ରାଜ୍ୟସ୍ତରୀୟ କୋଭିଡ୍ ସଚେତନତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (ନିପ୍ର) : କୋଭିଡ୍ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସରକାର ଅନେକ ଯୋଜନା ଆଗୁଆ ଭାବେ ନେଇଛନ୍ତି । ଏହି ମନମୋହ ଯୋଜନାକୁ ଦେଖିଲେ ଲାଗେ ଲୋକେ ନିଶ୍ଚୟ ସୁଫଳ ପାଇବେ । କରୋନା ହାରିବ, ଆମେ ଜିତିବା ପୁଣି ଜିବନ ଜିବିକା ମୁଖ୍ୟସ୍ରୋତକୁ ଫେରି ଆସିବ । କିନ୍ତୁ ଗତ ଚାରି ମାସ ସରକାର, ଡାକ୍ତର, କୋଭିଡ୍ ଯୋଦ୍ଧା, ପାରାମେଡିକାଲ ଷ୍ଟାଫଙ୍କ କଠୋର ପରିଶ୍ରମ ପରେ ମଧ୍ୟ ଆଜି ଯାହା ସରକାର ତାଙ୍କର ଉପଲବ୍ଧି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜଣାଉଛନ୍ତି, ତାହା କେବଳ ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଏକ ଗୋଲାପୀ ଚିତ୍ର ଅଟେ । ସରକାର ଯାହା କହୁଛନ୍ତି ଗ୍ରାଉଣ୍ଡ ଜିରୋକୁ ଗଲେ ସେ ସବୁ କିଛି ଦେଖା ଯାଉନାହିଁ ବୋଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କୋଭିଡ୍-୧୯ ସଚେତନତା କର୍ମଶାଳାରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନ ସଭାରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ବାଚସ୍ପତି, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ସଚିବ, ବିରୋଧୀଦଳ ନେତା, କ୍ୟାବିନେଟ ମନ୍ତ୍ରୀ ଏବଂ ସମସ୍ତ ବିଧାୟକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ କୋଭିଡ୍-୧୯ ମୁକାବିଲାରେ ଜୀବନଦାନ କରିଥିବା କୋଭିଡ୍ ଯୋଦ୍ଧାମାନଙ୍କ ଉଦେ୍ଧଶ୍ୟରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିବା ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ସରକାରଙ୍କ କୋଭିଡ୍ ପରି·ଳନାକୁ ନେଇ କହିଥିଲେ ଯେ ସରକାରଙ୍କୁ କୋଭିଡ୍ ପରିଚାଳନା ନେଇ ଗତ ବିଧାନସଭା ଅଧିବେଶନରେ ସମସ୍ତ ପ୍ରକାର ନିସର୍ତ ସମର୍ଥନ କରାଯାଇଥିଲା । କିନ୍ତୁ ଦେଖାଯାଉଛି ଯେ ସରକାର ଗତ ଚାରିମାସ ଭିତରେ କେଉଁ ପ୍ରକାର କୋଭିଡ୍ ପରି·ଳନା କରିଛନ୍ତି ଯେ ଆଜି ଲୋକଙ୍କ ଭିତରେ କୋଭିଡ୍କୁ ନେଇ ହାହାକାର ମାଡ଼ି ଯାଇଛି । ଭୂତାଣୁ ସଂକ୍ରମଣ କମିବା ଜାଗାରେ ହୁତ୍ ହୁତ୍ ହୋଇ ବଢି ଚାଲିଛି । ଲୋକଙ୍କୁ କେବଳ ଚିକିତ୍ସା ପ୍ରଦାନ କଲେ ଚଳିବ ନାହିଁ । ରାଜ୍ୟକୁ ଫେରିଥିବା ପ୍ରବାସୀ ତଥା ସାଧାରଣ ଲୋକଙ୍କୁ ଜୀବନ ସହିତ ଜୀବିକା ମଧ୍ୟ ଦରକାର । ଲୋକେ ଆଜି କାମଧନ୍ଦା ନ ପାଇ ଅର୍ଥଶୂନ୍ୟ ହୋଇଯାଇଛନ୍ତି । ଏମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ସରକାର ଯୋଜନା