csstore

ବନ୍ୟା ପରେ ଏବେ ମରୁଡି : ଚାଷ ଜମିକୁ ଜଳସେଚନ ନିମନ୍ତେ ଦାବୀପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରେ ଏବେ ମରୁଡି । ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟର କେନାଲରେ ପାଣି ନ ଆସିବାରୁ ବିଲ ଫାଟି ଆଁ କରିଗଲାଣି । ଏନେଇ ଡେଲାଙ୍ଗରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ମହାବୀର କୃଷକ ସଂଗଠନ ତରଫରୁ ଗଞ୍ଜେଇଗୋଡି, ରାମଚନ୍ଦ୍ରପୁର ଏବଂ ଡେଲାଙ୍ଗ କୋଠବାଡର ଅନେକ କୃଷକ ଏବଂ ମହାବୀର କୃଷକ ସଂଗଠନର ସଭାପତି ନିର୍ମଳ କୁମାର ପରିଡା, ସମ୍ପାଦକ ବିଚିତ୍ର ଭୂଷଣ ମହାପାତ୍ର ଆଜି ଡେଲାଙ୍ଗ ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ଚାଷ ଜମିକୁ ଜଳସେଚନ ନିମନ୍ତେ ଦାବୀପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଦୁଇଦିନ ମଧ୍ୟରେ ବିଲକୁ ଜଳସେଚନ ନହେଲେ ଆସନ୍ତା ରବିବାର ୧୧ ତାରିଖରେ ପଟନାୟିକା ଖୋର୍ଦ୍ଧା ରାସ୍ତାର ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟର ବ୍ରିଜ ଉପରେ ଚାଷୀ ଅନଶନରେ ବସିବେ ବୋଲି କୃଷକ ସଂଗଠନର ସଭାପତି ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.