ppurohit

ଜଳପାଙ୍କେଲ ଗ୍ରାମରେ ଅନୁଷ୍ଠିତ ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

2nd

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଜଳପାଙ୍କେଲ ଗ୍ରାମ ମୁସ୍କାନ୍ ଖେଳ ପଡିଆରେ ଚାଲିଥିବା ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣା ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ହେମ ଦାସ, ନେହେରୁ ଦାସ, ରାଜେଶ ଦାସ, ଡୋଲାମଣି ରଣା, ଦଶରଥ ପଣ୍ଡା, କାର୍ତ୍ତିକ ପୁଟେଲ, ରାଧେଶ୍ୟାମ ପୁଟେଲ, ଇନ୍ଦ୍ର ମଣି ମାଝୀ, ସହଦେବ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଫାଇନାଲ ମ୍ୟାଚରେ ଫୁଲଝର ଦଳ ବାଘଡିଆ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ବିଜେତା ଦଳକୁ ଏବଂ ଉପବିଜେତା ଦଳକୁ ନଗଦ ଅର୍ଥ ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଖେଳ ଉପୋଭୋଗ କରିବା ପାଇଁ ବହୁ ସଂଖ୍ୟକ ଦର୍ଶକ ଖେଳପଡିଆରେ ଉପସ୍ଥିତ ଥିଲେ । କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହୋଯୋଗ କରିଥିଲେ ।

Leave A Reply

Your email address will not be published.