ତିଆରି କରିଛି ଠିକ୍, କିନ୍ତୁ କ୍ଷେତ୍ର ପରିଦର୍ଶନ ସମୟରେ ଯୋଜନା କାଣିଚାଏ ମଧ୍ୟ ଲୋକ ଲାଭ ପାଇନାହାନ୍ତି । ଅଂଚଳରେ ଡାକ୍ତର ନାହାନ୍ତି, ପାରା ମେଡିକାଲ ଷ୍ଟାଫ୍ ନାହାନ୍ତି, ଯେତେବି ଥିଲେ ଏହି ଅଂଚଳରୁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନ୍ରେ ନିଆଯାଇଛି । ତେବେ ବଲାଙ୍ଗିର ତଥା ପଶ୍ଚିମାଂଚଳରେ ଲୋକଙ୍କୁ ଚିକିତ୍ସା କରିବାକୁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ତା ସହିତ ବିଧାୟକ ଶ୍ରୀ ମିଶ୍ର ଏକ ଗୃହ କମିଟି ତିଆରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଯେଉଁ ଗୃହ କମିଟି କି ସରକାରୀ ଯୋଜନା ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଠିକ୍ ହିସାବରେ ପରି·ଳନା ହେଉଛି କି ନାହିଁ ତାହା ତଦାରଖ କରିବେ । ଯେହେତୁ ଗତ ୪ ମାସ ହେଲା ସରକାରଙ୍କ ଯୋଜନା ଏବଂ ତାର ପ୍ରଣୟନ ହେବା ସତ୍ତେ୍ୱ ମଧ୍ୟ ଆଜି କରୋନା ସଂକ୍ରମଣ ନ କମିବା ତା ସହିତ ସାଧାରଣ ଜନତା ଜୀବିନ ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତେଣୁ ଯୋଜନା ଏବଂ ତାର ପ୍ରଣୟନ ମଧ୍ୟରେ କୌଣସି ନା କୌଣସି ଜାଗାରେ ଭୁଲ ରହିଛି ତେଣୁ ପ୍ରସ୍ତାବ ଦିଆଯାଇଥିବା ଗୃହ କମିଟି ହେଲେ ସେ ଭୁଲ କେଉଁଠୁ ରହିଛି ତାହା ଖୋଜି ବାହାର କରିବେ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଯାହାବି କୋଭିଡ୍ ପରି·ଳନାକୁ ନେଇ କାର୍ଯ୍ୟକ୍ରମ ନିଆଯାଇଛି ତାର ଏକ ବୁକ୍ଲେଟ୍ ତିଆରି କରି ସମସ୍ତଙ୍କୁ ବଂଟାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ପଶ୍ଚିମାଂଚଳରୁ ଗଞ୍ଜାମ ଯାଇଥିବା ଡାକ୍ତର ଜୁଲାଇ ୩୧ ପରେ ନିଜ ନିଜ ନିଯୁକ୍ତି ସ୍ଥାନକୁ ଫେରି ଆସିବେ ଏବଂ ଜୁଲାଇ ୩୧ ତାରିଖ ପରେ ଖାଲିଥିବା ଡାକ୍ତର ପଦବୀ ସବୁ ପୂରଣ କରାଯିବ ବୋଲି ନିଜ ଉତ୍ତରରେ କହିଥିଲେ । କର୍ମଶାଳାରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦିଆଯାଇଥିବା ପ୍ରସ୍ତାବର ଯଥାର୍ଥତା ଅଛି ଏବଂ ଏ ସବୁକୁ ହୃଦୟତା ସହିତ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ସଭ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାପାଳଙ୍କ ଭିସି ହଲରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କ କ୍ୟାବିକେଟ ମନ୍ତ୍ରୀ ଟୁକୁନି ସାହୁ, କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାକ ମୁକେଶ ମହାଲିଙ୍ଗ ଏବଂ ପାଟଣାଗଡ ବିଧାୟକ ସରୋଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.