csstore

କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବ୍ୟବଛେଦ ଗୃହରେ ଚାଲିଛି ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବ୍ୟବଛେଦ ଗୃହରେ ଚାଲିଛି ଶବ ବ୍ୟବଚ୍ଛେଦ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ସବଜେଲ ଭିତରେ ସନ୍ଦେହଜନକ ଭାବେ ହୋଇଥିବା ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଗୋବିନ୍ଦ ସାହୁଙ୍କ ମୃତଦେହକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ବ୍ୟବଛେଦ ଗୃହରେ ବ୍ୟବଚ୍ଛେଦ କରାଯାଉଛି । ବୁର୍ଲା ଭୀମସାର ମେଡିକାଲ ହସ୍ପିଟାଲ ଓ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଏଫ୍‌ଏମ୍‌ଟି ବିଭାଗର ତିନିଜଣିଆ ଡାକ୍ତରୀ ଟିମ୍‌ ଗୋବିନ୍ଦ ସାହୁଙ୍କ ମୃତଦେହ ବ୍ୟବଚ୍ଛେଦ କରୁଛନ୍ତି । ଅନ୍ୟପକ୍ଷେ, କ୍ରାଇମବ୍ରାଞ୍ଚ ଟିମ୍‌ କଣ୍ଟାବାଞ୍ଜି ଗସ୍ତ କରିଥିବା ସୂଚନା ରହିଛି ।

jayashree
Leave A Reply

Your email address will not be published.