ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଠିକାଦାରପଡାର ଦୁଇଟି ଷ୍ଟଲରୁ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଠିକାଦାରପଡାର ବିଘ୍ନରାଜ ସାହୁ ଓ ତାଙ୍କ ପରିବାର ରାତିରେ ଶୋଇଥିବା ସମୟରେ ତାଙ୍କ ଘରକୁ ଲାଗି ରହିଥିବା ଦୁଇଟି ଷ୍ଟଲକୁ ୩ରୁ ୪ ଜଣ ଚୋର ଆସି ଷ୍ଟଲର ତାଲା ଭାଙ୍ଗି ସେଥିରୁ ୫ଟି ଶାଢୀ, ୨୫ଟି ବ୍ଲାଉଜ, ସାବୁନ, ତେଳ ଓ ଫ୍ୟାନ୍ସି ଜିନିଷ ଚୋରି କରି ନେଇଛନ୍ତିି । ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨୦ରୁ ୩୦ ହଜାର ଟଙ୍କା ହେବ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଉକ୍ତ ଚୋରମାନଙ୍କ ମଧ୍ୟରୁ ଜଣେ ଚୋରକୁ ସେମାନେ ଧରି ଥାନାରେ ଜିମା ଦେଇଛନ୍ତି । ଚୋରଟି ଠିକାଦାରପଡାର ରବି ନାଏକ ଓରଫ ଗୋବିନ୍ଦ ନାଏକ ବୋଲି ଜଣାପଡିଛି । ପୋଲିସ ଗୋବିନ୍ଦ ନାଏକ ଠାରୁ ୪ଟି ଶାଢୀ, ୧୨ଟି କଜଳ, ୧୨ଟି ଆଇବ୍ରୋ, ୨୫ଟି ମଙ୍ଗଳସୁତ୍ର, ୧୦ ପ୍ୟାକେଟ୍ ଚୁଡି, ୫୦ଟି ଲିପ୍ଷ୍ଟିକ୍, ଫ୍ୟାନ୍ସି ଜିନିଷ ଭତ୍ତି ଗୋଟିଏ ପ୍ଲାଷ୍ଟିକ ପ୍ୟାକେଟ୍ ଜବତ କରିଛି । ଦଫା ୪୫୭/୩୮୦ ଅନୁସାରେ ଆଜି ଗୋବିନ୍ଦକୁ ଗିରଫ କରି ମାନ୍ୟବର ଅଦାଲତ ସମ୍ମୁଖରେ ହାଜର କରାଯାଇଛି । ଏନେଇ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।