Daily Archives

ବିପୁଳ ପରିମାଣର ବ୍ରାଉନସୁଗର ଜବତ : ୧ ଗିରଫ

ଖୋର୍ଦ୍ଧା : ଅବକାରୀ ବିଭାଗର କର୍ମଚାରୀ ଜଣେ ନିଶା ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ୫୭ଗ୍ରାମ ବ୍ରାଉନ ସୁଗର ଜବତ୍ କରିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁର ଲୋକନାଥ ପ୍ରଧାନ ନାମକ ଯୁବକ ଖୋର୍ଦ୍ଧା ଓ ଜଟଣୀ ନିକଟରେ ବ୍ରାଉନସୁଗର ବିକ୍ରି
Read More...

ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ

ସାନଖେମୁଣ୍ଡି : ପାଟପୁର ଥାନା ଏସ୍‌ ଗୋପାଳପୁର ପଞ୍ଚାୟତ ପାହାଡିଆ ଜଙ୍ଗଲ ଜମିରେ ଚାଷ କରାଯାଇଥିବା ବେଆଇନ ଗଂଜେଇ ଚାଷ ପୋଡି ପୋଲିସ ନଷ୍ଟ କରିଛି । ପାହାଡିଆ ଅବଡା ଖାବଡା ରାସ୍ତାରେ ଝରଣା ନିକଟରେ ଏକର ଏକର ଗଞ୍ଜେଇ ଗଛ ଚାଷ ହୋଇଥିବା ଖବର ପାଇ ପୋଲିସ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚଢ଼ାଉ
Read More...

ଶିକାରୀ ଓ ବନ ସୁରକ୍ଷା କର୍ମୀ ମୁହାଁମୁହିଁ

ବାରିପଦା : ଶିମିଳିପାଳର କୋର ଅଞ୍ଚଳରେ ଶିକାରୀ ସହ ବନ ବିଭାଗର ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ବନ ବିଭାଗର କର୍ମଚାରୀଙ୍କ ଉପରକୁ ଶିକାରୀ ଗୁଳି ଚଳାଇଥିବା ବେଳେ ଅଳ୍ପକେ ଜଣେ ବନ ସୁରକ୍ଷା ସହାୟକ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବୁଧବାର
Read More...

ଆଦର୍ଶ ଶିକ୍ଷକ ଭାବଗ୍ରାହୀ ଖମାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମଧନ୍ୟ ଆଦର୍ଶ ଶିକ୍ଷକ ଭାବଗ୍ରାହୀ ଖମାରୀ(୮୮)ଙ୍କ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ଗତରାତି ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଶାନ୍ତିପଡା ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ତାଙ୍କ ଗାଁ ଚନ୍ଦନଭାଟିକୁ ତାଙ୍କ ମରଶରୀର
Read More...

କରଡ଼ା ରେଞ୍ଜରୁ ହାତୀ ଛୁଆର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କନ୍ଧମାଳ ସୀମାନ୍ତ ଫୁଲବାଣୀ ବନଖଣ୍ଡର କରଡ଼ା ରେଞ୍ଜ ଅନ୍ତର୍ଗତ ଡେଙ୍ଗା ଖମଣ ଗ୍ରାମ ନିକଟରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ହାତୀର ବୟସ ଆନୁମାନିକ ୩ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁଯାୟୀ, ବୁଧବାର ସକାଳ
Read More...

ଏସ୍‌ସିବିର ନୂତନ ଅଧୀକ୍ଷକ ଭାବେ ଦାୟିତ୍ୱ ନେବେ ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର

କଟକ : ସ୍ନାୟୁଶଲ୍ୟ(ନ୍ୟୁରୋସର୍ଜରୀ) ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର ଏସ୍‌ସିବିର ନୂଆ ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି । ଗୁରୁବାର ସେ ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଡାକ୍ତର
Read More...

ଆଜି ରାଉରକେଲା ଆସୁଛି ହକି ବିଶ୍ୱକପ୍‌ ଟ୍ରଫି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱକପ୍‌ ହକିକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଛି । ଗୁରୁବାର ବିଶ୍ୱକପ୍‌ ଟ୍ରଫି ରାଉରକେଲାରେ ପହଞ୍ଚିବ । ଟ୍ରଫିକୁ ସ୍ୱାଗତ କରିବା ଲାଗି ଇସ୍ପାତ ସହରବାସୀ ପ୍ରସ୍ତୁତ
Read More...

ଚଳିତ ବର୍ଷ କମିଛି କେନ୍ଦୁଝରକୁ ବିଦେଶୀ ପକ୍ଷୀଙ୍କ ଆଗମନ

କେନ୍ଦୁଝର : ଗତ ବର୍ଷ ଅପେକ୍ଷା ଏ ବର୍ଷ କମିଛି କେନ୍ଦୁଝରକୁ ବିଦେଶୀ ପକ୍ଷୀଙ୍କ ଆଗମନ । ସାରା ରାଜ୍ୟରେ ବନ ବିଭାଗ ପକ୍ଷରୁ ଏକା ସାଙ୍ଗରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା । ଏହି କ୍ରମରେ କେନ୍ଦୁଝର ବନଖଣ୍ଡର ୨୦ଟି ଜଳାଶୟରେ ଏହି ଗଣନା କରାଯାଇଥିଲା । ସେଥିରୁ ସଦର ବ୍ଲକ କାଇଁଝାରି ଡ୍ୟାମରେ
Read More...

ହକି ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହକି ବିଶ୍ୱକପ ଉଦ୍‌ଘାଟନ ଉତ୍ସବକୁ ସ୍ମରଣ କରିବା ପାଇଁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ବିଦ୍ୟାଳୟରେ ହକି ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ
Read More...

ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା

ବାଙ୍କୀ : ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍‌ରେ ଅଧିକାରୀ ଓ ବିଶେଷଜ୍ଞମାନେ ବିଭକ୍ତ
Read More...