oum

ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

jsm

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ପଂଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ୍ । ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କେଏଲ୍‌ ରାହୁଲଙ୍କ ନେତୃ‌ତ୍ୱରେ ପଂଜାବ ବ୍ୟାଟିଂ କରିଥିଲା । ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୫ ରନ୍‌ କରିଥିଲା । ପଂଜାବର ଇନିଂସ ଆରମ୍ଭ କରିଥିଲେ କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରୱାଲ । ଉଭୟ ଓପନର ପ୍ରଥମ ୱିକେଟ୍‌ରେ ୧୨୨ ରନ୍‌ କରିଥିଲେ । ଦିଲ୍ଲୀର ପ୍ରଥମ ଶିକାର ହେବା ପୂର୍ବରୁ ମୟଙ୍କ ଟିମ୍‌ ପାଇଁ ସର୍ବାଧିକ ୬୯ ରନ୍‌ ସଂଗ୍ରହ କରିଥିଲେ । ସେ ୩୬ଟି ବଲ ଖେଳି ୭ଟି ଚୌକା ଓ ୪ଟି ଛକା ମାରିଥିଲେ । ମୟଙ୍କ ଆଉଟ୍‌ ହେବା ପରେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ ଖେଳିବାକୁ ଆସିଥିଲେ । ପଂଜାବ ୨ୟ ୱିକେଟ୍‌ ଭାବେ ରାହୁଲଙ୍କୁ ହରାଇଥିଲା । ସେତେବେଳକୁ ସ୍କୋର ୧୪୧ ରନ୍‌ ହୋଇଥିଲା । କ୍ରିସ୍‌ ଗେଲ୍‌ ପଡ଼ିଆରେ ବେଶି ସମୟ ରହିପାରି ନଥିଲେ । ସେ ୯ଟି ବଲ ଖେଳି ୧୧ ରନ୍‌ କରି ଦିଲ୍ଲୀର ୩ୟ ଶିକାର ହୋଇଥିଲେ । ୧୫୮ ରନ୍‌ରେ ପଂଜାବର ୩ ଜଣ ଆଉଟ୍‌ ହୋଇଥିଲେ । ନିକୋଲାସ ପୂରନ ୯ରନ୍‌ କରିଥିଲେ । ଦୀପକ ହୁଡ଼ା ଅପରାଜିତ ୨୨ ରନ୍‌ ଓ ଶାହାରୁଖ ଖାନ୍‌ ଅପରାଜିତ ୧୫ ରନ୍‌ ଯୋଡ଼ିଥିଲେ । ଦିଲ୍ଲୀ ପାଇଁ କ୍ରିସ୍‌ ୱକ୍ସ, ଲୁକମାନ ମେରିୱାଲା, କାଗିସୋ ରାବଡ଼ା ଓ ଅଭେସ ଖାନ‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ୧୯୬ ରନର ଲକ୍ଷ୍ୟକୁ ପିଛାକରି ଦିଇ୍ଲୀ ୧୮.୨ ଓଭରରେ ୪ ଉଇକେଟ୍ ହରାଇ ୧୯୮ ରନ୍ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ୍ ସର୍ବାଧିକ ୯୨ ରନ୍ କରିଥିବା ବେଳେ ପୃ‌ଥ୍ୱି ସ ୩୨ ରନ୍ କରିଥିଲେ । ପଞ୍ଚମ ଉଇକେଟ ଯୋଡ଼ିରେ ମାର୍କ ଷ୍ଟୋଇନିସ୍ ଓ ଲଲିତ ଯାଦବ ଯଥାକ୍ରମେ ୨୭ ଓ ୧୨ ରନ କରି ଦଳକୁ ବିଜୟ ଦେଇଥିଲେ । ଏହା ଫଳରେ ଦିଲ୍ଲୀ ସମୁଦାୟ ୩ ମ୍ୟାଚ ଖେଳି ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।

Leave A Reply

Your email address will not be published.