୀନଗରଠାରୁ ଶତାଧିକ ଭକ୍ତ ବାଜା ଓ ଫଗୁଣର ରଂଗରେ ଶୋଭାଯାତ୍ରାରେ ପଡା ପରିକ୍ରମା କରି ଆର୍ଟିଓ ଛକ, ରେଡିଓ ଷ୍ଟେସନ କଲୋନୀ ମଧ୍ୟ ଦେଇ ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିରଠାରେ ପହଂଚି ଥିଲା । ସେଠାରେ ଶ୍ରୀହରି ଓ ଶ୍ରୀହରଙ୍କ ମିଳନ ଫଗୁ ରଂଗରେ ଏକ ଭକ୍ତଭରା ପରିବେଶରେ ଅନୁଷ୍ଠିତ ହୋଇଥିଲା । ମିଳନ ପରେ ଶ୍ରୀ ହରିହରଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି ଅନୁଷ୍ଠିତ ହୋଇଥିଲା । ଶ୍ରୀହରଙ୍କ ପକ୍ଷରୁ ସନ୍ତୋଷ କୁମାର ସା ଓ ପଦ୍ମିନୀ ସା ଏବଂ ଶ୍ରୀହରିଙ୍କ ପକ୍ଷରୁ ପ୍ରଭାତ ସାହୁ ଓ ଜ୍ୟୋସ୍ନାମୟୀ ସାହୁ କର୍ତ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ରାଧାକୃଷ୍ଣ ମନ୍ଦିର ପୂଜକ ଅଜୟ ମିଶ୍ର ଓ ଖଗେଶ୍ୱର ମିଶ୍ର ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଭକ୍ତଭରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ଓ ଭକ୍ତମାନେ ନାଚଗୀତରେ ମଜ୍ଜି ଯାଇଥିଲେ । ଶେଷରେ ପ୍ରସାଦ ସେବନ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା । କିରଣର ସଂଗଠକ ମଧୁ ସାହୁ, ସଭାପତି ନରେନ୍ଦ୍ର ପଧାନ, ସଂପାଦକ ନୟନ କୁମାର ସା, ତ୍ରିଲୋଚନ ସିଂହ, ଭାଗବତ ସାହୁ, ବିଳାସ ସାହୁ, କାଂଚନ ବିଶି, ଗୁଣ ହଂସ, ଫିକିର ମୋହନ ସାହୁ, ଭାଷ୍କର ନାୟାର, ପଦ୍ମିନୀ ସାହୁ, ପଦ୍ମାଳୟା ଦାସ, ଦମୟନ୍ତୀ ସାହୁ, ଶୋଭାବିତ ସାହୁ ଓ କିରଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବହୁ ଭକ୍ତ ସାମିଲ ହୋଇଥିଲେ । ଅପରପକ୍ଷେ ରାଧାକୃଷ୍ଣ ମନ୍ଦିର କମିଟି ଜୟଚନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ସୁଧିର ଚାନ୍ଦ, ଓମ୍ ପ୍ରକାଶ ଚାନ୍ଦ, ବି.ବି. ହୋତା ଓ ଅନ୍ୟ ସଭ୍ୟ ସଭ୍ୟା ସହ ବହୁ ଭକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।