ନିଜ ସମ୍ମାନ ନିଜେ ରକ୍ଷା କରନ୍ତୁ

  • ସୁଶ୍ରୀ ସ୍ନେହଲତା

ନିଜ ସମ୍ମାନ ନିଜେ ରକ୍ଷା କରିବା ନିହାତି ଆବଶ୍ୟକ । ବର୍ତ୍ତମାନ ଯୁଗରେ ଏହା ଏକ ବଡ଼ ଆହ୍ୱାନ । ଭବିଷ୍ୟତ ପାଇଁ ନିଜେ ଦେଖିଥିବା ସ୍ୱପ୍ନକୁ ନିଜ ଭିତରେ ନିଜେ ପାଳନ୍ତୁ । ଯଦି ଉତ୍ତମ ପାଳନ ପାଏ, ତେବେ ସତ୍‌ ସ୍ୱପ୍ନ ନିଶ୍ଚୟ ଦିନେ ନା ଦିନେ ବାସ୍ତବ ରୂପ ନେବ, ଏଥିରେ ସଂଦେହ ନାହିଁ । କିନ୍ତୁ ତା’ ପୂର୍ବରୁ ଆମକୁ ନିଜର ସମ୍ମାନକୁ ଜଗିବାକୁ ହେବ । ବେଳେ ବେଳେ ପରିବାରରେ ନିଜ ସମ୍ମାନହାନୀ ହେବା ଭଳି ପରିସ୍ଥିତି ଉପୁଜେ ଏବଂ ନିଜକୁ ପଥଚ୍ୟୁତ ହେବାକୁ ପଡେ଼ । ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ।

  • କ୍ରୋଧିତ ହୋଇ କେବେ କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଶାନ୍ତ ଓ ସ୍ଥିର ଭାବରେ ନିଜ ଯୁକ୍ତି ବାଢ଼ନ୍ତୁ ।
  • ମୁର୍ଖ (ଯାହାଙ୍କ ବୋଧଶକ୍ତି ନାହିଁ)ଙ୍କ ସହ ଯୁକ୍ତି କରିବା ସମ୍ମାନହାନୀର କାରଣ ହୋଇଥାଏ ।
  • ଗର୍ବୀ ଓ ଅହଂକାରୀ ମଣିଷ ସହ ବାକ୍‌ ଯୁଦ୍ଧ କେବେ ବି ଶୁଭଙ୍କର ନୁହେଁ ।
  • କାହାର ଭୁଲକୁ ବଖାଣିବା ଆଗରୁ ନିଜର ସ୍ଥିତି ଓ ସ୍ୱଚ୍ଛତା ପ୍ରତି ନିଶ୍ଚୟ ନଜର ଦିଅନ୍ତୁ ।
  • ସ୍ୱାର୍ଥପର ବ୍ୟକ୍ତି କେବେ କାହାର ମଙ୍ଗଳ କରିପାରେନି । ଏମାନଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ।
  • ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ମାନସିକତା ପ୍ରତି ନଜର ରଖନ୍ତୁ ।
  • ନିଜ ଜୀବନ ସାଥୀଙ୍କୁ କିଭଳି ଉଚିତ ମାର୍ଗରେ ପରିଚାଳିତ କରିବେ, ସେଥିପାଇଁ ନିଜେ ହିଁ ବାଟ ବାଛନ୍ତୁ ଓ ଉଚିତ୍‌ ସମୟ ଦେଖି ତାଙ୍କ ଭିତରେ ସେହି ଚିନ୍ତା ଜାଗ୍ରତ କରନ୍ତୁ ।
  • ବିଳାସପୂର୍ଣ୍ଣ ଜୀବନ ରୋଗ ଓ ଅସୁସ୍ଥ ମାନସିକତାର ଗନ୍ତାଘର । ଏଣୁ ନିଜକୁ ସର୍ବଦା ଚଳଚଂଚଳ ଓ କାର୍ୟ୍ୟକ୍ଷମ ରଖନ୍ତୁ ।
  • ଶୃଙ୍ଖଳିତ ଜୀବନ ନିଜ ପାଇଁ ତଥା ନିଜ ପରିବାର ଓ ସମାଜ ପାଇଁ ମଙ୍ଗଳଦାୟକ, ଏହା ମନେ ରଖନ୍ତୁ ।
  • ଅନ୍ୟର ସମ୍ମାନହାନୀ କରିବାକୁ କେବେ ବି ଚେଷ୍ଟା କରନ୍ତୁ ନାହିଁ । ଏହାଦ୍ୱାରା ନିଜ ସମ୍ମାନହାନୀର ସମ୍ଭାବନା ବଢ଼ିଥାଏ ।
  • ନିଜ କର୍ତ୍ତବ୍ୟ ପ୍ରତି ସର୍ବଦା ସଚେତନ ରୁହନ୍ତୁ ।
  • ସଂଘର୍ଷ କିମ୍ବା ପ୍ରତିହିଂସା କେବେ ବି କୌଣସି ସମସ୍ୟାର ସମାଧାନ କରିପାରେ ନାହିଁ । ଏଥିରୁ ନିଜକୁ ବଂଚାନ୍ତୁ ।
  • ପ୍ରତ୍ୟହ ନିଜକୁ ପରଖି ଦେଖନ୍ତୁ, ଆପଣ ଜଣେ ଉଚିତ ମଣିଷ ତ’!
Leave A Reply

Your email address will not be published.