ସାଧାରଣ ବଂଟନ ବ୍ୟବସ୍ଥା କ୍ଷେତ୍ରରେ ସରକାରୀ ସହାୟତା ବୃଦ୍ଧି : ପିଡିଏସ୍ ଡିଲର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶିରେ ସଂଶୋଧନ

  • କେନ୍ଦ୍ର ସରକାର ଆନ୍ତଃ – ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ୍ ଦୋକାନୀ ମାନଙ୍କର ଦେୟକୁ ମେଂଟାଇବା ପାଇଁ ବ୍ୟୟ ବାବଦରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କୁ ଦିଆଯାଉଥିବା ସହାୟତା ରାଶିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ସଂଶୋଧନ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ସରକାରମାନଙ୍କୁ ଆନ୍ତଃ ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ ଡିଲରମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ବିଜ୍ଞପ୍ତି ତାରିଖ ୨୩ ମେ’ ୨୦୨୨ ଅନୁସାରେ ପ୍ରଦାନ କରଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି ।
କେନ୍ଦ୍ରୀୟ ସହାୟତାର ସଂଶୋଧିତ ନିୟମ ଗୁଡିକର ସାରାଂଶ ନିମ୍ନ ସାରଣୀରେ ପ୍ରଦାନ କରାଗଲା ଏବଂ ୧ ଏପ୍ରିଲ୍ ୨୦୨୨ ଠାରୁ ସେହି ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ପାଇଁ ଏହା ଲାଗୁ ହେବ, ଯେଉଁମାନେ ଧାରା ୧୨ରେ ଉଲ୍ଲେଖ କରା ଯାଇଥିବା ପରିବର୍ତନ/ ସଂସ୍କାର ଗୁଡିକର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟାନ୍ତରରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶାବଳୀ ଗୁଡିକର ଅନୁପାଳନ କରୁଥିବେ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କ ପାଇଁ ଆନ୍ତଃ ରାଜ୍ୟ ପରିବହନ, କଂଟ୍ରୋଲ ଡିଲର ମାନଙ୍କ ଦେୟ ବାବଦକୁ କେନ୍ଦ୍ରୀୟ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଯାହା ଦ୍ୱାରା ଏହି ମୂଲ୍ୟ ଗୁଡିକ ଅଧିକ ଦର ଭାବରେ ହିତାଧିକାରୀ ମାନଙ୍କ ଉପରକୁ ଯିବ ନାହିଁ ଏବଂ ଏହି ଆଇନ୍ ଅଧୀନରେ ସ୍ଥିର କରା ଯାଇଥିବା ଦର ସବୁ ସ୍ଥାନରେ ସମାନ ରଖା ଯାଇପାରିବ । ଏହି ସବୁ ନିୟମ ଗୁଡିକ ପ୍ରଥମେ ୨୦୧୫ ମସିହାରେ ସ୍ଥିର କରା ଯାଇଥିଲା ।
କେନ୍ଦ୍ରୀୟ ସହାୟତାର ଏହି ନିୟମ ଗୁଡିକ ଏନ୍ଏଫ୍ଏସ୍ଏ ଆଇନ୍, ୨୦୧୩ ଲାଗୁ ହେବାର ୩ ବର୍ଷ ପରେ ପୁନର୍ବାର ଅବଲୋକନ କରାଯିବାର ବ୍ୟବସ୍ଥା ରହିଥିଲା । ନିୟମ ଗୁଡିକ ଅର୍ଥନୈତିକ ବ୍ୟାପାର ଉପରେ ଥିବା କ୍ୟାବିନେଟ୍ କମିଟିର ଅନୁମୋଦନ କ୍ରମେ ସଂଶୋଧିତ ହୋଇଛି ।
କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବା ପାଇଁ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ଦୁଇ ଗୋଟି ବର୍ଗରେ ବର୍ଗୀକୃତ କରା ଯାଇଛି, ଯଥା – ସାଧାରଣ ବର୍ଗର ରାଜ୍ୟ ସମୂହ ଏବଂ ବିଶେଷ ବର୍ଗର ରାଜ୍ୟ ସମୂହ । ଉତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ରହିଥିବା ରାଜ୍ୟ ଗୁଡିକ ବିଶେଷ ବର୍ଗର ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳ ଗୁଡିକ ସାଧାରଣ ବର୍ଗର ରାଜ୍ୟ ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଉତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ସାଧାରଣ ବର୍ଗର ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳ ଗୁଡିକ ତୁଳନାରେ ଅଧିକ କଷ୍ଟକର ଅବସ୍ଥା ରହିଥିବାରୁ ଖାଦ୍ୟଶସ୍ୟ ପ୍ରଦାନ ପ୍ରକ୍ରିୟାକୁ ବିଚାରକୁ ନିଆ ଯାଇ ଦର ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି । କେନ୍ଦ୍ରୀୟ ସହାୟତାର ବର୍ଦ୍ଧିତ ଦର ସମଗ୍ର ଦେଶରେ ପାଂଚ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟର ଦୋକାନ (କଂଟ୍ରୋଲ ଦୋକାନ ) ଗୁଡିକର କାର୍ୟ୍ୟକ୍ଷମତାରେ ଉନ୍ନତି ଘଟାଇବ ।

Leave A Reply

Your email address will not be published.