କଳାହାଣ୍ଡି ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପଭୋକ୍ତା ସଚେତନତା କର୍ମଶାଳା

କଳାହାଣ୍ଡି, (ପି.କେ.ସାହୁ) : ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତ୍ତା ଟେଲିକମ ଓ ଗ୍ରାହକ ଅଧିକାର ଏବଂ ଅଭିଯୋଗ ସମ୍ବନ୍ଧୀୟ କର୍ମଶାଳାକୁ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ଗ୍ରାମ ଅଞ୍ଚଳର ଶତକଡା ୯୫ ଭାଗ ଟେଲିକମ, ମୋବାଇଲ, ଇଣ୍ଟରନେଟ, ଡ଼ିଟିଏଚ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲାରେ କଲେଜମାନଙ୍କରେ ସଚେତନ କାର୍ଯ୍ୟକ୍ରମ ଓ ଜିଲ୍ଲା ଖାଉଟି ଅଦାଲତ ଖାଲିଥିବା ପଦବୀ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ ମତ ରଖିଥିଲେ ଓ ମୋବାଇଲ ଟାୱାରର ବିକରଣ ଓ ପ୍ରତ୍ୟକ ଟେଲିକମ କମ୍ପାନୀମାନେ ଟ୍ରାଇ ନିୟମ କାନୁନ ମାନିବା ପାଇଁ ପରାମର୍ଶ ଦେଇଥିଲେ । ଆୟୋଜନକାରୀ ବାର୍ଡ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ବିଭିନ୍ନ ଉପାୟ ମାଧ୍ୟମରେ ସାଇବର ନିରାପତ୍ତା ଓ ଗ୍ରାହକମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ଥା ଛାଡି ଟେଲି କମ୍ପାନୀମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳିକରଣ କରନ୍ତି ନାହିଁ । ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକଙ୍କୁ ଦିବାରାତ୍ରି ଲୁଟୁଛନ୍ତି । ବିଶେଷ କରି ସିମ ଏକ୍ଟିବେସନ କଲାବେଳେ ଇଂରାଜୀ ଭାଷାରେ ଟର୍ମ ଆଣ୍ଡ କଣ୍ଡିସନ, ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି, ଭାଷାଭିତ୍ତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକମାନେ ଠକାମିର ଶିକାର ହୋଇଥାନ୍ତି । ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ କଳାହାଣ୍ଡି ଜିଲ୍ଲା ଥିବା ଦୃଷ୍ଟିରୁ ସରକାରଙ୍କ କଡା ନିଷ୍ପତ୍ତି ଥିଲେ ବି ଟେଲିକମ କମ୍ପାନୀମାନେ ଅଣଦେଖା କରିବା, ନେଟୱର୍କ ସମସ୍ୟା, ଇଣ୍ଟରନେଟ ଧିମୀଗତି ଚାଲିବା, ଫେକ୍‌ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ଟ୍ରାଇର ଭ୍ୟାଲିଡିଟି ୨୮ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପାନୀ ଆଜିସୁଧା କାର୍ଯ୍ୟକ୍ଷମ ନ କରିବା, ଘରୋଇ ଇଣ୍ଟରନେଟ ସେବାକାରୀ ଓ ଡ଼ିଟିଏଚ, ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି, ବିଶେଷ କରି ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ, ତ୍ରିଲୋଚନ ପୁର, ପ୍ରତାପୁର, ଗୁରୁଜୀମୁଣ୍ଡା, ମଦନପୁର ରାମପୁର କିଆପଦର, କାର୍ଲପାଟ, ଯୁଗସାଇ ପାଟଣା ଇତ୍ୟାଦି ଶତାଧିକ ଗ୍ରାମକୁ ଆଜି ନେଟୱର୍କ ନିମ୍ନମାନ ବା ନଥିବା ବରାବର ବୋଲି ଯାହା ସଭାରେ ଦୃଢ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ, ୪୮୭ ନିୟୁତ ୱାର୍ଟସ ଆପ ଗ୍ରାହକ, ୨୪୦ ନିୟୁତ ଫେସବୁକ ଗ୍ରାହକ, ୨୧୦ ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ, ୭ କୋଟି ଡ଼ିଟିଏଚ ଗ୍ରାହକ, ୧୪୦ କୋଟି ଇଣ୍ଟରନେଟ ଗ୍ରାହକ ଅଛନ୍ତି ଓ ଯୁବପିଡି ଓ ସାଧାରଣ ଲୋକେ ଦିନକୁ ୪ରୁ ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି । ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି ବୋଲି ଆୟୋଜନକାରୀ ସଂସ୍ଥା ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅଧିକରୁ ଅଧିକ ଟେଲିକମ ଓ ସମୃକ୍ତ ସେବା ପ୍ରଦାନକାରୀ ଗ୍ରାମଞ୍ଚଳରେ ଖାଉଟି କାର୍ମଶାଳା, ଗ୍ରାହକ ମାର୍ଗ ଦର୍ଶନ ଶିବିର କରିବା, ଅଧିକ ଟୋଲଫ୍ରୀ, କଷ୍ଟମର କେୟାର ଫୋନର ସୁବିଧା, ୱାର୍ଟସ ଆପରେ ଅଭିଯୋଗ, ଓଡିଆ ଭାଷାରେ ସୁଗମ୍ୟ କରିବା, ଘଣ୍ଟା ପ୍ରକାରେ ଟେଲିକମ କମ୍ପାନୀମାନେ ଦେୟ ଧାର୍ଯ୍ୟ କରିବା ଓ ଟ୍ରାଇ ନିୟମ ଓ ନିର୍ଦ୍ଦେଶାବଳିକୁ କଡାକଡି ଭାବରେ ପାଳନ କରିବା ଉପରେ ଖାଉଟି କର୍ମୀ ମତ ପ୍ରକାଶ କରିଥିଲେ । ସହକାରୀ ଜିଲ୍ଲାପାଳ ଧୀରଜ ପଟ୍ଟନାୟକ, ସମନ୍ଵିତ ଅଧିକାରୀ ଶ୍ରୀମତୀ କୁସୁମ ବେହେରା, ବଣିକ ସଭାର ସଭାପତି ବିଜୟ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କଳାହାଣ୍ଡି ବିକଳାଙ୍ଗ ମଞ୍ଚ ସଭାପତି ହେମନ୍ତ କୁମାର ତାଣ୍ଡି, ଚଣ୍ଡୀ ଦାଶ ସାହୁ ପ୍ରମୁଖ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ମୋବାଇଲ ସଫ୍ଟୱେର ଓ ଆପ କରିବା ନିମିତ୍ତ ଟେଲିକମ କମ୍ପାନୀ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ତଦାରଖ ଖାଉଟି କର୍ମୀ ମଞ୍ଜୁଳତା ସାହୁ କରିଥିଲେ । ଭାରତୀୟ ଦୂରସଂଚାର ନିଗମରୁ ଡିଜେଏମ ଏସ ରାଓ, ଜିଓ ତରଫରୁ ଅକ୍ଷୟ ମଳିକ, ଘରୋଇ ଇଣ୍ଟରନେଟ ସେବା ପ୍ରଦାନକାରୀ ନିଜର ସେବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାରେ ନେଟୱର୍କ ଓ ଇଣ୍ଟରନେଟ ଭଲ ଭାବରେ କାମ ନକରିବା ଓ ବିପର୍ଯ୍ୟ ଥିବାରୁ ଗ୍ରାହକମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା, ବାଣିଜ୍ୟିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ ସାକ୍ଷରତା ପ୍ରହସନ ପାଲଟିଛି ବୋଲି ସଭାରେ ସାମୁହିକ ଭାବେ ଗ୍ରାହକମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ସଭା ଶେଷରେ ଭିନ୍ନକ୍ଷମ କର୍ମୀ ଦୋଳମଣି ପ୍ରଧାନ ଅଧିକ ଗ୍ରାମାଞ୍ଚଳରେ ସଚେତନତା କରିବା ଉପରେ ଗୁରୁତ୍ଵ ଦେଇଥିଲେ ଓ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ, ଖାଉଟି କର୍ମୀ, ସ୍ଵୟଂ ସହାୟକ ଦଳ, ବରିଷ୍ଠ ନାଗରିକ ମଞ୍ଚ, ଅବସର ସୈନିକ ସଂଘ, ମହିଳା ଓ ଯୁବକ ସଂଘ, ଆଇନଜୀବୀ, ଛାତ୍ରଛାତ୍ରୀ, ଗଣ ପ୍ରତିନିଧି, ଭିନ୍ନକ୍ଷମ ବୃନ୍ଦ, ଆଶା ଅଙ୍ଗନାୱାଡି ବହୁସଂଖ୍ୟାରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.